ସୁପର୍‌ କିଙ୍ଗ୍ସ ସୁପର୍‌ ଫ୍ଲପ୍‌: ଚେପକ୍‌ରେ ପ୍ରଥମ ଥର ଜିତିଲା ହାଇଦ୍ରାବାଦ

Advertisment

ଘରୋଇ ଗ୍ରାଉଣ୍ଡ୍‌ରେ ସଂଘର୍ଷ ଜାରି ରଖିଥିବା ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଏଥର ସୁପର୍ ଫ୍ଲପ୍ ହୋଇଛି। ଘରୋଇ ପଡ଼ିଆରେ ୪ରୁ ୪ ପରାଜୟ ସହ ଚଳିତ ଋତୁରେ ସପ୍ତମ ପରାଜୟ ବରଣ କରି ପ୍ଲେ ଅଫ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି।

ଘରୋଇ ଗ୍ରାଉଣ୍ଡ୍‌ରେ ସଂଘର୍ଷ ଜାରି ରଖିଥିବା ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଏଥର ସୁପର୍ ଫ୍ଲପ୍ ହୋଇଛି। ଘରୋଇ ପଡ଼ିଆରେ ୪ରୁ ୪ ପରାଜୟ ସହ ଚଳିତ ଋତୁରେ ସପ୍ତମ ପରାଜୟ ବରଣ କରି ପ୍ଲେ ଅଫ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି।

scscsc

ଚେନ୍ନାଇ: ଘରୋଇ ଗ୍ରାଉଣ୍ଡ୍‌ରେ ସଂଘର୍ଷ ଜାରି ରଖିଥିବା ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଏଥର ସୁପର୍ ଫ୍ଲପ୍ ହୋଇଛି। ଘରୋଇ ପଡ଼ିଆରେ ୪ରୁ ୪ ପରାଜୟ ସହ ଚଳିତ ଋତୁରେ ସପ୍ତମ ପରାଜୟ ବରଣ କରି ପ୍ଲେ ଅଫ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି। ୧୦ ଦଳୀୟ ଏହି ପ୍ରତିଯୋଗିତାର ପଏଣ୍ଟ୍‌ ଟେବୁଲ୍‌ର ଶେ‌ଷ ସ୍ଥାନରୁ ଦଳ ଉଠିପାରିନାହିଁ। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳକୁ ପ୍ୟାଟ୍ କମିନ୍ସଙ୍କ ସନ୍‌ରାଇଜର୍ସ ହାଇଦ୍ରାବାଦ ୫ ୱିକେଟ୍‌ରେ ହରାଇ ଦେଇଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଈଶାନ କିଶନ, କାମିନ୍ଦୁ ମେଣ୍ଡିଜ୍‌, ନୀତୀଶ କୁମାର ରେଡ୍ଡୀ ଦଳକୁ ବିଜୟୀ କରାଇଛନ୍ତି। ଏଥି ସହ ସନ୍‌ରାଇଜର୍ସ ହାଇଦ୍ରାବାଦ ନବମ ମ୍ୟାଚ୍‌ରୁ ତୃତୀୟ ବିଜୟ ସହ ଉଜ୍ଜୀବିତ ହୋଇଛି। ଷଷ୍ଠ ମୁକାବିଲାରେ ପ୍ରଥମ ଥର ଚେନ୍ନାଇକୁ ଚେନ୍ନାଇରେ ହରାଇଛି ହାଇଦ୍ରାବାଦ।

ଚେପକ୍‌ର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନି ତାଙ୍କ ୪୦୦ତମ ମାଇଲ୍‌ଖୁଣ୍ଟ ଟି-୨୦ ମ୍ୟାଚ୍‌ରେ ଟସ୍ ହାରିଯାଇଥିଲେ। ବ୍ୟାଟିଂ ପାଇଁ ଆମନ୍ତ୍ରିତ ଘରୋଇ ଚେନ୍ନାଇ ସୁପର୍ କିଙ୍ଗ୍ସ ମଧ୍ୟ ଏହାର ନ୍ୟୁଜିଲାଣ୍ଡ୍‌ ବ୍ୟାଟର୍‌ ରାଚିନ ରବୀନ୍ଦ୍ରଙ୍କୁ ବସାଇ ତାଙ୍କ ସ୍ଥାନରେ ଦିୱାଦ ବ୍ରେଭିସ୍‌ଙ୍କୁ ଖେଳାଇଥିଲା। ପ୍ରଥମ ବଲ୍‌ରେ ସେକ୍ ରସିଦ୍‌ଙ୍କୁ ମହମ୍ମଦ ସାମି ପ୍ୟାଭିଲିଅନ୍ ରାସ୍ତା ଦେଖାଇ ଦେଇଥିଲେ। ଦଳକୁ ଫେରିଥିବା ସାମ୍ କରନ୍ (୯) ବି ଫେଲ୍ ମାରିଥିଲେ। ଆୟୁଷ ମହାତ୍ରେ ପୁଣି ଥରେ ୩୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ପ୍ରଥମ ସୁଯୋଗ‌ ପାଇଥିବା ଦକ୍ଷିଣ ଆଫ୍ରିକୀୟ ବ୍ୟାଟର୍‌ ବ୍ରେଭିସ୍ ଦଳ ପାଇଁ ସର୍ବାଧିକ ୪୨ ରନ୍ କରିଥିଲେ। ୨୫ ବଲ୍‌ରୁ ସେ ୪ ଛକା ଓ ଗୋଟିଏ ଚୌକାର ସହାୟତା ନେଇଥିଲେ। ଚତୁର୍ଥ ସୁଯୋଗରେ ଦୀପକ ହୁଦା ୨୧ ବଲ୍‌ରୁ ୨୨ ରନ୍ ସଂଗ୍ରହ କରିବାରୁ ଚେନ୍ନାଇ ଅବଶ୍ୟ ୧୫୦ ଅତିକ୍ରମ କରିପାରିଥିଲା। ହର୍ଷଲ୍ ପଟେଲ୍‌ ତାଙ୍କ ୪ ଓଭର କୋଟାରେ ମାତ୍ର ୨୮ ରନ୍ ଦେଇ ୪ ୱିକେଟ୍‌ ଦଖଲ କରିବା ସହ ପ୍ୟାଟ୍ କମିନ୍ସ (୪-୦-୨୧-୨) ସବୁଠାରୁ ମିତବ୍ୟୟୀ ବୋଲିଂ କରିବା ଫରକ ପକାଇଥିଲା। ଜୟଦେବ ଉନାଦକଟ୍‌ (୨.୫-୦-୨୧-୨) ମଧ୍ୟ ଅନ୍ୟତମ ସଫଳ ବୋଲର  ଥିଲେ।

ସଂକ୍ଷିପ୍ତ ସ୍କୋର: ଚେନ୍ନାଇ ସୁପର୍ କିଙ୍ଗ୍ସ ୧୯.୫ ଓଭରରେ ୧୫୪/୧୦ (‌ଦିୱାଦ ବ୍ରେଭିସ୍‌-୪୨, ଆୟୁଷ ମହାତ୍ରେ-୩୦, ଦୀପକ ହୁଦା-୨୨, ରବୀନ୍ଦ୍ର ଜାଡ଼େଜା-୨୧, ହର୍ଷଲ୍ ପଟେଲ୍‌-୪/୨୮, ପ୍ୟାଟ୍ କମିନ୍ସ-୨/୨୧, ଜୟଦେବ ଉନାଦକଟ୍‌-୨/୨୧, କ‌‌ାମିନ୍ଦୁ ମେଣ୍ଡିଜ୍‌-୧/୨୬, ମହମ୍ମଦ ସାମି-୧/୨୮)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୮.୪ ଓଭରରେ ୧୫୫/୫ (ଈଶାନ କିଶନ-୪୪, କାମିନ୍ଦୁ ମେଣ୍ଡିଜ୍‌-୩୨*, ନୀତୀଶ କୁମାର ରେଡ୍ଡୀ-୧୯*, ନୂର ଅହମ୍ମଦ-୨/୪୨, ଅଂଶୁଲ କମ୍ବୋଜ-୧/୧୬,  ଖଲିଲ୍ ଅହମଦ-୧/୨୧, ରବୀନ୍ଦ୍ର ଜାଡ଼େଜା-୧/୨୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe