ସୟଦ୍‌ ମୋଦି ଇଣ୍ଟରନ୍ୟାସ୍‌ନାଲ: ଟ୍ରଫି ଜିତିଲେ ସିନ୍ଧୁ

Advertisment
ସୟଦ୍‌ ମୋଦି ଇଣ୍ଟରନ୍ୟାସ୍‌ନାଲ: ଟ୍ରଫି ଜିତିଲେ ସିନ୍ଧୁ

ଲକ୍ଷ୍ନୌ : ଭାରତୀୟ ଲଳନା ପିଭି ସିନ୍ଧୁ ଲକ୍ଷ୍ନୌରେ ଅନୁଷ୍ଠିତ ଏଚ୍‌ଏସ୍‌ବିସି ବିଡବ୍ଲୁଏଫ୍‌ ବିଶ୍ବ ଟୁର୍‌ ସୁପର ୩୦୦ ପ୍ରତିଯୋଗିତା ସୟଦ୍‌ ମୋଦି ଇଣ୍ଟରନ୍ୟାସ୍‌ନାଲ୍‌ ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି। ରବିବାର ଫାଇନାଲ୍‌ରେ ସେ ଅନ୍ୟତମ ଭାରତୀୟ ମାଲ୍‌ବିକା ବନ୍‌ସୁଦ୍‌ଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରିଦେଇଛନ୍ତି। ଦୁଇ ଭାରତୀୟଙ୍କ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍‌ ଏକତରଫା ହୋଇଥିଲା। ଏଥିରେ ଦୁଇ ଥର ଅଲିମ୍ପିକ୍‌ ପଦକ ବିଜୟୀନି ତଥା ଏଠାରେ ଶୀର୍ଷ ମାନ୍ୟତା ପାଇଥିବା ସିନ୍ଧୁ ମାତ୍ର ୩୫ ମିନିଟ୍‌ ମୁକାବିଲା କରି ୨୧-୧୩ ଓ ୨୧-୧୬ରେ ବିଶ୍ବ ମାନ୍ୟତାର ୮୪ ବନ୍‌ସୁଦ୍‌ଙ୍କୁ ପରାସ୍ତ କରିଥିଲେ। ଏଥିସହିତ ପୂର୍ବତନ ବିଶ୍ବ ବିଜୟୀନି ସିନ୍ଧୁ ଦ୍ବିତୀୟ ଥର ପାଇଁ ସୟଦ୍‌ ମୋଦି ଇଣ୍ଟରନ୍ୟାସ୍‌ନାଲ ଟ୍ରଫି କରାୟତ କରିଥିଲେ। ଏହା ପୂର୍ବରୁ ସେ ୨୦୧୭ରେ ମଧ୍ୟ ବିଜେତା ହୋଇଥିଲେ।

ଏହି ପ୍ରତିଯୋଗିତାରେ ମହିଳା ଏକକରେ ଭାରତୀୟଙ୍କୁ ବିଜେତା‌ ଓ ଉପବିଜେତା ଟ୍ରଫି ମିଳିଥିଲା ବେଳେ ମିଶ୍ରିତ ଯୁଗଳରେ ମଧ୍ୟ ଭାରତୀୟ ଯୋଡ଼ି ବିଜେତା ଓ ଉପବିଜେତା ହୋଇଥିଲେ। ଈଶାନ ଭଟନାଗର ଓ ତନୀଷା କ୍ରା‌ଷ୍ଟୋ ମିଶ୍ରିତ ଯୁଗଳ ଟ୍ରଫି ମଧ୍ୟ ଜିତି ନେଇଥିଲେ। ଏହି ସପ୍ତମ ମାନ୍ୟତାପ୍ରାପ୍ତ ଯୋଡ଼ି ଫାଇନାଲ୍‌ରେ ନିଜ ଦେଶର ଟି ହେମା ନଗେନ୍ଦ୍ର ବାବୁ ଓ ଶ୍ରୀବେଦ୍ୟା ଗୁରୁଜାଦାଙ୍କୁ ସିଧାସଳଖ ଗେମ୍‌ ୨୧-୧୬ ଓ ୨୧-୧୨ରେ ପରାସ୍ତ କରିଥିଲେ।

ଏହି ପ୍ରତିଯୋଗିତାରେ ଜଣେ ଫାଇନାଲିଷ୍ଟ କୋଭିଡ୍‌ ପଜିଟିଭ୍‌ ଯୋଗୁଁ ପୁରୁଷ ଏକକ ଫାଇନାଲ୍‌ ମ୍ୟାଚ୍‌କୁ ବାତିଲ କରିଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe