ଆହତ ହେଲେ ସୂର୍ଯ୍ୟକୁମାର, ଖେଳିବେନି କି ବାଂଲାଦେଶ ସିରିଜ୍ ?

Advertisment

ବୁଚି ବାବୁ ଇନଭିଟେସନାଲ ଟୁର୍ନାମେଣ୍ଟରେ ଭାରତୀୟ କ୍ରିକେଟ୍ ଦଳର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଛନ୍ତି। ସୂର୍ଯ୍ୟ ଆହତ ହେବା ପରେ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି।

ବୁଚି ବାବୁ ଇନଭିଟେସନାଲ ଟୁର୍ନାମେଣ୍ଟରେ ଭାରତୀୟ କ୍ରିକେଟ୍ ଦଳର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଛନ୍ତି। ସୂର୍ଯ୍ୟ ଆହତ ହେବା ପରେ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି।

surya

ନୂଆଦିଲ୍ଲୀ: ବୁଚି ବାବୁ ଇନଭିଟେସନାଲ ଟୁର୍ନାମେଣ୍ଟରେ ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତରେ ଆଘାତ ଲାଗିବା ପରେ ସେ ବାଂଲାଦେଶ ସିରିଜ୍ ଖେଳିବେ କି ନାହିଁ, ସେନେଇ ଦ୍ବନ୍ଦ୍ବ ଉପୁଜିଛି। ବାଂଲାଦେଶ ଗସ୍ତ ପୂର୍ବରୁ ସୂର୍ଯ୍ୟକୁମାର ଆହତ ହେବା ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଦେଇଛି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ସିରିଜରେ ଭାରତକୁ ଉଭୟ ଟେଷ୍ଟ ଏବଂ ଟି-୨୦ ସିରିଜ୍ ଖେଳିବାକୁ ପଡିବ।

କୁହାଯାଉଛି ଯେ, କୋଏମ୍ବାଟୁରରେ ବୁଚି ବାବୁ ଇନଭିଟେସନାଲ ଟୁର୍ନାମେଣ୍ଟ ଚାଲିଥିବା ବେଳେ ମୁମ୍ବାଇ ଏବଂ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ ଏକାଦଶ ମଧ୍ୟରେ ମ୍ୟାଚ୍ ଖେଳାଯାଉଥିଲା। ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିଲେ। ଏହି ମ୍ୟାଚରେ ସୂର୍ଯ୍ୟ ୩୮ଟି ବଲ ପର୍ଯ୍ୟନ୍ତ ପଡ଼ିଆରେ ରହିପାରିଥିଲେ। ହେଲେ ପରେ ସେ ଆହତ ହେବାରୁ ପଡ଼ିଆ ବାହରକୁ ଆସିଥିଲେ । ଏହି ଆଘାତ ପରେ ସୂର୍ଯ୍ୟ ଦୁଲିପ୍ ଟ୍ରଫି ଖେଳିବା କି ନାହିଁ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ଦୁଲିପ୍ ଟ୍ରଫି ୫ସେପ୍ଟେମ୍ବରରୁ ଆରମ୍ଭ ହେବ। 

ତେବେ ସୂର୍ଯ୍ୟଙ୍କ ଆଘାତ କେତେ ଗୁରୁତର ଏବଂ ସେ କେବେ ସୁସ୍ଥ ହୋଇ ଫେରିବେ ସେ ସମ୍ପର୍କରେ କୌଣସି ସୂଚନା ଗ୍ରହଣ କରାଯାଇ ନାହିଁ। ଶ୍ରୀଲଙ୍କା ଗସ୍ତରୁ ସୂର୍ଯ୍ୟଙ୍କୁ ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ କରାଯାଇଥିଲା। ଅକ୍ଟୋବର ୬ରୁ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ସୂର୍ଯ୍ୟ ଉପଲବ୍ଧ ହେବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। 

ଏହି ଖବର ପଢ଼ନ୍ତୁ- https://sambad.in/sports/danish-kaneria-says-team-india-should-not-travel-to-pakistan-6939378

ଏ ଖବର ପଢ଼ନ୍ତୁ- https://sambad.in/special/neet-ug-success-story-of-sunny-kumar-who-cracked-neet-ug-he-also-sells-samosa-6939286

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe