ପୃଥ୍ବୀ-ରାହୁଲ ଲମ୍ବା ରେସ୍‌ର ଘୋଡ଼ା ହୋଇ ପାରିବେ

-ସୁନୀଲ ଗାଭାସ୍କର

ପୃଥ୍ବୀ-ରାହୁଲ ଲମ୍ବା ରେସ୍‌ର ଘୋଡ଼ା ହୋଇ ପାରିବେ

ରାଜକୋଟ ଟେ‌ଷ୍ଟ୍‌ ଲାଗି ଭାରତ ୧୨ ଜଣିଆ ଦଳ ଘୋଷଣା କରିବା ପରେ ୧୮ ବର୍ଷୀୟ ଯୁବ ତାରକା ପୃଥ୍ବୀ ସ’ ଗୁରୁବାର ଟେଷ୍ଟ୍‌ ଜୀବନ ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି। ଭାରତୀୟ ଟୋପି ଅର୍ଜନ କରିବା ଲାଗି ପୃଥ୍ବୀ ଗତ ଦୁଇ ବର୍ଷ ହେବ ଅନେକ କିଛି କରିଛନ୍ତି। କନିଷ୍ଠ କ୍ରିକେଟ୍‌ଠାରୁ ଆରମ୍ଭ କରି ଭାରତ ‘ଏ’ ପର୍ଯ୍ୟନ୍ତ ସବୁ ସ୍ତରରେ ସେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ଏହା ବ୍ୟକ୍ତିଗତ ଭାବେ ତାଙ୍କୁ ଯଥେଷ୍ଟ ଆତ୍ମବିଶ୍ବାସ ଦେଇଥିବ। ଲୋକେଶ ରାହୁଲଙ୍କ ସହ ପାଳି ଆରମ୍ଭ କରି ସେ ଏହାକୁ ସ୍ମରଣୀୟ କରି ପାରିବେ ‌େବାଲି ‌େମାର ପୂର୍ଣ୍ଣ ବିଶ୍ବାସ। ଚୟନକର୍ତାମାନେ ଇଂଲଣ୍ଡରେ କରିଥିବା ଭୁଲକୁ ନ ଦୋହରାଇବା ଲାଗି ପୃଥ୍ବୀଙ୍କୁ ଚୂଡ଼ାନ୍ତ ଦଳରେ ସାମିଲ କରିଛନ୍ତି। ଅନ୍ୟତମ ଦାବିଦାର ମୟଙ୍କ ଅଗ୍ରୱାଲ ବି ନିକଟ ଭବିଷ୍ୟତରେ ସୁଯୋଗ ପାଇବେ। ହେଳେ କରୁଣ ନାୟରଙ୍କ ଉପରେ ଦଳୀୟ ଅଧିକାରୀଙ୍କ ଭରସା ନଥିବାରୁ ତାଙ୍କୁ ପୁଣି ଥରେ ନିଜ ଦକ୍ଷତାର ପ୍ରମାଣ ଦେବାକୁ ପଡ଼ିପାରେ।

ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଭାରତ ତିନି ଜଣ ନା ଦୁଇ ଜଣ ସିମରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ଉପ ମହାଦେଶ ପରିବେଶରେ ଅବଶ୍ୟ ଭାରତ ସାଧାରଣତଃ ତିନି ଜଣ ସ୍ପିନର୍‌ଙ୍କୁ ନେଇ ଖେଳିଥାଏ। ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା ଭଲ ବ୍ୟାଟିଂ କରୁଛନ୍ତି। ଅଶ୍ବିନଙ୍କ ଚାରିଟି ଯାକ ଟେଷ୍ଟ୍‌ ଶତକ ବି ଇଣ୍ଡିଜ୍ ବିପକ୍ଷରେ ଆସିଛି। କୁଲଦୀପଙ୍କୁ ପଢ଼ିବା ବି ସେତେଟା ସହଜ ହେବନି। ଉପ ମହାଦେଶ ପରିବେଶରେ ଅଶ୍ବିନଙ୍କୁ ଖେଳିବା ମଧ୍ୟ ଆଦୌ ସହଜ ନୁହେଁ। ସେହି ଦୃଷ୍ଟିରୁ ଭାରତ ତିନି ଜଣ ସ୍ପିନରଙ୍କୁ ଖେଳାଇବ ବୋଲି ମୋର ବିଶ୍ବାସ। ପାଞ୍ଚ ବର୍ଷ ତଳେ ଅର୍ଥାତ୍ ୨୦୧୩ରେ ଭାରତ ଗସ୍ତ କରିଥିବା ଇଣ୍ଡିଜ୍ ଦଳଠାରୁ ଚଳିତ ଥର ଆସିଥିବା ଇଣ୍ଡିଜ୍ ଦଳ ଅଧିକ ଶକ୍ତିଶାଳୀ ଭଳି ମ‌େନ ହେଉଛି। ବିଶେଷ କରି ଏଥର ଦଳର ବ୍ୟାଟିଂ ଦକ୍ଷତା ତୁଳନାତ୍ମକ ଭାବେ ଭଲ। ଭାରତୀୟ ସ୍ପିନର୍‌ଙ୍କୁ ସେମାନେ କେମିତି ଖେଳୁଛନ୍ତି, ତାହା ଦେଖିବା ବେଶ୍ ମଜାଦାର ହେବ। ସାନନ ଗାବ୍ରିଏଲ ୧୫୦ କିଲୋମିଟର ବେଗରେ ବୋଲିଂ କରୁଛନ୍ତି, ଯାହା ଇଣ୍ଡିଜ୍‌ର ବୋଲିଂ ଶକ୍ତିକୁ ଢେର ବଢ଼ାଇ ଦେଇଛି। କେମର ରୋଚଙ୍କ ଅନୁପସ୍ଥିତିକୁ ଅବଶ୍ୟ ଇଣ୍ଡିଜ୍ ନିଶ୍ଚିତ ଭାବେ ଅନୁଭବ କରିବ। ମୋ ମତରେ ଭାରତ ଜିତୁ। ହେଲେ ୨୦୧୩ ଭଳି ଏକତରଫା ଓ ସହଜ ବିଜୟ ହାସଲ ନକରୁ। (ପିଏମଜି)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe