ndtv.in
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ଓ କ୍ରିକେଟର୍ କେ.ଏଲ୍ ରାହୁଲଙ୍କ ବିବାହ ହେବା ପରେ ସୋସିଆଲ୍ ମିଡିଆରେ ଏହି ଯୋଡ଼ିଙ୍କର ଅନେକ ଫଟୋ ଓ ଭିଡିଓ ଭାଇରାଲ୍ ହୋଇଚାଲିଛି। ଏହି ଫଟୋ ଭିଡିଓରେ ସବୁ ସୁନୀଲ ସେଟ୍ଟୀଙ୍କ ବିଳାସମୟ ଘର ଦେଖିବାକୁ ମିଳିଛି।
ଆଥିଆ ନିଜର ହଳଦୀ ଉତ୍ସବରେ ପରିବାର ଲୋକଙ୍କ ସହ ମଜାମସ୍ତି କରୁଥିବାର ନଜର ଆସିଛନ୍ତି। ଆଥିଆ ସେୟାର କରିଥିବା ଫଟୋରେ ତାଙ୍କ ଘରର ବାହାର ପୂରା ଦୃଶ୍ୟମାନ ହୋଇଛି। ତାଙ୍କ ଘର ବାହାରକୁ ଫୁଲରେ ସଜା ଯାଇଥିବା ବେଳେ ଭିତରର ସାଜସଜା କିପରି ହୋଇଥିବ ତାହା ଅନୁମାନ କରାଯାଉଛି।
ସୁନୀଲ ସେଟ୍ଟୀଙ୍କ ଘରେ ସିଡ଼ିରୁ ନେଇ ଛାତ ପର୍ଯ୍ୟନ୍ତ ଫୁଲରେ ସଜାଯାଇଛି। ସେହିପରି ଘର ବଗିଚାର ସବୁଜ ଦୃଶ୍ୟ ହଳଦୀ ଉତ୍ସବର ସାଜସଜାକୁ ଦ୍ବିଗୁଣିତ କରିଛି। ହଳଦୀ ଉତ୍ସବରେ ନିଜେ ଆଥିଆ ରାହୁଲଙ୍କ ମୁହଁରେ ହଳଦୀ ଲଗାଇ ଫଟୋ ପୋଜ୍ ଦେଇଥିବାର ଦେଖିବାକୁ ମିଳିଛି।
ଦୀର୍ଘ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ଶେଷରେ ସୁନୀଲଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସ୍ରେ ଝିଅ ଆଥିଆଙ୍କର କ୍ରିକେଟର୍ କେ.ଏଲ୍ ରାହୁଲଙ୍କ ସହ ବିବାହ ହୋଇଥିଲା। ଏହି ବିବାହରେ ବଲିଉଡର ଅନେକ କଳାକାର ଓ ଅନେକ କ୍ରିକେଟ ତାରକା ନଜର ଆସିଥିଲେ। ତେବେ ଭାରତୀୟ କ୍ରିକେଟ୍ ଦଳର ଖେଳାଳି କେ.ଏଲ୍ ରାହୁଲ ଏବଂ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କୁ ବିବାହ ଅବସରରେ ବହୁତ ମହଙ୍ଗା ଉପହାର ମିଳିଛି।
Follow Us