ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ସୂର୍ଯ୍ୟଙ୍କ ଚମକ ଜାରି

Advertisment
ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ସୂର୍ଯ୍ୟଙ୍କ ଚମକ ଜାରି

Sportstar

ଦୁବାଇ: ଭାରତୀୟ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଟ୍ବେଣ୍ଟି-୨୦ ମାନ୍ୟତାରେ ନିଜ ଚମକ ଜାରି ରଖିଛନ୍ତି। ବୁଧବାର ପ୍ରକାଶିତ ମାନ୍ୟତାରେ ସେ ବ୍ୟାଟରଙ୍କ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ୪୭ ରନ୍‌ କରିବା ପରେ ସେ ଜୀବନର ସର୍ବାଧିକ ରେଟିଂ ୯୧୦ ପଏଣ୍ଟ ମଧ୍ୟ କରାୟତ୍ତ କରିଥିଲେ। ଦ୍ବିତୀୟ ଟ୍ବେଣ୍ଟି-୨୦ରେ ୨୬ ରନ୍‌ର ଅପରାଜିତ ପାଳି ଖେଳିବା ସତ୍ତ୍ବେ ତାଙ୍କ ରେଟିଂ ପଏଣ୍ଟ ୯୦୮କୁ ଖସିଯାଇଛି। ତଥାପି ସେ ପୁରୁଷ ଟ୍ବେଣ୍ଟି-୨୦ ବ୍ୟାଟର୍‌ରେ ସର୍ବାଧିକ ରେଟିଂ ପଏଣ୍ଟ କୀର୍ତ୍ତିମାନର ନିକଟବର୍ତୀ ହୋଇଛନ୍ତି।

ଇଂଲଣ୍ଡ ବ୍ୟାଟର୍‌ ଦାୱିଦ ମଲାନ (୯୧୫ ପଏଣ୍ଟ, ୨୦୨୦)ଙ୍କ ନାମରେ ସର୍ବାଧିକ ରେଟିଂ ପଏଣ୍ଟ୍‌ ଥିଲା ବେଳେ ଦ୍ବିତୀୟରେ ସୂର୍ଯ୍ୟକୁମାର ରହିଛନ୍ତି। ସୂର୍ଯ୍ୟକୁମାରଙ୍କ ଛଡ଼ା ଅନ୍ୟ କୌଣସି ଭାରତୀୟ ବ୍ୟାଟର୍‌ କିମ୍ବା ବୋଲର ଶୀର୍ଷ ୧୦ରେ ନଥିଲାବେଳେ ଅଲ୍‌ରାଉଣ୍ଡର ମାନ୍ୟତାରେ ହାର୍ଦିକ ପାଣ୍ଡ୍ୟ ତୃତୀୟରେ ରହିଛନ୍ତି। ଦିନିକିଆ ବୋଲର୍‌ ମାନ୍ୟତାରେ ମହମ୍ମଦ ସିରାଜ ଶୀର୍ଷରେ ଥିଲା ବେଳେ ବ୍ୟାଟର୍‌ରେ ଶୁବମନ ଗିଲ୍‌ ଷଷ୍ଠ, ବିରାଟ କୋହଲି ସପ୍ତମ ଏବଂ ରୋହିତ ଶର୍ମା ନବମରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe