ଆଇପିଏଲ୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ୧୨୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗସ୍‌ ଇଲେଭେନ୍‌ ପଂଜାବ

Advertisment
ଆଇପିଏଲ୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ୧୨୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗସ୍‌ ଇଲେଭେନ୍‌ ପଂଜାବ

Photo: IPL Twitter

ଦୁବାଇ: କିଙ୍ଗସ୍‌ ଇଲେଭେନ୍‌ ପଂଜାବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୩ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ୧୨୭ ରନ୍‌ର ବିଜୟ ଲକ୍ଷ ରଖିଛି। ଲୋକେଶ ରାହୁଲଙ୍କ ଅଧିନାୟକତ୍ୱରେ ଖେଳୁଥିବା ପଂଜାବ ଟିମ୍‌ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୨୬ ରନ୍‌ କରିଛି।

ଦୁବାଇ ଅନ୍ତର୍ଜାତୀୟ କ୍ରିକେ୍‌ଟ ଷ୍ଟାଡିୟମ୍‌ରେ ଶନିବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହାଇଦ୍ରାବାଦ୍‌ର ଅଧିନାୟକ ଡେଭିଡ୍‌ ଓ୍ଵାର୍ନରଙ୍କ ସଫଳ ରଣନୀତି ଯୋଗୁଁ ପଂଜାବ ଏକ ବଡ଼ ସ୍କୋର କରିପାରି ନଥିଲା। ପଂଜାବ ଟିମ୍‌ ଆରମ୍ଭରୁ ଯଦିଓ ଭଲ ବ୍ୟାଟିଂ କରୁଥିଲା, ପରବର୍ତ୍ତୀ ସମୟରେ ଏହି ଧାରା ଜାରି ରଖିବାରେ ବିଫଳ ହୋଇଥିଲା।

ପ୍ରଥମ ଓ୍ଵିକେଟ୍‌ରେ ଲୋକେଶ ରାହୁଲ ଓ ମନ୍ଦୀପ ସିଂହ ଦଳର ସ୍କୋରକୁ ୩୭ ରନ୍‌ରେ ପହଂଚାଇଥିଲେ। ମନ୍ଦୀପ ସିଂହ (୧୭ ରନ୍‌) ହାଇଦ୍ରାବାଦ୍‌ ବୋଲର ସନ୍ଦୀପ ଶର୍ମାଙ୍କ ବଲରେ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଯିବା ପରେ ପଡ଼ିଆକୁ ପ୍ରବେଶ କରିଥିଲେ କ୍ରିସ୍‌ ଗେଲ୍‌। ଗେଲ୍‌ ୨୦ଟି ବଲର ସମ୍ମୁଖୀନ ହୋଇ ୨୦ ରନ୍‌ କରିଥିଲେ। ସେ ଜସନ୍‌ ହୋଲଡରଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଯାଇଥିଲେ। ସେହିପରି ଅଧିନାୟକ ଲୋକେଶ ରାହୁଲଙ୍କ ବ୍ୟାଟରୁ ମଧ୍ୟ ଅଧିକ ରନ୍‌ ମିଳି ନଥିଲା। ସେ ୨୭ଟି ବଲ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୭ ରନ୍‌ କରିଥିଲେ। ପଂଜାବ ୬୬ ରନ୍‌ରେ ଗେଲ ଓ ଲୋକେଶଙ୍କୁ ହରାଇଥିଲା।

ମଧ୍ୟକ୍ରମର ବ୍ୟାଟ୍‌ସମ୍ୟାନ ନିକୋଲାସ ପୂରନ ଅପରାଜିତ ୩୨ ରନ୍‌ କରିବାକୁ ୨୮ଟି ବଲ ଖେଳିଥିଲେ। ଅଲରାଉଣ୍ଡର ମେକ୍ସେଓ୍ଵଲ୍‌ ୧୩ ରନ୍‌ କରିଥିଲେ। ହାଇଦ୍ରାବାଦ ପାଇଁ ସନ୍ଦୀପ ଶର୍ମା, ଜସନ୍‌ ହୋଲଡର ଓ ରସିଦ ଖାନ୍‌ଙ୍କୁ ୨ଟି ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe