୧୫ରେ କଟକ ଆସିବେ ସୁରେଶ ରାଇନା

Advertisment
୧୫ରେ କଟକ ଆସିବେ ସୁରେଶ ରାଇନା

ଭୁବନେଶ୍ବର : ପୂର୍ବତନ କ୍ରିକେଟର ସୁରେଶ ରାଇନା ଆସନ୍ତା ୧୫ ତାରିଖ ବୁଧବାର କଟକ ଗସ୍ତରେ ଆସୁଛନ୍ତି। ବାଳିସ୍ଥିତ ଏମ୍‌ଜିଏମ୍‌ ସ୍ପୋର୍ଟ୍ସ ସ୍କୁଲ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଉଥିବା ଜଣାପଡ଼ିଛି। ଏହି ସ୍ପୋର୍ଟ୍ସ ସ୍କୁଲ୍‌ରେ ବହୁବିଧ କ୍ରୀଡ଼ା ସହିତ କ୍ରିକେଟ୍‌ ଏକାଡେମୀ ରହିଛି। ଏକ ଅାବାସିକ ଏକାଡେମୀ କରିବା ଲକ୍ଷ୍ୟରେ ବାଳିଠାରେ ଏହି ସ୍ପୋର୍ଟ୍ସ ସ୍କୁଲ୍‌ ଆରମ୍ଭ କରାଯାଇଛି। ଆଗକୁ ଓଡ଼ିଶା କ୍ରିକେଟ୍‌ ସଂଘ ସହିତ ଯୋଡ଼ି ହୋଇ ଏହି ଏମାଡେମୀ ଗୁଣାତ୍ମକ କ୍ରିକେଟ୍‌ ପ୍ରଶିକ୍ଷଣ ପ୍ରଦାନ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe