ସୁନୀଲ ଗାଭାସ୍କର: ମାର୍କଣ୍ଡଙ୍କ ଗୁଗ୍‌ଲିକୁ ଅଭିଜ୍ଞ ବୁଝି ପାରୁନାହାନ୍ତି

Advertisment
ଗାଭାସ୍କରଙ୍କ ସମର୍ଥନରେ ବାହାରିଲେ ଇର୍ଫାନ୍‌, ଟ୍ରେଣ୍ଡ୍‌ କଲା ‘ୱି ସପୋର୍ଟ ଗାଭାସ୍କର’

ମୁମ୍ବାଇ ଇଣ୍ଡିଆନସ ପାରମ୍ପରିକ ଭାବେ ମନ୍ଥର ଆରମ୍ଭ କରିଥାଏ। କିନ୍ତୁ ଲଗାତାର ଦୁଇଟି ମ୍ୟାଚ୍‌ରେ ଶେଷ ଓଭର ପରାଜୟ ପରେ ଦଳ ନିଶ୍ଚିତ ଏଭଳି ଦୁର୍ଭାଗ୍ୟରୁ ନିସ୍ତାର ପାଇବାକୁ ଚାହିଁବ। ଉଭୟ ଥର ଦଳ ବିଜୟର ନିକଟତର ହୋଇ ସୀମା ଅତିକ୍ରମ କରିପାରି ନାହିଁ। ଶେଷ ଭାଗ ବୋଲରଙ୍କ ବିଫଳତା ପରେ ଦଳ ନିଶ୍ଚିତ ଶୁକ୍ରବାର ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ଆଶା କରିବ। ଯୁବ ତାରକା ମୟଙ୍କ ମାର୍କଣ୍ଡଙ୍କ ପ୍ରଦର୍ଶନ ଅତି ଚମତ୍କାର। ବଲ୍‌କୁ ଝୁଲାଇବା ସହ ଗତିପଥ ବଦଳାଇବାରେ ସେ ଅସମ୍ଭବ ନିୟନ୍ତ୍ରଣ ରଖିଛନ୍ତି। ଜଣେ ଲେଗ୍‌ ସ୍ପିନର୍‌ ପାଇଁ ସଠିକ୍‌ ବୋଲିଂ ଏତେଟା ସହଜ ହୋଇ ନଥାଏ। କିନ୍ତୁ ମାର୍କଣ୍ଡ ଏଭଳି କରିପାରୁଛନ୍ତି। ତାଙ୍କ ଗୁଗ୍‌ଲିକୁ ବୁଝିବାରେ ଶ୍ରେଷ୍ଠ ଓ୍ଵିକେଟ୍‌ରକ୍ଷକ ଓ ଅଭିଜ୍ଞମାନେ ବିଫଳ ହୋଇଛନ୍ତି। ମହେନ୍ଦ୍ର ସିଂହ ଧୋନି ଏବଂ ରିଦ୍ଧିମାନ ସାହା ତାଙ୍କ ଗୁଗ୍‌ଲିକୁ ପଢ଼ି ନପାରି ଆଉଟ୍‌ ହେବା ସବୁଠାରୁ ବଡ଼ କଥା। ଉଭୟ ଓ୍ଵିକେଟ୍‌ରକ୍ଷଣ କରିଥାନ୍ତି ଏବଂ ଅନେକ ବିଶ୍ୱ ଶ୍ରେଣୀୟ ସ୍ପିନରଙ୍କ ବୋଲିଂ ବେଳେ ଦାୟିତ୍ୱ ତୁଲାଇଛନ୍ତି। ବଲ୍‌ କେତେ ଗତି ବଦଳାଇବ ତାହା ସେମାନଙ୍କୁ ଭଲ ଭାବେ ଜଣାଥାଏ। ସେହି ଦୃଷ୍ଟିରୁ ଏହି ଦୁଇ ଜଣଙ୍କ ଓ୍ଵିକେଟ୍‌ ନେବା ମୟଙ୍କଙ୍କ ପାଇଁ ଆଉ ଏକ କୃତିତ୍ୱ। ଏବେ ଅନ୍ୟ ଦଳ ପାଇଁ ତାଙ୍କ ବୋଲିଂକୁ ପ୍ରତିହତ କରିବା କାଠିକର ପାଠ ହେବ। ସେ କେତେବେଳେ କେଉଁ ବଲ୍‌ ପକାଇବେ ସେ ଧାରଣା ରଖିବାକୁ ହେବ। ସେ ଏବେ ମୁମ୍ବାଇର ଭିନ୍ନ ଏକ ବୋଲର। ସୀମିତ ଓଭର ବିଶେଷଜ୍ଞ ବୁମ୍‌ରା ଓ ମୁସ୍ତାଫିଜୁର୍‌ ଏହି ଦଳରେ ଯୋଗ ଦେଇଥିଲେ ମଧ୍ୟ ମୁମ୍ବାଇ ସଂଘର୍ଷ ଜାରି ରହିଛି।

ରୋହିତ ଶର୍ମା ଏ ପର୍ଯ୍ୟନ୍ତ ବିସ୍ଫୋରକ ପାଳି ଖେଳିପାରିନାହାନ୍ତି, ଯଦ୍ୱାରା ମୁମ୍ବାଇ ପ୍ରତିପକ୍ଷର କ୍ଷମତା ବାହାର ସ୍କୋର୍‌ କରି ପାରିନି। ଦଳ ମଧ୍ୟ କିରଣ ପୋଲାର୍ଡଙ୍କୁ ଉପରେ ଖେଳାଇ ଅଧିକ ଓଭର ବ୍ୟାଟିଂ ଦେବା କଥା ଚିନ୍ତା କରିବା ଉଚିତ୍‌। ଦିଲ୍ଲୀ ଭଲ ସ୍ଥିତିରେ ରହିଥିଲେ ମଧ୍ୟ ଅନାବଶ୍ୟକ ଭାବେ ଚାପରେ ରହୁଛି। ଦଳ ସହିତ ଦୁଇ ପ୍ରମୁଖ ଖେଳାଳି ଗୌତମ ଗମ୍ଭୀର ଏବଂ ରିକି ପଣ୍ଟିଂ ଯୋଡ଼ି ହୋଇଥିବାରୁ ଆଶା ବଢ଼ିଯାଉଥିବାରୁ ଏଭଳି ଘଟୁଛି। ଘରୋଇ କ୍ରିକେଟ୍‌ରେ ମୁମ୍ବାଇ ଓ ଦିଲ୍ଲୀ ମୁକାବିଲା ଭଳି ଆଇପିଏଲ୍‌ କିଛି ଭିନ୍ନ ହେବ ନାହିଁ। ଉଭୟ ଦଳ ପଏଣ୍ଟ ଖାତା ଖୋଲିବାକୁ ଚାହିଁବେ ଶନିବାର (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe