ଆଇପିଏଲ୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୧୨୧ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Advertisment
ଆଇପିଏଲ୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୧୨୧ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Photo: IPL Twitter

ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ ହରାଇ ୧୨୦ ରନ୍‌ କରିଛି। ଫଳରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୧୨୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ସାରଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବିରାଟ କୋହଲିଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିବା ବାଙ୍ଗାଲୋର ଟିମ୍‌ ବ୍ୟାଟିଂ କରିଥିଲା।

ଓପନର ଯୋଶ ଫିଲିପ୍‌ ଓ ଦେବଦୂତ ପଡିକ୍କଲ ବାଙ୍ଗାଲୋର ଇନିଂସ ଆରମ୍ଭ କରିଥିଲେ। ଦଳକୁ ୨.୫ ଓଭରରେ ଦେବଦୂତ୍ତଙ୍କ ଓ୍ଵିକେଟ୍‌ ଭାବେ ପ୍ରଥମ ଝଟକା ଲାଗିଥିଲା। ସେହି ସମୟରେ ଟିମ୍‌ର ସ୍କୋର ୧୩ ରନ୍‌ ଥିଲା। ଦେବଦୂତ ମାତ୍ର ୫ ରନ୍‌ କରି ପାଭଲିଅନ୍‌ ଫେରିଯିବା ପରେ ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିଲେ ବିରାଟ କୋହଲି। କିନ୍ତୁ କୋହଲି ମଧ୍ୟ ୭ ରନ୍‌ ଯୋଡ଼ିବା ପରେ ଅତି ଶସ୍ତାରେ ଆଉଟ୍‌ ହୋଇଥିଲେ। ବାଙ୍ଗାଲୋର ଟିମ୍‌ ୭୧ ରନ୍‌ରେ ୩ୟ ଓ୍ଵିକେଟ୍‌ ଭାବେ ଏବି ଡିଭିଲିୟର୍ସ (୨୪ ରନ୍‌, ୨୪ ବଲ୍‌, ଗୋଟିଏ ଚୌକା, ଗୋଟିଏ ଛକା)ଙ୍କୁ ହରାଇଥିଲା। ସ୍କୋର ୭୬ ରନ୍‌ରେ ହାଇଦ୍ରାବାଦର ୪ର୍ଥ ଶିକାର ହୋଇଥିଲେ ଫିଲିପ୍‌। ସେ ୩୧ଟି ବଲ୍‌ ଖେଳି ୪ଟି ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୩୨ ରନ୍‌ କରିଥିଲେ।

ବାଙ୍ଗାଲୋର ପାଇଁ ଓ୍ଵାସିଂଟନ୍‌ ସୁନ୍ଦର ୨୧ ରନ୍‌, ଗୁରକିରତ ସିଂହ ଅପରାଜିତ ୧୫ ରନ୍‌, କ୍ରିସ୍‌ ମୋରିସ ୩ ରନ୍‌ କରିଥିଲେ। ହାଇଦ୍ରାବାଦ୍‌ର ସଂଦୀପ ଶର୍ମା ଓ ଜସନ ହୋଲଡରଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିବା ବେଳେ ଟି ନଟରାଜନ୍‌, ସହବାଜନ ନଦୀମ ଓ ରସିଦ୍‌ ଖାନ୍‌ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe