Advertisment

Silver clock tower: ସୂର୍ଯ୍ୟ, ମାର୍କରାମଙ୍କୁ ରୁପା କ୍ଲକ୍‌ ଟାୱାର ଉପହାର

Advertisment

ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଦକ୍ଷିଣର ଆଫ୍ରିକା ଅଧିନାୟକ ‌ଐଦେନ ମାର୍କରାମଙ୍କୁ ଓସିଏ ପକ୍ଷରୁ ରୁପାର କ୍ଲକ୍‌ ଟାୱାର ଉପହାର ଦିଆଯାଇଛି। ଖେଳ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓସିଏ ସମ୍ପାଦକ....

ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଦକ୍ଷିଣର ଆଫ୍ରିକା ଅଧିନାୟକ ‌ଐଦେନ ମାର୍କରାମଙ୍କୁ ଓସିଏ ପକ୍ଷରୁ ରୁପାର କ୍ଲକ୍‌ ଟାୱାର ଉପହାର ଦିଆଯାଇଛି। ଖେଳ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓସିଏ ସମ୍ପାଦକ....

DGDAADGZVCC

ଦୀପ୍ତିରଂଜନ ସାମଲ
କଟକ: ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଦକ୍ଷିଣର ଆଫ୍ରିକା ଅଧିନାୟକ ‌ଐଦେନ ମାର୍କରାମଙ୍କୁ ଓସିଏ ପକ୍ଷରୁ ରୁପାର କ୍ଲକ୍‌ ଟାୱାର ଉପହାର ଦିଆଯାଇଛି। ଖେଳ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓସିଏ ସମ୍ପାଦକ ସଂଜୟ ବେହେରାଙ୍କ ଉପସ୍ଥିତିରେ ଉଭୟ ଅଧିନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସାଙ୍ଗରେ ବିଭିନ୍ନ ବିଧାୟକ ଓ ଓସିଏର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏଥିପୂର୍ବରୁ ଘଣ୍ଟି ବଜାଇ ମୁଖ୍ୟମନ୍ତ୍ରୀ ମ୍ୟାଚ୍‌ର ଶୁଭାରମ୍ଭ କରିଥିଲେ। ସାଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। 

ଆର୍‌ଡିସିଙ୍କୁ ଚିହ୍ନି ପାରିଲେନି ପୁଲିସ୍‌
ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ୍‌ ଦେଖିବାକୁ ଅନେକ ଆଇଏଏସ୍‌, ଆଇପିଏସ୍‌, ନେତା, ମନ୍ତ୍ରୀଙ୍କ ଭିଡ଼ ଲାଗିଥିଲା। ସେମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଗୁହା ପୁନମ ତାପସ କୁମାର ମଧ୍ୟ ଷ୍ଟାଡିୟମ୍‌କୁ ଆସିଥିଲେ। ସାଙ୍ଗରେ ତାଙ୍କ ଝିଅ ଓ ପିଏସ୍‌ଓ ମଧ୍ୟ ଥିଲେ। ହେଲେ ‘ଓସିଏ’ର ଇନର ଗେଟ୍‌ ପାଖରେ ଆର୍‌ଡିସିଙ୍କୁ ଛଡ଼ା ଯାଇ ନଥିଲା। ଗେଟ୍‌ ଦାୟିତ୍ବରେ ଥିବା ଘରୋଇ ସୁରକ୍ଷାକର୍ମୀ ‘ଆର୍‌ଡିସି କିଏ ଆମେ ଜାଣିନୁ’ ବୋଲି କହିଥିଲା ବେଳେ ପାଖରେ ଥିବା ପୁଲିସ୍‌ କର୍ମଚାରୀମାନେ ମଧ୍ୟ ଆର୍‌ଡିସିଙ୍କୁ ରାସ୍ତାରୁ ପାଖେଇ ଯିବାକୁ ବାରମ୍ବାର କହିଥିଲେ। ଆର୍‌ଡିସିଙ୍କ ପିଏସ୍‌ଓ ବାରମ୍ବାର ତାଙ୍କ ପରିଚୟ କହିଥିଲେ ବି କେହି ଖାତିର କରି ନଥିଲେ। ପରେ ଗଣମାଧ୍ୟମ ପ୍ରତିନିଧି ଓ ଉପସ୍ଥିତ ଅତିଥିମାନେ ଆର୍‌ଡିସିଙ୍କ ବାବଦରେ ସୁରକ୍ଷାକର୍ମୀଙ୍କୁ କହିବା ପରେ ତାଙ୍କୁ ସାଧାରଣ ଲୋକଙ୍କ ପରି ଧାଡ଼ିରେ ପାଖ ଗେଟ୍‌ ଦେଇ ଭିତରକୁ ଛଡ଼ାଯାଇଥିଲା। 

Mayurbhanj Chhau: ମୟୂରଭଂଜ ଛଉକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ଷ୍ଟାଡିୟମ୍‌ ଚାରିପଟେ ଲାଗିଲା ପତିତପାବନ ବାନା 
ଭାରତ-ଇଂଲଣ୍ଡ ମ୍ୟାଚ୍‌ ସମୟରେ ଫ୍ଲଡ୍‌ ଲାଇଟ୍‌ ଲିଭିବା ଘଟଣା ପରେ ଓଡ଼ିଶାକୁ ସାରା ବିଶ୍ବରେ ଲଜ୍ଜିତ ହେବାକୁ ପଡ଼ିଥିଲା। ଯଦିଓ ଏହାପରେ ଓସିଏ କର୍ତ୍ତୃପକ୍ଷ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି, ତଥାପି କୌଣସି ଅଘଟଣକୁ ନେଇ କର୍ତ୍ତୃପକ୍ଷଙ୍କ ମନରେ ଆଶଙ୍କା ରହିଛି। ତେଣୁ କୌଣସି ପ୍ରକାରର ବିଘ୍ନକୁ ଏଡ଼ାଇବା ପାଇଁ ଷ୍ଟାଡିୟମ୍‌ର ବିଭିନ୍ନ ସ୍ଥାନରେ ପତିତପାବନ ବାନାକୁ ଲଗାଯାଇଛି। ୨ ନମ୍ବର, ୭ ନମ୍ବର, ୪ ନମ୍ବର ଓ କ୍ଲକ୍‌ ଟାୱାର ଉପରେ ଏହି ପତିତପାବନ ବାନା ଲଗାଯାଇଛି। 

ଡିଏମ୍‌ଏକ୍ସ ବ୍ୟବସ୍ଥା ହୋଇପାରିଲାନି 
ଇଡେନ୍‌ ଗାର୍ଡେନ୍‌ ପରି ବାରବାଟୀ ଷ୍ଟାଡିୟମ୍‌ରେ ଫ୍ଲଡ୍‌ଲାଇଟ୍‌ରେ ଡିଏମ୍‌ଏକ୍ସ ବ୍ୟବସ୍ଥା କରାଯାଇଥିଲା। ସଂଗୀତର ତାଳେତାଳେ ଫ୍ଲଡ୍‌ଲାଇଟ୍‌ ଧପ୍‌ଧପ୍‌ ହୋଇଥାନ୍ତା। ଏଥିପାଇଁ ଟ୍ରାଏଲ୍‌ ରନ୍‌ ମଧ୍ୟ ହୋଇଥିଲା। ହେଲେ ମ୍ୟାଚ୍‌ ଦିନ ଦର୍ଶକ ଏହାକୁ ଦେଖିବାର ସୁଯୋଗ ପାଇ ନଥିଲେ। ବିସିସିଆଇର କଡ଼ା ତାଗିଦ୍‌ ପରେ ଫ୍ଲଡ୍‌ଲାଇଟ୍‌ରେ ମନୋରଂଜନ କରାଯିବା ଯୋଜନାକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଗତବର୍ଷ ଫ୍ଲଡ୍‌ଲାଇଟ୍‌ କଟିଯିବାରୁ ଓସିଏକୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ତେଣୁ ଏଥର ଏଭଳି କିଛି ପଦକ୍ଷେପକୁ ଦୁଃସାହସିକ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିଲା। ତେଣୁ ଫ୍ଲଡ୍‌ଲାଇଟ୍‌ ଜଳିବା, ଲିଭାଇବା ବାରମ୍ବାର କଲେ ଲାଇଟ୍‌ ଉପରେ ତାହାର ପ୍ରଭାବ ପଡ଼ିବା ଆଶଙ୍କା କରାଯାଇଥିଲା। ଯେଉଁଥିପାଇଁ ଯୋଜନାକୁ ସ୍ଥଗିତ ରଖାଯାଇଥିବା ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି। 

India vs South Africa T20I: ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌

ପାଣ୍ଡ୍ୟା ପ୍ରେମରେ ବାରବାଟୀ
ବାରବାଟୀରେ ହାର୍ଦିକ ପାଣ୍ଡ୍ୟାଙ୍କ କ୍ରେଜ୍‌ ଦେଖିବାକୁ ମିଳିଛି। ଲାଲ ପିଚ୍‌ରେ ଭାରତୀୟ ଶୀର୍ଷକ୍ରମ ସଂଘର୍ଷ କରୁଥିଲାବେଳେ ପାଣ୍ଡା ଏଥିରେ ଜୀବନ ଭରିଥିଲେ। ଭାରତ ୭୮/୪ରେ ସଂଘର୍ଷ କରୁଥିଲା ବେଳେ କ୍ରିଜ୍‌କୁ ଆସି ଲଗାତାର ଛକା ମାରିବାପରେ ବାରବାଟୀ ଦର୍ଶକ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଶେଷ ଓଭର ଦ୍ବିତୀୟ ବଲ୍‌ରେ ହାର୍ଦିକ ଛକା ମାରିବା ପରେ ଅର୍ଦ୍ଧଶତକରେ ପହଞ୍ଚିଯିବାରୁ ଦର୍ଶକମାନଙ୍କ ଊର୍ଜା ବେଶ୍‌ ବଢ଼ିଯାଇଥିବା ଦେଖାଯାଇଥିଲା। ୫ ନମ୍ବର ଗ୍ୟାଲେରି ଭିତରୁ ହାର୍ଦିକ.. ହାର୍ଦିକ... ନାରା ‌ଶୁଭିଥିଲା ବେଳେ ପର୍ଯ୍ୟାୟକ୍ରମେ ଏହା ଷ୍ଟାଡିୟମ୍‌ ସାରା ବ୍ୟାପିଯାଇଥିଲା। ହାର୍ଦିକ ମଧ୍ୟ ମୁଣ୍ଡ ହଲାଇ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe