ସୟଦ୍‌ ମୋଦି ଇଣ୍ଟରନ୍ୟାସ୍‌ନାଲ ବ୍ୟାଡ୍‌ମିଣ୍ଟନ୍‌: କ୍ବାର୍ଟରରେ ସିନ୍ଧୁ, ପ୍ରଣୟ

Advertisment
ସୟଦ୍‌ ମୋଦି ଇଣ୍ଟରନ୍ୟାସ୍‌ନାଲ ବ୍ୟାଡ୍‌ମିଣ୍ଟନ୍‌: କ୍ବାର୍ଟରରେ ସିନ୍ଧୁ, ପ୍ରଣୟ

The Economic Times

ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ସୟଦ୍‌ ମୋଦି ଇଣ୍ଟରନ୍ୟାସ୍‌ନାଲ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି। ଗୁରୁବାର ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ସିନ୍ଧୁ ମାତ୍ର ୩୩ ମିନିଟ୍‌ ସମୟ ନେଇ ଆମେରିକା ପ୍ରତିଦ୍ବନ୍ଦ୍ବୀ ଲୌରେନ୍‌ ଲାମ୍‌ଙ୍କୁ ୨୧-୧୬ ଓ ୨୧-୧୩ ସିଧାସଳଖ ଗେମ୍‌ରେ ପରାସ୍ତ କରିଥିଲେ। କ୍ବାର୍ଟର ଫାଇନାଲ୍‌ରେ ସିନ୍ଧୁଙ୍କ ମୁକାବିଲା ଷଷ୍ଠ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡ ପ୍ରତିଦ୍ବନ୍ଦ୍ବୀ ସୁପିନାଦା କାଟେଥଙ୍ଗ୍‌ଙ୍କ ସହ ହେବ। ଅନ୍ୟ ଭାରତୀୟ ମହିଳାଙ୍କ ମଧ୍ୟରେ ସାମିୟା ଇମାଦ୍‌ ଫାରୁକି, ଅନୁପମା ଉପାଧ୍ୟାୟ, ଆକର୍ଷୀ କାଶ୍ୟପ ଏବଂ ମାଲ୍‌ବିକା ବନ୍‌ସୁଦ୍‌ ମଧ୍ୟ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପୁରୁଷ ଏକକରେ ପଞ୍ଚମ ମାନ୍ୟତାପ୍ରାପ୍ତ ଦେଶର ପ୍ରିୟାଂଶୁ ରାଜାୱତ୍‌ଙ୍କୁ ପରାସ୍ତ କରିଥିଲା ବେଳେ ମିଥୁନ ମଞ୍ଜୁନାଥ ମ‌ାଲେସିଆର ସୁଙ୍ଗ୍‌ ଜୁ ଭେନ୍‌ଙ୍କୁ ହରାଇଛନ୍ତି। ପୁରୁଷ ଯୁଗଳ ଯୋଡ଼ି ଏମ୍‌ଆର୍‌ ଅର୍ଜୁନ ଓ ଧ୍ରୁବ କପିଳା ୱାକ୍‌ ଓଭର ପାଇଁ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe