ମୋ ଟ୍ରଫି ଏବେ ଡ୍ରେସିଂ ରୁମ୍‌ରେ ବସିଛନ୍ତି; ଜାଣନ୍ତୁ କାହିଁକି ଏଭଳି କହିଲେ ସୂର୍ଯ୍ୟକୁମାର

ପୁଣି ଥରେ ଏସିଆ କପ୍‌ ଦଖଲ କରିଛି ଭାରତୀୟ କ୍ରିକେଟ୍‌ ଦଳ। ବିଜୟ ପରେ ଭାରତୀୟ କ୍ରିକେଟ୍ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ଘୋଷଣା କରିଥିଲେ, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

New Project (1)

ଦୁବାଇ: ପୁଣି ଥରେ ଏସିଆ କପ୍‌ ଦଖଲ କରିଛି ଭାରତୀୟ କ୍ରିକେଟ୍‌ ଦଳ। ରବିବାର ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍‌ ମୁକୁଟ ଜିତିଛି। ଭାରତକୁ ବିଜୟର ଟିକା ପିନ୍ଧାଇଛନ୍ତି ତିଳକ ବର୍ମା (୫୩ ବଲ୍‌ରୁ ୬୯* ରନ୍, ୩ ଚୌକା, ୪ ଛକା)। ଏଥି ସହିତ ଦଶହରା ଓ ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କୁ ପାର୍ବଣର ମଧୁର ଉପହାର ଦେଇଛି। 

ବିଜୟ ପରେ ଭାରତୀୟ କ୍ରିକେଟ୍ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ଘୋଷଣା କରିଥିଲେ, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଥିଲେ ଯେ, ସେ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ପାଇଁ ତାଙ୍କୁ ମିଳିଥିବା ପାରିଶ୍ରମିକ ଭାରତୀୟ ସେନାକୁ ଦାନ କରିବାକୁ ଚାହାଁନ୍ତି। ପାକିସ୍ତାନକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାର ଯାଦବ କହିଥିଲେ, 'ମୁଁ ବ୍ୟକ୍ତିଗତ ଭାବରେ ଏହି ଟୁର୍ଣ୍ଣାମେଣ୍ଟର ମୋର ସମ୍ପୂର୍ଣ୍ଣ ମ୍ୟାଚ୍ ଫି ଭାରତୀୟ ସେନାକୁ ଦାନ କରିବାକୁ ଚାହୁଁଛି।'

ରବିବାର ଦିନ ଭାରତ ପାକିସ୍ତାନକୁ ତୃତୀୟ ଥର ପାଇଁ ପରାସ୍ତ କରି ଏସିଆ କପ୍ ଜିତିଥିଲା। ତଥାପି, ସୂର୍ଯ୍ୟକୁମାର ଯାଦବ ଏବଂ ଦଳ, ଏସିଆନ୍ କ୍ରିକେଟ୍ ପରିଷଦ ଅଧ୍ୟକ୍ଷ ମୋହସିନ୍ ନକଭିଙ୍କଠାରୁ ଟ୍ରଫି ନେବାକୁ ମନା କରିଦେଇଥିଲେ, ଯିଏ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ଏବଂ ତାଙ୍କ ଦେଶର 'ସ୍ୱରାଷ୍ଟ୍ର ମନ୍ତ୍ରୀ'। ଭାରତ ତାଙ୍କଠାରୁ ଟ୍ରଫି ନନେବା ପରେ ନକଭି ମଞ୍ଚ ଛାଡି ଟ୍ରଫିକୁ ସାଙ୍ଗରେ ନେଇ ଚାଲିଯାଇଥି‌ଲେ।

ଏହା ଉପରେ ପ୍ରତିକ୍ରିୟା ଦେଇ ସୂର୍ଯ୍ୟକୁମାର କହିଥିଲେ ଯେ, "ଏକ ଚାମ୍ପିଅନ୍ ଦଳକୁ ଟ୍ରଫି ପାଇବାରୁ ବଞ୍ଚିତ କରାଯିବା ଘଟଣା ମୁଁ ପ୍ରଥମ ଥର ପାଇଁ ଦେଖିଲି।। ଆମେ ବହୁତ କଷ୍ଟ କରି ଖେଳିବା ସହ ବିଜୟୀ ହୋଇଥିଲୁ। ଏହା ସହଜ ନଥିଲା। ଏହା ଏକ କଷ୍ଟ ଅର୍ଜିତ ଟୁର୍ନାମେଣ୍ଟ ବିଜୟ ଥିଲା। ଯଦି ମୋତେ ଟ୍ରଫି ବିଷୟରେ ପଚରାଯିବ, ତେବେ ମୋ ଟ୍ରଫିଗୁଡ଼ିକ ଡ୍ରେସିଂ ରୁମରେ ବସିଛନ୍ତି। ମୋ ସହିତ ଥିବା ସମସ୍ତ ୧୪ଜଣ ଖେଳାଳି ଓ ସମସ୍ତ ସପୋର୍ଟ ଷ୍ଟାଫ୍ ମୋ ପାଇଁ ଟ୍ରଫି ଭଳି।"

Suryakumar Yadav 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe