ନିରପେକ୍ଷ ସ୍ଥାନରେ ବି ଖେଳିବୁନି:ପାକିସ୍ତାନକୁ ସୁଷମାଙ୍କ ରୋକ୍‌ଠୋକ୍‌

Advertisment
ନିରପେକ୍ଷ ସ୍ଥାନରେ ବି ଖେଳିବୁନି:ପାକିସ୍ତାନକୁ ସୁଷମାଙ୍କ ରୋକ୍‌ଠୋକ୍‌

New Delhi: External Affairs Minister Sushma Swaraj speaks in the Lok Sabha in New Delhi on Wednesday. PTI Photo / TV GRAB (PTI4_5_2017_000040a)

ନୂଆଦିଲ୍ଲୀ: ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ ସଂପୂର୍ଣ୍ଣ ବନ୍ଦ ନ ହେବା ପର୍ଯ୍ୟନ୍ତ ପାକିସ୍ତାନ ସହ କ୍ରିକେଟ୍‌ ସଂପର୍କ ଯୋଡ଼ି ହେବନି। ନୂଆ ବର୍ଷର ପ୍ରଥମ ଦିନରେ ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମ ସ୍ୱରାଜ ରୋକ୍‌ ଠୋକ୍‌ ଭାବେ ଏହା ଶୁଣାଇ ଦେଇଛନ୍ତି। ସେହିଭଳି ନିରପେକ୍ଷ ସ୍ଥାନରେ ମଧ୍ୟ ପାକିସ୍ତାନ ସହ ଭାରତ କ୍ରିକେଟ୍‌ ଖେଳିବ ନାହିଁ ବୋଲି ସେ ଆଜି ସ୍ପଷ୍ଟ କରି ଦେଇଛନ୍ତି। ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୁଷମା କହିଥିଲେ ଯେ ସାଂପ୍ରତିକ ପରିସ୍ଥିତିରେ ନିରପେକ୍ଷ ସ୍ଥାନରେ ପାକିସ୍ତାନ ସହ ଶୃଙ୍ଖଳା ଖେଳିବାକୁ ଅନୁମତି ମିଳିବ ନାହିଁ। ଏହା ଆଦୌ ସମ୍ଭବ ନୁହେଁ। ମାନବିକତା ଦୃଷ୍ଟିରୁ ଆମେ ମହିଳା ଏବଂ ବୟସ୍କ କୈଦିମାନଙ୍କୁ ଜେଲରୁ ମୁକ୍ତ କରିବାକୁ ପରାମର୍ଶ ଦେଇପାରୁ। ହେଲେ ଭାରତ-ପାକିସ୍ତାନ କ୍ରିକେଟ୍‌ ଶୃଙ୍ଖଳାକୁ ମଞ୍ଜୁରି ଦେବୁ ନାହିଁ। ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିବାକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଆଇସିସି ମାଧ୍ୟମରେ ବିସିସିଆଇ ଉପରେ ନିୟମିତ ଚାପ ପକାଉଥିଲେ ମଧ୍ୟ ସୁଷମାଙ୍କ ଏହି ଘୋଷଣା ପରେ ଉଭୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ନିକଟ ଭବିଷ୍ୟତରେ ଦ୍ୱିପାକ୍ଷିକ ଶୃଙ୍ଖଳା ହେବାର ଆଶା ମଉଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe