ଅନ୍ୟ ଆଖଡ଼ାକୁ ନେଇ ହୋଇଥିଲା ସୁଶୀଲ-ଧନକର ବିବାଦ

ଜୁନ୍‌`୨୫ ପର୍ଯ୍ୟନ୍ତ ବଢ଼ିଲା ହାଜତ ମିଆଦ

ଅନ୍ୟ ଆଖଡ଼ାକୁ ନେଇ ହୋଇଥିଲା ସୁଶୀଲ-ଧନକର ବିବାଦ

ନୂଆଦିଲ୍ଲୀ : ଯୁବ କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ସଫଳ ଅଲିମ୍ପିଆନ୍‌ ସୁଶୀଲ କୁମାରଙ୍କ ଗିରଫକୁ ନେଇ ପୁଲିସ୍‌କୁ ଆଉ ଏକ ଦିଗ ମିଳିଛି। ଛତ୍ରଶାଲ ଷ୍ଟାଡିୟମରେ ସୁଶୀଲଙ୍କଠାରୁ ତାଲିମ ନେଉଥିବା ପ୍ରାୟ ୫୦/୬୦ ଜଣ କୁସ୍ତି ପ୍ରତିଭାଙ୍କୁ ମୃତ କୁସ୍ତିଯୋଦ୍ଧା ସାଗର ଧନକର କେଉଁଠି ବୁଝାଇ ଶୁଝାଇ ନେଇଯାଇଥିଲେ ଏବଂ ଅନ୍ୟ ଏକ ଆଖଡ଼ାରେ ପଞ୍ଜିକୃତ କରାଇଥିଲେ। ସୁଶୀଲଙ୍କ ସାମ୍ରାଜ୍ୟରେ ହସ୍ତକ୍ଷେପ କାରଣରୁ ଧନକରଙ୍କୁ ସେ ପାନେ ଦେବାକୁ ଚେଷ୍ଟା କରିଥିଲେ ଯାହାକି ତାଙ୍କ ମୃତ୍ୟୁର କାରଣ ‌ହୋଇଥା‌ଇ ପାରେ ବୋଲି ପୁଲିସ୍ ସନ୍ଦେହ କରୁଛି। ଗ୍ୟାଙ୍ଗଷ୍ଟର୍‌ କାଲା ଜାଠେଡିଙ୍କ ପୁତୁରା ସୋନୁ ମାହାଲ ଏ ସମ୍ପର୍କରେ ଏକ ବିବୃତ୍ତି ଦେବା ପରେ ପୁଲିସ୍‌ ଏହି ନୂଆ ଦିଗରୁ ସତ୍ୟତା ବାହାର କରିବାକୁ ତଦନ୍ତ କରୁଛି। ମାହାଲ କେଉଁଠି କହିଛନ୍ତି ସମ୍ପୃକ୍ତ ରାତ୍ରୀରେ କୌଣସି ଗଣ୍ଡଗୋଳ ହୋଇନଥିଲା, ଏହା ଏକ ପୂର୍ବକଳ୍ପିତ ଥିଲା। ମାହାଲ ମଧ୍ୟ ଦାବି କରିଛନ୍ତି ତାଙ୍କ ମଧ୍ୟରୁ ୫ ଜଣଙ୍କୁ ମେ ୪ ତାରିଖରେ ଅପହରଣ କରିନିଆଯାଇଥିଲା। ସେମାନଙ୍କ ମଧ୍ୟରେ ମୃତ ସାଗର ଧନକର ମଧ୍ୟ ଥିଲେ। ସୁଶୀଲ କୁମାର ତାଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଚାହିଁବାରୁ ସେମାନଙ୍କୁ ମେ ୫ ତାରିଖ ସନ୍ଧ୍ୟାରେ ଛତ୍ରଶାଲ ଷ୍ଟାଡିୟମ୍ ଅଣାଯାଇଥିଲା। ଘଟଣା ପରେ ସାଗର ଧନକରଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ସେହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧନକର୍ କେଉଁଠି ବୀରେନ୍ଦର ନାମକ ଜଣେ କୁ୍ସ୍ତି ପ୍ରଶିକ୍ଷକଙ୍କ ସହ ହାତ ମିଳାଇଥିଲେ। ଅତୀତରେ ଉଭୟଙ୍କୁ ସୁଶୀଲ କୁମାର ଅପମାନିତ କରି ଛତ୍ରଶାଲ ଷ୍ଟାଡିୟମ୍‌ ତାଲିମ କେନ୍ଦ୍ରରୁ ବାହାର କରି ଦେଇଥିଲେ। ଉଭୟ ଧନକର ଓ ବିଜେନ୍ଦର ନାଙ୍ଗଲୋଇରେ ଏକ ନୂଆ ଆଖଡ଼ା ଖୋଲିଥିଲେ। ସୁଶୀଲ ପ୍ରଥମେ ଧନକରଙ୍କୁ ଫ୍ଲାଟ ଛାଡ଼ିବାକୁ କହିଥିଲେ ଏବଂ ଗ୍ୟାଙ୍ଗଷ୍ଟର୍‌ କାଲା ଜାଠେଡିଙ୍କ ସହାୟତା ନେଇଥିଲେ। କିନ୍ତୁ ଧନକର ଯେତେବେଳେ ସୁଶୀଲଙ୍କୁ ସାଧାରଣରେ ଅପମାନିତ କରିବା ଆରମ୍ଭ କରିଥିଲା ସୁଶୀଲ ଏହାର ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲେ।

ଇତିମଧ୍ୟରେ କ୍ରାଇମ୍ ବ୍ରାଞ୍ଚ୍ ମଧ୍ୟ ସୁଶୀଲ କୁମାରଙ୍କ ଜଣେ ବାଂଧବୀଙ୍କୁ ପଚରା ଉଚରା କରୁଛି। ଗିରଫ ହେବା ପୂର୍ବରୁ ସୁଶୀଲ ତାଙ୍କ ସ୍କୁଟି ବ୍ୟବହାର କରୁଥିବା ସୂଚନା ମିଳିଥିଲା।

ଜୁନ୍‌`୨୫ ପର୍ଯ୍ୟନ୍ତ ବଢ଼ିଲା ହାଜତ ମିଆଦ
ନୂଆଦିଲ୍ଲୀ : ଛତ୍ରଶାଲ ଷ୍ଟାଡିୟମ୍ ପରିସରରେ ଯୁବ କୁସ୍ତିଯୋଦ୍ଧାଙ୍କୁ ହତ୍ୟା ମାମଲାରେ ଗିରଫ ସୁଶୀଲ କୁମାରଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଦିଲ୍ଳୀର ଏକ ଅଦାଲତ ଜୁନ୍‌ ୨୫ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ସୁଶୀଲ ଏବେ ମଣ୍ଡୋଲି ଜେଲର ବିଚାର ବିଭାଗୀୟ ହଜାତରେ ରହିଛନ୍ତି। ସାଗର ଧନକର ହତ୍ୟା ମାମଲାରେ ସୁଶୀଲ ମୁଖ୍ୟ ସୂତ୍ରଧର ଥିଲେ ବୋଲି ମଧ୍ୟ ବିଶ୍ବାସ କରୁଛନ୍ତି ତଦନ୍ତକାରୀ। ତଥାପି ବିଭିନ୍ନ ଦିଗକୁ ନଜର‌ରେ ରଖି ତଦନ୍ତ ଜାରି ରହିଛି। ସୁଶୀଲଙ୍କ ସମେତ ମୋଟ ୧୦ ଜଣଙ୍କୁ ପୁଲିସ୍‌ ମଧ୍ୟ ଗିରଫ କରିଛି। ଇତିମଧ୍ୟରେ ପୁଲିସ୍‌ ପ୍ରାୟ ଡଜନେରୁ ଊର୍ଧ୍ବ ଲୋକଙ୍କୁ ପଚରା ଉଚରା କରି ସାରିଛି। ଜୁନ୍‌ ୪ ତାରିଖ ହତ୍ୟା ଅଭିଯୋଗ ପରେ ସେହି ମାସ ୨୩ ତାରିଖରେ ନୂଆଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe