ସବୁ ଦେଶ ନଆସିଲେ ଖେଳିବାର ମାନେନାହିଁ: ସୁଶୀଲ

Advertisment
ସବୁ ଦେଶ ନଆସିଲେ ଖେଳିବାର ମାନେନାହିଁ: ସୁଶୀଲ

Outlook India

ଚଣ୍ଡିଗଡ଼: ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ନେଇ ସାଥୀ ତାରକା ବଜରଙ୍ଗ ପୁନିଆ ଦେଇଥିବା ମନ୍ତବ୍ୟକୁ ଅଲିମ୍ପିଆନ୍ ତଥା ଭାରତର ସଫଳତମ କୁସ୍ତିଯୋଦ୍ଧା ସୁଶୀଲ କୁମାର ସମର୍ଥନ କରିଛନ୍ତି। ଏହି ବିଷୟରେ ନିଜ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ସେ କହିଛନ୍ତି ଯେ ସ୍ବାସ୍ଥ୍ୟ ସର୍ବପ୍ରଥମ। ଆମେ ସୁସ୍ଥ ଥିଲେ ହିଁ ଖେଳି ପାରିବୁ। ଅଲିମ୍ପିକ୍ସରେ ଯଦି ବିଶ୍ବର ସବୁ ଦେଶ ଅଂଶଗ୍ରହଣ କରିବେ ନାହିଁ, ତାହାଲେ ଏଥିରେ ଖେଳିବାର କୌଣସି ମାନେ ନାହିଁ। ସବୁ ଦେଶ ଏବେ କରୋନା ସହ ଲଢ଼େଇ କରୁଛନ୍ତି। ଆମେ ଏହି କ୍ଷେତ୍ରରେ ଏକାଠି ହେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe