ଆଇପିଏଲ୍‌: ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଲା ହ୍ରାଇଦ୍ରାବାଦ୍‌, ବ୍ୟାଟିଂ କରୁଛି ପଂଜାବ

Advertisment
ଆଇପିଏଲ୍‌: ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଲା ହ୍ରାଇଦ୍ରାବାଦ୍‌, ବ୍ୟାଟିଂ କରୁଛି ପଂଜାବ

Photo Zee news

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ୨୮ତମ ମ୍ୟାଚ୍‌ ରବିବାର ପଂଜାବ କିଙ୍ଗ୍‌ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ଡ. ଡିଓ୍ଵାଇ ପାଟିଲ ଷ୍ଟାଡିୟମ୍‌ରେ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲି ନିଷ୍ପତ୍ତି ନେଇଛି। ଟିମ୍‌ର ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ପଂଜାବକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ।

ପଂଜାବର ଇନିଂସ ଆରମ୍ଭ କରିଥିଲେ ଶିଖର ଧାଓ୍ଵନ୍‌ ଓ ପ୍ରଭସିମରନ୍‌। ଧଓ୍ଵନ୍‌ ୧୧ଟି ବଲ୍‌ ଖେଳି ଗୋଟିଏ ଚୌକା ସହିତ ୮ ରନ୍‌ ସଂଗ୍ରହ କରିଥିଲେ। ହାଇଦ୍ରାବାଦ୍‌ ୩୨ ରନ୍‌ରେ ୨ୟ ଓ୍ଵିକେଟ୍‌ ଭାବେ ପ୍ରଭସିମରନ୍‌(୧୪ ରନ୍‌)ଙ୍କୁ ହରାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ପଂଜାବ ୫ ଓଭରରେ ଗୋଟିଏ ଓ୍ଵିକେଟ୍‌ ହରାଇ ୩୩ ରନ୍‌ କରିଛି।

ସୂଚନାଯୋଗ୍ୟ, ଆଇପିଏଲ୍‌ର ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ପଂଜାବ ୫ଟି ମ୍ୟାଚ୍‌ ଖେଳିସାରିଛି। ଏଥିରୁ ୩ଟି ମ୍ୟାଚ୍‌ ଜିତିଥିଲା ବେଳେ ଅନ୍ୟ ୨ଟି ମୁକାବିଲାରେ ପରାସ୍ତ ହୋଇଛି। ବାଙ୍ଗାଲୋର ବିପକ୍ଷରେ ୫ ଓ୍ଵିକେଟ୍‌, ଚେନ୍ନାଇ ବିରୋଧରେ ୫୪ ରନ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୨ ରନ୍‌ରେ ପଂଜାବ ଟିମ୍‌ ବିଜୟୀ ହୋଇଛି। ଅପରପକ୍ଷେ କୋଲକାତା ନାଇଟ୍‌ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ବିପକ୍ଷରେ ୬-୬ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି। ପଂଜାବ ଟିମ୍‌ ୬ ପଏଣ୍ଟ ହାସଲ କରିବା ସହିତ ଟେବୁଲରେ ୬ଷ୍ଠ ସ୍ଥାନ ହାସଲ କରିଛି।

ହାଇଦ୍ରାବାଦ୍‌ ଟିମ୍‌ ମଧ୍ୟ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳିଛି। ଦଳ ରାଜସ୍ଥାନ ରୟାଲ୍ସ ଓ ଲଖନଉ ସୁପର ଜ୍ୟାଣ୍ଟ ଠାରୁ ପରାସ୍ତ ହୋଇଥିଲା ବେଳେ ଚେନ୍ନାଇ, ଗୁଜରାଟ ଓ କୋଲକାତା ବିପକ୍ଷରେ ମ୍ୟାଚ ଜିତିଛି। ସବୁଠାରୁ ବଡ଼ କଥା ହେଲା ହାଇଦ୍ରାବାଦ୍‌ ନିଜର ପ୍ରଥମ ୨ଟି ମ୍ୟାଚରେ ପରାଜିତ ହୋଇଥିଲା ବେଳେ ପରବର୍ତ୍ତୀ ୩ଟି ମ୍ୟାଚ୍‌ ଜିତିଛି। ପଏଣ୍ଟ ଟେବୁଲରେ ହାଇଦ୍ରାବାଦ୍‌ ୭ମ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe