କରୋନା ସହାୟତା, ସନ୍‌ରାଇଜର୍ସ ଦେବ ୧୦ କୋଟି

Advertisment
କରୋନା ସହାୟତା, ସନ୍‌ରାଇଜର୍ସ ଦେବ ୧୦ କୋଟି

ହାଇଦ୍ରାବାଦ: କୋଭିଡ୍‌-୧୯ ଲଢ଼େଇ ପାଇଁ ଆଇପିଏଲ୍‌ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ୧୦ କୋଟି ଟଙ୍କା ପ୍ରଦାନ କରିବ ବୋଲି ଯୋଜନା କରିଛି। ଦଳର ଫ୍ରାଞ୍ଚାଇଜ୍‌ ସନ୍‌ ଟିଭି ଗ୍ରୁପ୍‌ ଗୁରୁବାର ଏହା ଟ୍ବିଟ୍‌ କରିଛି। ଟ୍ବିଟ୍‌ ପରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍‌ ୱାର୍ନର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି। ‘ସାବାସ୍ ସନ୍‌ ଟିଭି ବହୁତ ବଢ଼ିଆ’ ‌ବୋଲି ନିଜ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଉଲ୍ଲେଖ କରିଛନ୍ତି ୱାର୍ନର। ପୂର୍ବରୁ ଆଇପିଏଲ୍‌ ଦଳ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଓ କୋଲ୍‌କାତା ନାଇଟ୍ ରାଇଡର୍ସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ଦାନ ଦେବାକୁ ଘୋଷଣା କରିଛନ୍ତି। ବିସିସିଆଇ ମଧ୍ୟ ୫୧ କୋଟି ଟଙ୍କା ପ୍ରଦାନ କରିସାରିଛି। ବ୍ୟକ୍ତିଗତ ଭାବେ ସୁନିଲ ଗାଭାସ୍କର, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ବିରାଟ କୋହଲି, ସୁରେଶ ରାଇନା, ଅନିଲ କୁମ୍ବଲେ, ରୋହିତ ଶର୍ମା, ଗୌତମ ଗମ୍ଭୀର, ମିତାଲି ରାଜ, ବିପ୍ଳବ ସାମନ୍ତରାୟ, ଦେବାଶିଷ ମହାନ୍ତି, ଅଜିଙ୍କ୍ୟ ରାହାଣେ, ଯୁବରାଜ ସିଂହ, ପଠାନ୍ ଭ୍ରାତା ୟୁସୁପ୍‌ ଓ ଇରଫାନ୍‌ ପ୍ରମୁଖ ଦାନ ଦେଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe