ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ ହେପ୍ଟାଥଲନ ତାରକା ସ୍ବପ୍ନା ବର୍ମନଙ୍କୁ ୭ ହଳ ସ୍ବତନ୍ତ୍ର ଜୋତା ମିଳିବ। ଉଭୟ ପାଦରେ ୬ଟି ଲେଖାଏଁ ଅଙ୍ଗୁଳି ଥିବାରୁ ସ୍ବପ୍ନ ଅସହ୍ୟ ଯନ୍ତ୍ରଣା ସହୁଥିଲେ। ବିଶେଷ କରି ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କଲା ବେଳେ ଏହା ତାଙ୍କ ପ୍ରଦର୍ଶନ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା। ହେଲେ ଏହି ଜୋତା ମିଳିବା ପରେ ତାଙ୍କୁ ଆଉ ସେହି କଷ୍ଟ ସହିବାକୁ ପଡ଼ିବ ନାହିଁ। ଖାସ୍ ସ୍ବପ୍ନାଙ୍କ ପାଇଁ ସ୍ବତନ୍ତ୍ର ଜୋତା ପ୍ରସ୍ତୁତ କରିଥିବା କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତକାରୀ କଂପାନି ଆଦିଦାସ ସୋମବାର ଘୋଷଣା କରିଛି। ସ୍ବପ୍ନା ପିଲାବେଳୁ ପାଦ ଯନ୍ତ୍ରଣାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏସୀୟ ସ୍ବର୍ଣ୍ଣ ଜିତିବା ପରେ ଏହା ଅଧିକ ଚର୍ଚିତ ହୋଇଥିଲା। ଫଳରେ ତାଙ୍କୁ ସାହାଯ୍ୟ କରିବା ଲାଗି ଆଦିଦାସ ଆଗେଇ ଆସିଛି। ସ୍ବପ୍ନାଙ୍କ ପାଦ ଗଠନକୁ ବିଜ୍ଞାନ ସମ୍ମତ ଉପାୟରେ ବିଶ୍ଲେଷଣ କରାଯାଇ ଏହି ଜୋତା ପ୍ରସ୍ତୁତ କରାଯାଇଥିବା କଂପାନି କହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us