ସୂର୍ଯ୍ୟଙ୍କୁ ଶ୍ରେଷ୍ଠ ଅନ୍‌କ୍ୟାପ୍‌ଡ ଖେଳାଳି ବାଛିଲେ ଟମ୍‌ ମୁଡି

Advertisment
ସୂର୍ଯ୍ୟଙ୍କୁ ଶ୍ରେଷ୍ଠ ଅନ୍‌କ୍ୟାପ୍‌ଡ ଖେଳାଳି ବାଛିଲେ ଟମ୍‌ ମୁଡି

NDTV Sports

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଆଇପିଏଲ୍‌ରେ ବହୁ ଅନ୍‌କ୍ୟାପ୍‌ଡ ଭାରତୀୟ ଖେଳାଳି (ଅଣ ଅନ୍ତର୍ଜାତୀୟ ପ୍ରତିନିଧିତ୍ବ) ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଦେବଦତ୍ତ ପଡ଼ିକଲ, ରାହୁଲ ତିୱାତିଆ, ଋତୁରାଜ ଗାଏକ୍ବାଡ ଏବଂ ଟି ନଟରରାଜନଙ୍କୁ ଚଳିତ ଋତୁର ସନ୍ଧାନ କୁହାଯାଉଛି। ଏମାନେ ଭାରତୀୟ ଦଳର ଦାବିଦାର ହେବାର ସଙ୍କେତ ଦେଇଛନ୍ତି। ଇତି ମଧ୍ୟରେ ନଟରାଜନଙ୍କୁ ବି ଅଷ୍ଟ୍ରେଲିଆ ଗସ୍ତ ଲାଗି ଡାକରା ମିଳିସାରିଛି। ପୂର୍ବତନ ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍‌ ଟମ୍ ମୁଡି କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସର ମଧ୍ୟକ୍ରମ ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ତାଙ୍କ ଶ୍ରେ‌ଷ୍ଠ ଅନକ୍ୟାପ୍‌ଡ ଭାରତୀୟ ଖେଳାଳି ବାଛିଛନ୍ତି। ୩ ନମ୍ବର ସ୍ଥାନରେ ଆସି ଏହି ଖେଳାଳି ଜଣଙ୍କ ଯେଭଳି ବ୍ୟାଟିଂ କରନ୍ତି ଲାଗନ୍ତି ନାହିଁ ସେ ଭାରତୀୟ ଦଳରେ ‌ନାହାନ୍ତି ବୋଲି। ସେ ଜଣେ ମହାନ ବ୍ୟାଟ୍ସମ୍ୟାନ୍‌ ଭଳି ବ୍ୟାଟିଂ କରିଛନ୍ତି, ବାସ୍ତବରେ ଜଣେ ଉଚ୍ଚ ଶ୍ରେଣୀୟ ଖେଳାଳି’ ବୋଲି ଟମ୍ ମୁଡି କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ସପକ୍ଷରେ ମଧ୍ୟ ପୂର୍ବତନ କ୍ରିକେଟର୍ ଗୌତମ ଗମ୍ଭୀର ସ୍ବର ଉଠାଇଥିଲେ। ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ସୀମିତ ଓଭର ଦଳରେ ତାଙ୍କୁ ସୁଯୋଗ ମିଳିନଥିବାରୁ ଗମ୍ଭୀର ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe