ମାସକୁ ୮୦ହଜାର ପାଉଥିଲେ ସୂର୍ଯ୍ୟକୁମାର, ପ୍ରଦର୍ଶନ ଭଲ ହେବା ସହ ଏବେ ମିଳୁଛି ଏତେ ପାରିଶ୍ରମିକ

ମାସକୁ ୮୦ହଜାର ପାଉଥିଲେ ସୂର୍ଯ୍ୟକୁମାର, ପ୍ରଦର୍ଶନ ଭଲ ହେବା ସହ ଏବେ ମିଳୁଛି ଏତେ ପାରିଶ୍ରମିକ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ ୨୦୨୨ରେ ସୂର୍ଯ୍ୟଙ୍କ ବ୍ୟାଟିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପାକିସ୍ତାନ ମଧ୍ୟ ତାଙ୍କ ବ୍ୟାଟିଂର ପ୍ରଶଂସା କରିବା ଆରମ୍ଭ କରିଛି। ସେ ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚରେ ୫୦-୫୦-୫୦ ସ୍କୋର କରିଥିବା ବେଳେ କ୍ରିକେଟ୍ କିମ୍ବଦନ୍ତୀମାନେ ମଧ୍ୟ ସୂର୍ଯ୍ୟଙ୍କ ବ୍ୟାଟିଂକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି। ଏବେ ଦେଖାଯାଇଛି ‌ଯେ, ପ୍ରଶଂସା ମିଳିବା ସହ ସୂର୍ଯ୍ୟଙ୍କ ପାରିଶ୍ରମିକ ମଧ୍ୟ ବଢ଼ିଛି।

ସୂଚନା ମୁତାବକ, ସୂର୍ଯ୍ୟକୁମାର ଯାଦବ ଆଇପିଏଲରୁ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରାରମ୍ଭରେ ତାଙ୍କୁ କେବଳ ୧୦ଲକ୍ଷ ଟଙ୍କା ମିଳୁଥିଲେ। ଯାହା ୨୦୨୨ରେ ୮କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବର୍ତ୍ତମାନ ସେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଜଡିତ ଅଛନ୍ତି। ୨୦୧୩ପର୍ଯ୍ୟନ୍ତ, ଆଇପିଏଲରୁ ସୂର୍ଯ୍ୟକୁମାରଙ୍କ ଆୟ ମାତ୍ର ୧୦ଲକ୍ଷ ଟଙ୍କା ଥିଲା। ଅର୍ଥାତ ମାସକୁ ତାଙ୍କୁ ପ୍ରାୟ ୮୦ହଜାର ଟଙ୍କା ମିଳୁଥିଲା। କିନ୍ତୁ ଯଦି ବର୍ତ୍ତମାନ ରୋଜଗାର ହିସାବକୁ ନିଆଯାଏ, ତେବେ ସୂର୍ଯ୍ୟକୁମାର ମାସକୁ ୭୦-୮୦ ଲକ୍ଷ ଟଙ୍କା ଆୟ କରୁଛନ୍ତି। ଯାଦବଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୪ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୩୨କୋଟି ଟଙ୍କା ବୋଲି ଜଣାପଡ଼ିଛି।

ଏବେ ଟି-୨୦ ବିଶ୍ବକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ସୂର୍ଯ୍ୟଙ୍କ ପାରିଶ୍ରମିକ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି। କେବଳ କ୍ରିକେଟରୁ ନୁହେଁ ବିଭିନ୍ନ ବ୍ରାଣ୍ଡର ଆମ୍ବାସାଡାର ହୋଇ ମଧ୍ୟ ସେ ଟଙ୍କା ଆୟ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe