ଇତିହାସ ରଚିଲେ ଶ୍ବେତାପର୍ଣ୍ଣା: ସୟଦ୍‌ ମୋଦି ବ୍ୟାଡ୍‌ମିଣ୍ଟନ୍‌ କ୍ବାର୍ଟରରେ ପହଞ୍ଚିବାରେ ପ୍ରଥମ ଓଡ଼ିଆ ମହିଳା

Advertisment
ଇତିହାସ ରଚିଲେ ଶ୍ବେତାପର୍ଣ୍ଣା: ସୟଦ୍‌ ମୋଦି ବ୍ୟାଡ୍‌ମିଣ୍ଟନ୍‌ କ୍ବାର୍ଟରରେ ପହଞ୍ଚିବାରେ ପ୍ରଥମ ଓଡ଼ିଆ ମହିଳା

ଭୁବନେଶ୍ବର: ଲକ୍ଷ୍ନୌରେ ଗତ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏଚ୍‌ଏସ୍‌ବିସି ବିଡବ୍ଲୁଏଫ୍‌ ବିଶ୍ବ ଟୁର୍‌ ସୁପର ୩୦୦ ପ୍ରତିଯୋଗିତା ସୟଦ୍‌ ମୋଦି ଇଣ୍ଟରନ୍ୟାସ୍‌ନାଲ୍‌ରେ ମିଶ୍ରିତ ଯୁଗଳ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ଓଡ଼ିଆ ଝିଅ ଶ୍ବେତାପର୍ଣ୍ଣା ପଣ୍ଡା ଇତିହାସ ରଚିଛନ୍ତି। ଏହି ସଫଳତା ପାଇବାରେ ସେ ପ୍ରଥମ ଓଡ଼ିଆ ମହିଳା ହେବାର ଗୌରବ ବହନ କରିଛନ୍ତି। ମାତ୍ର ୧୬ ବର୍ଷ ବୟସରେ ଏକ ସୁପର ୩୦୦ ପ୍ରତିଯୋଗିତାରେ କୌଣସି ବି ଓଡ଼ିଆ ମହିଳା ବ୍ୟାଡ୍‌ମିଣ୍ଟନ ‌ଖେଳାଳିଙ୍କ ତୁଳନାରେ ଶ୍ବେତାପର୍ଣ୍ଣାଙ୍କ ପ୍ରଦର୍ଶନ ଶ୍ରେଷ୍ଠ ରହିଛି। ବାବୁ ବନାରସୀ ଦାସ ଇନ୍‌ଡୋର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମଙ୍ଗଳବାର ମିଶ୍ରିତ ଯୁଗଳ ରାଉଣ୍ଡ୍‌-୩୨ର ମୁକାବିଲା‌ରେ ନିଜ ଦେଶର ବାଲ୍‌କେଶରୀ ୟାଦବଙ୍କୁ ସାଥୀ କରି ଖେଳିଥିବା ଶ୍ବେତାପର୍ଣ୍ଣା ୨୧-୬ ଓ ୨୧-୯ ସିଧାସଳଖ ଗେମ୍‌ରେ କୀର୍ତେଶ ଧିନ୍ଦ୍‌ୱାଲ ଓ ଦକ୍ଷ ଗୌତମ ଯୋଡ଼ିକୁ ପରାସ୍ତ କରି ପ୍ରି-କ୍ବାର୍ଟର ଫା‌ଇନାଲ୍‌ରେ ପହଞ୍ଚିଥିଲେ। ତେବେ ଗୁରୁବାର ଖେଳାଯିବାକୁ ଥିବା ପ୍ରିକ୍ବାର୍ଟର ଫାଇନାଲ୍‌ରେ ସେମାନଙ୍କ ପ୍ରତିଦ୍ବନ୍ଦ୍ବୀ ଚାନ୍‌ ପେଙ୍ଗ୍‌ ସୁନ୍‌ ଓ ଭାଲେରି ସିଓ ଯୋଡ଼ି ଓହରିଯିବାରୁ ଶ୍ବେତାପର୍ଣ୍ଣା-ବାଲ୍‌କେଶରୀ ୱାକ୍‌ ଓଭର ପାଇଛନ୍ତି। ଫଳରେ ବିନା ଲଢ଼ଇେରେ କ୍ବାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଆସନ୍ତାକାଲି କ୍ବାର୍ଟର ଫାଇନାଲ୍‌ରେ ଶ୍ବେତାପର୍ଣ୍ଣା-ବାଲ୍‌କେଶରୀ ଯୋଡ଼ିଙ୍କ ମୁକାବିଲା ଅକ୍‌ସାନ ସେଟ୍ଟୀ ଓ ସିମ୍ରନ୍‌ ସିଂଘିଙ୍କ ସହ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe