ଇଂଲଣ୍ଡ ମାଟିରେ ମେରେ ଦେଶ କି ଧରତୀ.... ଗୀତ ଗାଇ ଲକି ଜ୍ୟାକେଟ ଦେଖାଇ ବିଜୟ ଉତ୍ସବ ପାଳନ କଲେ ଗାଭାସ୍କର

ଓଭାଲରେ ଭାରତ ରୋମାଞ୍ଚକର ଭାବେ ଇଂଲଣ୍ଡକୁ ହରାଇ ମ୍ୟାଚ୍ ଜିତିବା ମାତ୍ରେ  ଗାଭାସ୍କର ଦେଶାତ୍ମବୋଧ ଗୀତ ମେରେ ଦେଶ କି ଧରତୀ ସୋନା ଉଗଲେ, ଉଗଲେ ହିରେ ମୋତି.. ମେରେ ଦେଶ କି ଧରତୀ... ଗୀତ ଗା୍ଇ ନିଜର ପ୍ରତିକ୍ରିୟା ପ୍ରକାଶ କରି ଝୁମି ଉଠିଥିଲେ।

New Project (24) (1)

ନୂଆଦିଲ୍ଲୀ: କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ ପରେ ଇଂଲଣ୍ଡ ମାଟିରେ ଷ୍ଟାର ବ୍ୟାଟସମ୍ୟାନ୍ ତଥା ଅଧିନାୟକ ସୁନୀଲ ଗାଭାସ୍କର  ମେରେ ଦେଶ କି ଧରତୀ ସୋନା ଉଗଲେ, ଉଗଲେ ହିରେ ମୋତି.. ମେରେ ଦେଶ କି ଧରତୀ... ଗୀତ ଗାଇ ଉତ୍ସବ ପାଳନ କରିଛନ୍ତି। 

ଓଭାଲରେ ଭାରତ ରୋମାଞ୍ଚକର ଭାବେ ଇଂଲଣ୍ଡକୁ ହରାଇ ମ୍ୟାଚ୍ ଜିତିବା ମାତ୍ରେ  ଗାଭାସ୍କର ଦେଶାତ୍ମବୋଧ ଗୀତ ମେରେ ଦେଶ କି ଧରତୀ ସୋନା ଉଗଲେ, ଉଗଲେ ହିରେ ମୋତି.. ମେରେ ଦେଶ କି ଧରତୀ... ଗୀତ ଗା୍ଇ ନିଜର ପ୍ରତିକ୍ରିୟା ପ୍ରକାଶ କରି ଝୁମି ଉଠିଥିଲେ।

ଗାଭାସ୍କରଙ୍କ ଏହି ଖୁସିର ମୁହୂର୍ତ୍ତର ଦୃଶ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।  ଅନ୍ୟପକ୍ଷରେ ଦେଖିବାକୁ ଗଲେ ସିରାଜ ଶେଷ ୱିକେଟ୍ ନେବା ମାତ୍ରେ ପୂର୍ବତନ ଅଧିନାୟକ କହିବା ଆରମ୍ଭ କରିଥିଲେ ... ଲକି ଜ୍ୟାକେଟ୍.. "ଲକି ଜ୍ୟାକେଟ୍!" 

ଆପଣଙ୍କୁ ଜଣାଇଦେବାକୁ ଚାହିଁବୁ କି ଯେତେବେଳେ ଭାରତ ଗାବାରେ ଟେଷ୍ଟ ମ୍ୟାଚ୍ ଜିତିଥିଲା, ସେତେବେଳେ ଗାଭାସ୍କର ଏହି ଲକି ଜ୍ୟାକେଟ୍ ପିନ୍ଧିଥିଲେ। ଏହା ବ୍ୟତୀତ ଚତୁର୍ଥ ଦିନର ଖେଳ ଶେଷ ହେବା ପରେ, ଗାଭାସ୍କର ଅଧିନାୟକ ଗିଲଙ୍କୁ କହିଥିଲେ ଯେ ସେ ପଞ୍ଚମ ଦିନ ତାଙ୍କର ଏହି ଲକି ଜ୍ୟାକେଟ୍ ପିନ୍ଧି ଦଳର ବିଜୟ ପାଇଁ ପ୍ରାର୍ଥନା କରିବେ। 

ଶେଷରେ, ସୁନିଲ ଗାଭାସ୍କରଙ୍କ ଲକି ଜ୍ୟାକେଟ୍ କାମରେ ଆସିଲା ଏବଂ ଭାରତ ଓଭାଲରେ ଇତିହାସ ସୃଷ୍ଟି କଲା। ଯାହାକି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ବିଷୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe