ଏଆଇଏଫ୍‌ଏଫ୍‌ ରେଫରି ପାଠ୍ୟକ୍ରମ ପାଇଁ ସୁଶାନ୍ତ ମନୋନୀତ

Advertisment
ଏଆଇଏଫ୍‌ଏଫ୍‌ ରେଫରି ପାଠ୍ୟକ୍ରମ ପାଇଁ ସୁଶାନ୍ତ ମନୋନୀତ

କଟକ: ବରିଷ୍ଠ ଫୁଟ୍‌ବଲ ରେଫରି ସୁଶାନ୍ତ ଚନ୍ଦ୍ର ମହାନ୍ତିଙ୍କୁ ସର୍ବଭାରତୀୟ ଫୁଟ୍‌ବଲ ମହାସ˚ଘ ପକ୍ଷରୁ ରେଫରି ଆସେସର ପାଠ୍ୟକ୍ରମ ପାଇଁ ମନୋନୀତ କରାଯାଇଛି। ଏହି ପାଠ୍ୟକ୍ରମ ଆସନ୍ତା ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ମାଧ୍ୟମରେ ଆୟୋଜିତ ହେବ। ଶ୍ରୀ ମହାନ୍ତି ବର୍ତ୍ତମାନ ଜାତୀୟ ରେଫରି ମାନ୍ୟତା ପାଇଥିଲା ବେଳେ ଭୁବନେଶ୍ବରସ୍ଥିତ ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

ସେହିପରି ରେଫରିମାନଙ୍କ ପାଇଁ ରାଜ୍ୟ ଫୁଟ୍‌ବଲ ସ˚ଘ ‘ଫାଓ’ ପକ୍ଷରୁ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମ ଜାରି ରହିଛି। ରେଫରି ଉନ୍ନୟନ କାର୍ଯ୍ୟକ୍ରମ ଅଧିନରେ ହେଉଥିବା ଏହି କାର୍ଯ୍ୟକ୍ରମରେ ଖେଳର ନୀତିନିୟମ ବିଷୟରେ ଯୁବ ରେଫରିମାନଙ୍କୁ ମାର୍ଗଦର୍ଶନ ଦିଆଯାଉଥିଲା ବେଳେ ସମୟ ସମୟରେ ପରୀକ୍ଷା ମଧ୍ୟ କରାଯାଉଛି। ଏପ୍ରିଲ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଅନ୍‌ଲାଇନ୍‌ କାର୍ଯ୍ୟକ୍ରମରେ ୧୮୫ ଜଣ ରେଫରି ଭାଗ ନେଉଛନ୍ତି। ରେଫରି ମୁଖ୍ୟ ଦୁର୍ଗା ମାଧବ ନାଏକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe