ସୁଶୀଲଙ୍କ ‘ମିଡିଆ ଟ୍ରାଏଲ୍‌’ ଉପରେ ଅଙ୍କୁଶ ଲାଗି ହାଇକୋର୍ଟଙ୍କ ଶୁଣାଣି ଆଜି

Advertisment
ତିହାର ଜେଲରେ କଏଦୀଙ୍କୁ କୁସ୍ତି ଶିଖାଇବେ ସୁଶୀଲ କୁମାର

ନୂଆଦିଲ୍ଲୀ: ହତ୍ୟା ମାମଲାରେ ଫସିଥିବା ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାରଙ୍କ ପ୍ରସଙ୍ଗକୁ ଗଣମାଧ୍ୟମରେ ଅତିରଞ୍ଜିତ କରାଯାଉଥିବାରୁ ଏହା ଉପରେ ଅଙ୍କୁଶ ଲଗାଇବା ଲାଗି ହୋଇଥିବା ଆବେଦନର ଶୁଣାଣି ଶୁକ୍ରବାର ହେବ। ଦିଲ୍ଲୀ ହାଇକୋର୍ଟକୁ ବିଚାର କରିବାକୁ ରାଜି ହୋଇଛନ୍ତି ଏବଂ ମେ’ ୨୮ ତାରିଖ (ଶୁକ୍ରବାର)କୁ ତାଲିକାଭୁକ୍ତ କରିଛନ୍ତି। ବିଚାରପତି ଡିଏନ୍ ପଟେଲ୍‌ ଏବଂ ବିଚାରପତି ଜ୍ୟୋତି ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ। ସୁଶୀଲ ଜଣେ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ବ ହୋଇଥିବାରୁ ତାଙ୍କ ଖେଳ ଜୀବନ ଏବଂ ସୁନାମ ପ୍ରତି ଆଞ୍ଚ ଆସୁଥିବାରୁ ଜଣେ ଆଇନ ଛାତ୍ରଙ୍କ ପକ୍ଷରୁ ଏଭଳି ଆବେଦନ କରାଯାଇଛି। ଗଣମାଧ୍ୟମ ରିପୋର୍ଟିଂ ଫଳରେ ତାଙ୍କ ଭାବମୂର୍ତ୍ତି ପ୍ରତି ଆଞ୍ଚ ଆସୁଛି ବୋଲି ସେ ଦର୍ଶାଇଥିଲେ। ସୂଚନାଯାଗ୍ୟ, ମେ’ ୪ ତାରିଖରେ ନୂଆଦିଲ୍ଲୀର ଛତ୍ରଶାଲ ଷ୍ଟାଡିୟମ୍‌ରେ ସୁଶୀଲ ଏବଂ ତାଙ୍କ ସାଥୀଙ୍କ ଆକ୍ରମଣରେ ୨୩ ବର୍ଷୀୟ ଯୁବ କୁସ୍ତି‌ଯୋଦ୍ଧା ସାଗର ଧନକରଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ପ୍ରାୟ ୩ ସପ୍ତାହ ଫେରାର ରହିବା ପରେ ସୁଶୀଲଙ୍କୁ ନୂଆଦିଲ୍ଲୀ ପୁଲିସ ଗିରଫ କରି ୬ ଦିନିଆ ରିମାଣ୍ଡରେ ନେଇଛି।

ନୀରଜଙ୍କ ୪ ସହଯୋଗୀ ଗିରଫ
ଯୁବ କୁସ୍ତି‌ଯୋଦ୍ଧା ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ସୁଶୀଲ କୁମାରଙ୍କର ଗ୍ୟାଙ୍ଗଷ୍ଟର୍‌ ନୀରଜ ବାୱାନାଙ୍କ ସହ ସମ୍ପର୍କକୁ ମଧ୍ୟ ପୁଲିସ୍‌ ଗୁରୁତର ଭାବେ ନେଇ ତଦନ୍ତ କରୁଛି। ପୁଲିସ ଗୁରୁବାର ନୀରଜଙ୍କ ୪ ସହଯୋଗୀଙ୍କୁ ଗିରଫ କରି ନେଇଛି। ହତ୍ୟାଘଟଣା ବେଳେ ନୀରଜଙ୍କ କାଲା ଅସୌଦିଆ-ବାୱାନା ଗ୍ୟାଙ୍ଗ୍‌ର ଏହି ୪ ଜଣ ଉପସ୍ଥିତ ଥିବା ମଧ୍ୟ ଜଣାପଡ଼ିଛି। ଏହି ୪ ଜଣ ହେ‌ଲେ ଭୂପିନ୍ଦର ଭୂପି, ମୋହିତ ଭୋଲି, ଗୁଲାବ ପହେଲୱାନ ଓ ମନଜିତ୍ ଚୁନିଲାଲ୍। ଏମାନେ ଝଜାର ଓ ରୋହତକର ବୋଲି ଜଣାପଡିଛି। ଏମାନେ ମଧ୍ୟ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଷଢ଼ଯନ୍ତ୍ର ପୁଲିସକୁ କହିଥିବା ବିଶ୍ବାସ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe