ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ସନ୍ତରଣ ଉଦ୍‌ଯାପିତ: ସମ୍ବଲପୁର, ଭୁବନେଶ୍ବର ଉଭୟ ବର୍ଗରେ ବିଜେତା

Advertisment
ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ସନ୍ତରଣ ଉଦ୍‌ଯାପିତ: ସମ୍ବଲପୁର, ଭୁବନେଶ୍ବର ଉଭୟ ବର୍ଗରେ ବିଜେତା

ସମ୍ବଲପୁର: ଡା. ଝସକେତନ ସାହୁ ସନ୍ତରଣାଗାରରେ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଛି। ଏହି ପ୍ରତିଯୋଗିତାର ୧୭ ବର୍ଷରୁ କମ୍ ବାଳିକା ବର୍ଗରେ ଭୁବନେଶ୍ୱର ଏବଂ ବେଳେ ବାଳକ ବର୍ଗରେ ସମ୍ବଲପୁର ବିଜେତା ହୋଇଛି। ସେହିଭଳି ୧୪ ବର୍ଷରୁ କମ୍‌ ବାଳିକା ବର୍ଗରେ ସମ୍ବଲପୁର ଏବଂ ବାଳକ ବର୍ଗରେ ଭୁବନେଶ୍ବର ବିଜେତା ହୋଇଛି। ଏହି ପ୍ରତିଯୋଗିତାରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ଦେବଗଡ଼, ଗଞ୍ଜାମ, ଖୋର୍ଦ୍ଧା, ବୌଦ୍ଧ, କଟକ ଆଦି ୧୦ଟି ଜିଲ୍ଲାରୁ ୮୭ ଜଣ ପ୍ରତିଯୋଗୀ ଉଭୟ ୧୪ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ବର୍ଗରେ ଭାଗ ନେଇଥିଲେ। ପ୍ରତିଯୋଗିତା ପରିଚାଳନା ପାଇଁ ୮ ଜଣ କେନ୍ଦ୍ରୀୟ ଅଧିକାରୀ, ୨୦ ଜଣ ରାଜ୍ୟ ଅଧିକାରୀ ଓ ୧୦ ଜଣ ଜିଲ୍ଲା ଅଧିକାରୀ ଯୋଗ ଦେଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମିନାରାଣୀ ମଙ୍ଗଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସହକାରୀ ଶାରୀରିକ ଶିକ୍ଷା ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପ୍ରଧାନ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜୟଶ୍ରୀ ଦୋରା ଉପସ୍ଥିତ ଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜଗବନ୍ଧୁ ବେହେରା ସ୍ବାଗତ ଭାଷଣ ଦେଇଥିଲେ। ଅତିଥିମାନଙ୍କ ବକ୍ତବ୍ୟ ପରେ ପୁରସ୍କାର ବିତରଣ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବକୁ ଅସୀମ ପ୍ରଧାନ ପରିଚାଳନା କରିଥିବା ବେଳେ ପୁରୁଣା ବଲାରଙ୍ଗା ଉନ୍ନୀତ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦୀପାଳି ଚୌଧୁରୀ ଧନ୍ୟବାଦ ଦେଇଥିଲେ।

ପ୍ରତିଯୋଗିତା ଆୟୋଜନରେ ବୁଢ଼ାରଜା ସରକାରୀ ଉଚ୍ଚବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହରି ନାରାୟଣ ପଣ୍ଡା, ଯୁଯୁମୁରା ହାଇସ୍କୁଲର ପ୍ରଧାନଶିକ୍ଷକ କୁଳଧର ପ୍ରଧାନ, ସନ୍ତରଣ ପ୍ରଶିକ୍ଷକ ଆଶୁତୋଷ ନାଏକ, ଅବସରପ୍ରାପ୍ତ କ୍ରୀଡ଼ାଶିକ୍ଷକ ଲକ୍ଷ୍ମଣ ନାଥ, କ୍ରୀଡ଼ାଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା, ସୌମେନ୍ଦ୍ର ଦାଶ, ସତ୍ୟରଞ୍ଜନ ପଣ୍ଡା, ପି.ସୁଧାଂଶୁ, ତ୍ରିବିକ୍ରମ ରଣା, ରମେଶ ବେରିହା, ଭୀମସେନ ବାରିକ, ପ୍ରତାପ ସେନାପତି, ମହେଶ୍ୱର ଖଣ୍ଡେଇ, ମଣି ବେଜି, ସୁପ୍ରଜିତ୍ ସାହୁ, ବୁଲୁ ବିଶ୍ବାଳ, ପଦ୍ମଲୋଚନ ସାହୁ, ଜଟାଭୂଷଣ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe