ଆଇପିଏଲ୍‌-୧୩: ମୁମ୍ବାଇ ଇଣ୍ଡିଆନ୍ସ‌କୁ ୧୦ ୱିକେଟରେ ପରାସ୍ତ କରି ପ୍ଲେ ଅଫ୍‌କୁ ଗଲା ସନରାଇଜର୍ସ ହାଇଦ୍ରାବାଦ୍

Advertisment
ଆଇପିଏଲ୍‌-୧୩: ମୁମ୍ବାଇ ଇଣ୍ଡିଆନ୍ସ‌କୁ ୧୦ ୱିକେଟରେ ପରାସ୍ତ କରି ପ୍ଲେ ଅଫ୍‌କୁ ଗଲା ସନରାଇଜର୍ସ ହାଇଦ୍ରାବାଦ୍

Scroll.in

ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୬ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ‌କୁ ୧୦ ୱିକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍ । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୫୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୭.୧ ଓଭରରେ କିଛି ବି ୱିକେଟ ନ ହରାଇ ଏହାକୁ ହାସଲ କରିଛି । ହାଇଦ୍ରାବାଦ ପକ୍ଷରୁ ଡେଭିଡ ୱାର୍ନର ୫୮ ବଲରେ ଦମ୍‌ଦାର ୮୫ ରନ୍‌ କରିଥିବା ବେଳେ ରିଦ୍ଧିମାନ ଶାହା ୪୫ ବଲରେ ୫୮ ରନ୍‌ କରିଥିଲେ । ଫଳରେ ହାଇଦ୍ରାବାଦ ଏହି ମ୍ୟାଚକୁ ଅତି ସହଜରେ ଜିତି ନେଇଥିଲା । ଅନ୍ୟପଟେ ମୁମ୍ବାଇ ପକ୍ଷରୁ ଦୁର୍ବଳ ବୋଲିଂ ଦେଖିବାକୁ ମିଳିଥିଲା ୫ ଜଣ ବୋଲର ୧୭.୧ ଓଭର ବୋଲିଂ କରି କୌଣସି ବି ୱିକେଟ ନେବାରେ ସକ୍ଷମ ହୋଇ ନଥିଲେ । ଯାହା ଫଳରେ ମୁମ୍ବାଇ ୧୦ ୱିକେଟରେ ପରାଜୟ ବରଣ କରିଥିଲା । ସେହିପରି ହାଇଦ୍ରାବାଦ ଏହି ବିଜୟ ସହ ୧୪ ଅଙ୍କ ସଂଗ୍ରହ କରି ୩ୟ ସ୍ଥାନରେ ରହିବା ସହ ୪ର୍ଥ ଦଳ ଭାବେ ପ୍ଲେ ଅଫକୁ ଯାଇଛି । ହାଇଦ୍ରାବାଦର ରନ୍‌ ରେଟ୍‌ ଭଲ ଥିବା କାରଣରୁ କୋଲକାତା ୧୪ ଅଙ୍କ ସଂଗ୍ରହ କରିଥିଲେ ମଧ୍ୟ ପ୍ଲେ ଅଫ୍‌କୁ ଯାଇ ପାରି ନାହିଁ । ପୂର୍ବରୁ ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ‌ପ୍ଲେ ଅଫକୁ ଯାଇ ସାରିଛନ୍ତି ।

ପୂର୍ବରୁ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ମୁମ୍ବାଇ ଟିମ୍‌ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ୨୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୧୪୯ ରନ୍‌ କରିଥିଲା। ଅଧିନାୟକ ରୋହିତ ଶର୍ମା ଓ କ୍ୱିଣ୍ଟନ୍‌ ଡି କକ୍‌ ମୁମ୍ବାଇର ଇନିଂସ ଆରମ୍ଭ କରିଥିଲେ। ଦଳର ସ୍କୋର ୧୨ ରନ୍‌ ହୋଇଥିବା ବେଳେ ମୁମ୍ବାଇର ପ୍ରଥମ ଓ୍ଵିକେଟ୍‌ ଭାବେ ରୋହିତ୍‌ ଶର୍ମା (୪ରନ୍‌) ଆଉଟ୍‌ ହୋଇଥିଲେ। ସାଥୀ ଖେଳାଳି ଡି କକ୍‌ ମଧ୍ୟ ବେଶି ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିପାରି ନଥିଲେ। ସେ ୨୫ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।

ମୁମ୍ବାଇର ଓପନର ଦ୍ୱୟ ଆଉଟ୍‌ ହେଲା ପରେ ଦଳର ଦାୟିତ୍ୱ ନେଇଥିଲେ ସୂର୍ଯ୍ୟକୁମାର ଯାଦବ (୩୬ ରନ୍‌, ୨୯ ବଲ, ୫ ଚୌକା) ଓ ଈଶାନ କିଷନ୍‌ (୩୩ ରନ୍‌, ୩୦ ବଲ, ୧ ଚୌକା, ୨ ଛକା)। ଉଭୟ ୪୨ ରନ୍‌ର ଭାଗିଦାରୀ କରିଥିଲେ। କିରଣ ପୋଲାର୍ଡ ୪୧ ରନ୍‌ କରିଥିବା ବେଳେ ସୌରଭ ତିଓ୍ଵାରୀ ୧ ରନ୍‌, ନାଥାନ କଲଟର୍‌ ନାଇଲ୍‌ ୧ ରନ୍‌ କରିଥିଲେ। ସନ୍ଦୀପ ଶର୍ମା ମୁମ୍ବାଇର ୩ ଜଣ ଖେଳାଳିଙ୍କୁ ଆଉଟ୍‌ କରିଥିବା ବେଳେ ଜସନ୍‌ ହୋଲ୍‌ଡର ଓ ଶାହାନବାଜ୍‌ ନଦୀମ୍‌ ୨-୨ଟି ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe