ଆକର୍ଷଣରେ ସୁପରଫ୍ୟାନ ସୁଧୀର, ରାମବାବୁ, ଧରମବୀର

Advertisment
ଆକର୍ଷଣରେ ସୁପରଫ୍ୟାନ ସୁଧୀର, ରାମବାବୁ, ଧରମବୀର

କଟକ: ବାରବାଟୀରେ ଦୁଇ ଦଳର ଅଭ୍ୟାସ ସମୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ତିନି ସୁପରଫ୍ୟାନ ସୁଧୀର ଚୌଧୁରୀ, ରାମବାବୁ, ଧରମବୀର ପାଲ୍‌। ରାମବାବୁ ଧୋନିଙ୍କ ପ୍ରଶ˚ସକ ହୋଇଥିଲା ବେଳେ ସୁଧୀର ଓ ଧରମବୀର ସଚିନ ତେନ୍ଦୁଲକରଙ୍କ ପ୍ରଶ˚ସକ। ଉଭୟ ଧୋନି ଏବଂ ସଚିନ୍‌ ଦଳରୁ ଅବସର ନେଇସାରିଥିଲେ ମଧ୍ୟ ସୁପରଫ୍ୟାନ୍‌ର ମାନ୍ୟତା ପାଇସାରିଥିବା ଏହି ତିନିଜଣ ଆଜି ବାରବାଟୀ ଷ୍ଟାଡିୟମରେ ଚର୍ଚ୍ଚାରେ ରହିଥିଲୋ। ପାରମ୍ପରିକ ଢଙ୍ଗରେ ହାତରେ ଜାତୀୟ ପତାକା ଧରିବା ସହ ସୁଧୀରଙ୍କ ଶଙ୍ଖ ବଜାଇବା ଶୈଳୀ ଅନ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ପ୍ରଥମେ ପ୍ରେସ୍‌ ବକ୍ସ ଓ ପରେ ବିସିସିଆଇ ବକ୍ସରେ ପହଞ୍ଚି ଏହି ତିନିଜଣ ନିଜର କଳା ପ୍ରଦର୍ଶନ କରିଥିଲେ। ଉପସ୍ଥିତ ଥିବା ଓସିଏ ସଦସ୍ୟଙ୍କ ପରିବାର ଏବ˚ ଦର୍ଶକମାନେ ମଧ୍ୟ ସେମାନଙ୍କ ସହ ସେଲ୍‌ଫି ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe