Suryakumar Yadav Photograph: (google)
କଲମ୍ବୋ: ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (ସ୍କାଏ) ନୀରବ ମାଷ୍ଟରଷ୍ଟ୍ରୋକ୍ ଯୋଜନା କରିଥିଲେ। ସ୍ଲେଜିଂ ନକରି ନିଜର ଦକ୍ଷତାରେ ଖେଳି ସୂର୍ଯ୍ୟଙ୍କ ଦଳ ପାକିସ୍ତାନ ବିପକ୍ଷରେ ୬୧ ରନ୍ର ସହଜ ବିଜୟ ହାସଲ କରିଥିଲା। ଆର୍ ପ୍ରେମାଦାସା ଷ୍ଟାଡିୟମ୍ରେ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ର ଠିକ୍ ପୂର୍ବରୁ ନିଜର ଖେଳାଳିମାନଙ୍କୁ ଦେଇଥିଲେ ନୂଆ ମନ୍ତ୍ର।
ଭାରତ ଦେଇଥିବା ଲକ୍ଷ୍ୟକୁ ପାକିସ୍ତାନ ଦଳ ପଶ୍ଚାତ୍ଧାବନ କରିବା ପୂର୍ବରୁ ପଡ଼ିଆ ମଧ୍ୟରେ ‘ସ୍କାଏ’ ସାଥୀ ଖେଳାଳିମାନଙ୍କୁ ପରାମର୍ଶ ଦେଉଥିବାର ଏକ ଭିଡିଓକୁ ବିସିସିଆଇ ସେୟାର କରିଛି। ଯେଉଁଥିରେ ଅନାବଶ୍ୟ କଥାବାର୍ତ୍ତାଠୁ ଦୂରେଇ ରୁହ ଏବଂ ନିଜର ଦକ୍ଷତା ଉପରେ ଧ୍ୟାନ ରଖ ବୋଲି ସରଳ ବାର୍ତ୍ତାରେ ସାଥୀମାନଙ୍କୁ ‘ସ୍କାଏ’ ବୁଝାଇଥିଲେ। ‘‘ଓଭର ମଝିରେ ଦୌଡ଼ିବା ଜାରି ରଖିବ, ହେଲେ କାହାକୁ କିଛି କହିବନି। ଆମକୁ ଭଲ କ୍ରିକେଟ୍ ଖେଳିବାର ଅଛି। ଭଲ ଦକ୍ଷତା ସହ ଖେଳି ଆମେ ଏହି ମ୍ୟାଚ୍ ଜିତିବା’’ ବୋଲି ବିସିସିଆଇ ସେୟାର କରିଥିବା ଭିଡିଓରେ ‘ସ୍କାଏ’ କହୁଛନ୍ତି। ସୂର୍ଯ୍ୟଙ୍କ ଚାହିବା ପରି ଖେଳାଳିମାନେ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। ଫଳରେ ଭାରତ ୬୧ ରନ୍ରେ ପାକିସ୍ତାନକୁ ହରାଇ ଗ୍ରୁପ୍-ଏ’ରୁ ସୁପର-୮ ସ୍ଥାନ ନିଶ୍ଚିତ କରିଥିଲା। ଏଥିସହ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷ ବିଜୟ ବ୍ୟବଧାନକୁ ୮-୧ରେ ପହଞ୍ଚାଇଥିଲା ଭାରତ।
Follow Us