ସୌରେନ୍ଦ୍ର ପ୍ରସାଦ ଦାସ ସ୍ମାରକୀ ଓପନ୍‌ ଚେସ୍‌ରେ ଅନ୍ବେଷ ବିଜେତା

ସୌରେନ୍ଦ୍ର ପ୍ରସାଦ ଦାସ ସ୍ମାରକୀ ଓପନ୍‌ ଚେସ୍‌ରେ ଅନ୍ବେଷ ବିଜେତା

ଭୁବନେଶ୍ବର: ଓଡ଼ିଶା ଚେସ୍‌ ସଂଘ ପକ୍ଷରୁ ଆୟୋଜିତ ତୃତୀୟ ସୌରେନ୍ଦ୍ର ପ୍ରସାଦ ଦାସ ସ୍ମାରକୀ ଓପନ୍‌ ଚେସ୍‌ ଚାମ୍ପିଅନ୍‌ସିପ୍‌ ଉଦ୍‌ଯାପିତ ହୋଇଛି। ଭୁବନେଶ୍ବର ଲୟୋଲା ସ୍କୁଲ୍‌ର ଆରିନ୍‌ ଅନ୍ବେଷ ସ୍ବାଇଁ ଶୀର୍ଷ ସ୍ଥାନରେ ରହି ବିଜେତା ହୋଇଥିଲା ବେଳେ ଅନାଦକତ୍‌ କର୍ତ୍ତବ୍ୟ, ମହେନ୍ଦ୍ର ତେଜା ମେକାଲା, ଏସ୍‌ପିକେ ଅରୁଲ ଆନନ୍ଦ, ଆର୍ଯ୍ୟନ ବର୍ଷନି, ସୌମ୍ୟ ରଂଜନ ମିଶ୍ର, ଓମ୍‌ ନ‌ିଳେଶ ଦେଉରୁଖକର, ଦେବୀ ପ୍ରସାଦ ନାୟକ, ଆଦିତ୍ୟ ଜେନା ଓ ଶ୍ରବଣ ବଳରାମ ଯଥାକ୍ରମେ ଦ୍ବିତୀୟରୁ ଦଶମ ସ୍ଥାନରେ ରହିଥିଲେ।

ବିଭିନ୍ନ ବୟସ ବର୍ଗରେ ଆଦଭିକ୍‌ ରାଉତରାୟ (୭ରୁ କମ୍‌), ସତ୍ୟ ସ୍ବରୂପ ତ୍ରିପାଠୀ (୯ରୁ କମ୍‌), ଭିନିତ ନାୟକ (୧୧ରୁ କମ୍‌), ଅର୍ଣ୍ଣବ ମହାନ୍ତି (୧୩ରୁ କମ୍‌) ଏବଂ ବାଳିକାରେ ଆରୋହି ଦାଶ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗିତାରେ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁନେର ପି. ନନ୍ଦିନୀ ଏବଂ ଶ୍ରେଷ୍ଠ ଭେଟେରାନ୍‌ ଖେଳାଳି ଭାବେ ଭୁବନେଶ୍ବରର ଭିମସେନ୍‌ ପ୍ରଧାନ ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe