ସୁନୀଲଙ୍କ ୮ ଗୋଲ୍‌; ଦିଲ୍ଲୀକୁ ୨୦-୦ରେ ହରାଇଲା ବିବିଏଫ୍‌ଏସ୍‌

Advertisment

୧୩ ବର୍ଷରୁ କମ୍‌ ଯୁବ ଆଇ ଲିଗ୍‌

୧୩ ବର୍ଷରୁ କମ୍‌ ଯୁବ ଆଇ ଲିଗ୍‌

ସୁନୀଲଙ୍କ ୮ ଗୋଲ୍‌; ଦିଲ୍ଲୀକୁ ୨୦-୦ରେ ହରାଇଲା ବିବିଏଫ୍‌ଏସ୍‌

ଭୁବନେଶ୍ୱର: ନୂଆଦିଲ୍ଲୀର ପ୍ରତିକୁଳ ପାଗ ଯୋଗୁଁ ପ୍ରାୟ ଏକମାସ ଧରି ବନ୍ଦ ରହିଥିବା ଯୁବ ଆଇଲିଗ୍‌ (୧୩ ବର୍ଷରୁ କମ୍‌) ପ୍ରତିଯୋଗିତା ପୁଣି ଆରମ୍ଭ ହୋଇଛି। ରବିବାର ଏକ ମ୍ୟାଚ୍‌ରେ ବାଇଚୁଙ୍ଗ୍‌ ଭୂତିଆ ଫୁଟ୍‌ବଲ୍‌ ସ୍କୁଲ୍‌ (ବିବିଏଫ୍‌ଏସ୍‌) ତରଫରୁ ଖେଳୁଥିବା କଳିଙ୍ଗ ଫୁଟ୍‌ବଲ ଏକାଡେମୀ ତାରକା ସୁନୀଲ ସୋରେନ୍‌ ୮ ଗୋଲ୍‌ କରି ଚମକ ଦେଖାଇଛନ୍ତି। ସୁନୀଲଙ୍କ ୮ ଗୋଲ୍‌ ବଳରେ ବିବିଏଫ୍‌ଏସ୍‌ ଦଳ ୨୦ ଗୋଲ୍‌ରେ ଦିଲ୍ଲୀ ୟୁନାଇଟେଡ୍‌ ଦଳକୁ ପରାସ୍ତ କରିଦେଇଛି। ସୁନୀଲ ରବିବାରର ୮ ଗୋଲ୍‌ ସହିତ ପ୍ରତିଯୋଗିତାରେ ତାଙ୍କ ମୋଟ ଗୋଲ୍‌ ସଂଖ୍ୟା ୧୬ରେ ପହଞ୍ଚାଇଛନ୍ତି। ବର୍ତମାନ ସୁଦ୍ଧା ୯ ମ୍ୟାଚ୍‌ରୁ ସୁନୀଲ ୧୬ ଗୋଲ୍‌ କରିସାରିଲେଣି। ସେ ମଧ୍ୟ ପ୍ରତିଯୋଗିତାରେ ସର୍ବାଧିକ ବ୍ୟକ୍ତିଗତ ଗୋଲ୍‌ କରିବାରେ ତୃତୀୟ ସ୍ଥାନରେ ରହିଛନ୍ତି। ବିବିଏଫ୍‌ଏସ୍‌ ଦଳର ଅନ୍ୟତମ କଳିଙ୍ଗ ଫୁଟ୍‌ବଲ୍‌ ଏକାଡେମି ତାରକା ଚନ୍ଦନ ନାୟକ ମୋଟ ୨୪ ଗୋଲ୍‌ କରି ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ସୁଭେଦା କ୍ଲବ୍‌ର ଶୁଭ ପଲ୍‌ ପ୍ରଥମ ସ୍ଥାନରେ ରହିଛନ୍ତି। ଏହି ଆଇ ଲିଗ୍‌ରେ ବିଭିନ୍ନ ଜୋନ୍‌ରେ ଖେଳୁଥିବା ମୋଟ ୬୪ ଦଳ ମଧ୍ୟରୁ ବିବିଏଫ୍‌ଏସ୍‌ ୭୭ ଗୋଲ୍‌ କରି ଦଳଗତ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଦିଲ୍ଲୀର ସୁଭେଦା କ୍ଲବ୍‌ ସର୍ବାଧିକ ୯୬ ଗୋଲ୍‌ ସହ ପ୍ରଥମ ସ୍ଥାନରେ ଦୃଢ଼ ରହିଛି। ଭୂତିଆ ସ୍କୁଲ୍‌ ଦଳ ତା’ର ପରବର୍ତୀ ମ୍ୟାଚ୍‌ ଆସନ୍ତା ୧୮ ତାରିଖ ଦିନ ଦିଲ୍ଲୀ ଡାଇନାମୋ ସହ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe