Powerlifting Championship: ଖୋର୍ଦ୍ଧା ଦଳଗତ ବିଜେତା; ପ୍ରତିଷ୍ଠା, ସୋମେନ ଶ୍ରେଷ୍ଠ

Advertisment

ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଚାଲିଥିବା ୩୨ତମ ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଅଛି। ଖୋର୍ଦ୍ଧାର ସୋମେନ ସେନାପତି ମୋଟ ୬୨୨.୫ କେଜି ଉତ୍ତୋଳନ କରି ଷ୍ଟ୍ରଙ୍ଗ ମ୍ୟାନ୍‌ ଏବଂ ସୁନ୍ଦରଗଡ଼ର ପ୍ରତିଷ୍ଠା ସିଂହ...

ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଚାଲିଥିବା ୩୨ତମ ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଅଛି। ଖୋର୍ଦ୍ଧାର ସୋମେନ ସେନାପତି ମୋଟ ୬୨୨.୫ କେଜି ଉତ୍ତୋଳନ କରି ଷ୍ଟ୍ରଙ୍ଗ ମ୍ୟାନ୍‌ ଏବଂ ସୁନ୍ଦରଗଡ଼ର ପ୍ରତିଷ୍ଠା ସିଂହ...

09bbs_57_09022026_112

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଚାଲିଥିବା ୩୨ତମ ରାଜ୍ୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଅଛି। ଖୋର୍ଦ୍ଧାର ସୋମେନ ସେନାପତି ମୋଟ ୬୨୨.୫ କେଜି ଉତ୍ତୋଳନ କରି ଷ୍ଟ୍ରଙ୍ଗ ମ୍ୟାନ୍‌ ଏବଂ ସୁନ୍ଦରଗଡ଼ର ପ୍ରତିଷ୍ଠା ସିଂହ ୪୨୨.୫ କେଜି ଉତ୍ତୋଳନ କରି ଷ୍ଟ୍ରଙ୍ଗ ଓମ୍ୟାନ୍‌ ଆଖ୍ୟା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା ୯ ସ୍ଵର୍ଣ୍ଣ, ୧୪ ରୌପ୍ୟ ଓ ୮ କାଂସ୍ୟ ସହ ମୋଟ ୩୧ ପଦକ ପାଇ ଦଳଗତ ବିଜେତା ହୋଇଛି।

କଟକ ୮ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୭ କାଂସ୍ୟ ସହ ୨୨ ପଦକ ପାଇ ପ୍ରଥମ ରନର୍ସ ଅପ୍‌ ଏବଂ ସୁନ୍ଦରଗଡ଼ ୭ ସ୍ବର୍ଣ୍ଣ ଓ ୨ ରୌପ୍ୟ ସହ ୯ ପଦକ ପାଇ ଦ୍ବିତୀୟ ରନର୍ସ ଅପ୍‌ ଆଖ୍ୟା ଅର୍ଜନ କରିଛନ୍ତି। ଏଥିରେ ସଫଳ ଖେଳାଳିମାନେ ଆସନ୍ତା ମାର୍ଚ୍ଚ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ମେଙ୍ଗାଲୁରରେ ହେବାକୁ ଥିବା ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ଭାଗନେବେ। ବରିଷ୍ଟ ବିଜେପି ନେତା ଜଗନ୍ନାଥ ପ୍ରଧାନ, ବିଜୟ କୁମାର ମିଶ୍ର ଓ ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତାରେ ୨୧ ଜିଲ୍ଲାରୁ ୨୦୦ ପୁରୁଷ ଓ ୬୦ ମହିଳା ପ୍ରତିଯୋଗୀ ଭାଗନେଇଥିଲେ।

ଆହୁରି ପଢ଼ନ୍ତୁ: Ravi Ray: ଏକଛତ୍ରବାଦ ସାମ୍ପ୍ରଦୟିକତା କଂପାନିରାଜ ଆଜି ସମ୍ବିଧାନ ଓ ଗଣତନ୍ତ୍ର ପାଇଁ ବଡ଼ ଆହ୍ବାନ

ଏହି ପ୍ରତିଯୋଗୀତାକୁ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘର ଅଧିକାରୀ ପ୍ରଦୀପ କୁମାର ପାତ୍ର, ଏନ୍‌ବି ପଟ୍ଟନାୟକ, ଗୋପାଳ ଦାସ, ଉମାକାନ୍ତ ବେହେରା, ଦୀପକ କୁମାର ନାୟକ, ସୁଜିତ ଗିରି, ସନ୍ତୋଷ ଦାଶ, ସଦାଶିବ ତ୍ରିପାଠୀ, ବିଟିଭି ରମଣ ମୂର୍ତ୍ତି, ତେଜାବ କୁମାର ସୁନା, ଲଳିତ କୁମାର ସାହୁ, ରାକେଶ ଶତପଥୀ, କୀର୍ତ୍ତନ ବେହେରା, ଘାସିରାମ ହରିଜନ, ଗୀତାଞ୍ଜଳି ନାୟକ, ବାବୁଲା ସାମଲ, ରାଜେନ୍ଦ୍ର ପରିଡ଼ା, ଅଭିନାଶ ପୁନ୍ଦିର, ଅଜୟ କୁମାର ବେହେରା, ଦୁଷ୍ମନ୍ତ ପଣ୍ଡା, କୃଷ୍ଣଚନ୍ଦ୍ର ସାହୁ, ସେଖ୍‌ ଫିରୋଜ ଆଲମ, ଜାଭେଦ ଅର୍ଶଦ ଓ ଶକ୍ତିପ୍ରସାଦ ବାରିକ ପରିଚାଳନା କରିଥିଲେ। ୨୧ ଜିଲ୍ଲାରୁ ୨୦୦ ପୁରୁଷ ଓ ୬୦ ମହିଳା ପ୍ରତିଯୋଗୀ ଭାଗ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe