ସୁରତ ପହଞ୍ଚିଲା କୋଣାର୍କ ସୂର୍ଯ୍ୟାସ ଓଡ଼ିଶା

ଚଳିତ ଲିଜେଣ୍ଡ୍‌ସ ଲିଗ୍‌ରେ ନିଜ ପରବର୍ତ୍ତୀ ମ୍ୟାଚ୍‌‌ଗୁଡ଼ିକ ଖେଳିବାକୁ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦଳ ସୋମବାର ସୁରତ ପହଞ୍ଚିଛି। ପୁଣି ଥରେ ମଣିପାଲ ଟାଇଗର୍ସକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ଇର୍ଫାନ ପଠାନଙ୍କ ଦଳ।

hfhfhkfhkhfkhfk

ସୁରତ: ଚଳିତ ଲିଜେଣ୍ଡ୍‌ସ ଲିଗ୍‌ରେ ନିଜ ପରବର୍ତ୍ତୀ ମ୍ୟାଚ୍‌‌ଗୁଡ଼ିକ ଖେଳିବାକୁ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦଳ ସୋମବାର ସୁରତ ପହଞ୍ଚିଛି। ପୁଣି ଥରେ ମଣିପାଲ ଟାଇଗର୍ସକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ଇର୍ଫାନ ପଠାନଙ୍କ ଦଳ। ପଦାର୍ପଣ ମ୍ୟାଚ୍‌ରେ ବିଜେତା ମଣିପାଲ୍ ଟାଇଗର୍ସକୁ ୨ ରନ୍‌ରେ ପରାସ୍ତ କରିଥିବାରୁ ଦଳର ମନୋବଳ ମଧ୍ୟ ଉଚ୍ଚ ରହିଛି।

ଶୁକ୍ରବାର ପୁଣି ଥରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଭେଟିବ ମଣିପାଲ ଟାଇଗର୍ସକୁ। ଏହା ସୁରଟର ଲାଲବାଇ କଣ୍ଟ୍ରାକ୍ଟର ଷ୍ଟାଡିୟମ୍‌ରେ ଖେଳାଯିବ। ୟୁସୁଫ୍ ପଠାନ ଓ ରସ୍ ଟେଲରଙ୍କ ପାୱାର ହିଟ୍ ଦଳକୁ ସନ୍ତୁଳିତ ରଖିଛି। ବିଜୟୀ ଦଳ ପ୍ରାୟତଃ ପରିବର୍ତ୍ତନ କରୁ ନଥିଲେ ମଧ୍ୟ ଓଡ଼ିଶା କ୍ରିକେଟର୍ ନଟରାଜ ବେହେରାଙ୍କୁ କିଛି ମ୍ୟାଚ୍‌ରେ ସୁଯୋଗ ମିଳିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe