Syed Mushtaq Ali Trophy: ସୟଦ ମୁସ୍ତାକ୍‌ ଅଲୀ ଟ୍ରଫି: ୫ ବର୍ଷ ପରେ ବିପ୍ଳବଙ୍କୁ ନେତୃତ୍ବ ଭାର, ୧୭ ବର୍ଷୀୟ ରାଜ୍‌ଙ୍କ ସହ ୬ ନୂଆମୁହଁ

Advertisment

ଲକ୍ଷ୍ନୌରେ ଚଳିତ ମାସ ୨୬ ତାରିଖରୁ ଖେଳାଯିବାକୁ ଥିବା ଜାତୀୟ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ‘ସୟଦ ମୁସ୍ତାକ୍‌ ଅଲୀ ଟ୍ରଫି’ ଲାଗି ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ୨୦ ଜଣିଆ ଦଳରେ ବିପ୍ଳବ ସାମନ୍ତରାୟଙ୍କୁ ନେତୃତ୍ୱ ମିଳିଛି।

ଲକ୍ଷ୍ନୌରେ ଚଳିତ ମାସ ୨୬ ତାରିଖରୁ ଖେଳାଯିବାକୁ ଥିବା ଜାତୀୟ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ‘ସୟଦ ମୁସ୍ତାକ୍‌ ଅଲୀ ଟ୍ରଫି’ ଲାଗି ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ୨୦ ଜଣିଆ ଦଳରେ ବିପ୍ଳବ ସାମନ୍ତରାୟଙ୍କୁ ନେତୃତ୍ୱ ମିଳିଛି।

dgdagdazvc

କଟକ: ଲକ୍ଷ୍ନୌରେ ଚଳିତ ମାସ ୨୬ ତାରିଖରୁ ଖେଳାଯିବାକୁ ଥିବା ଜାତୀୟ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ‘ସୟଦ ମୁସ୍ତାକ୍‌ ଅଲୀ ଟ୍ରଫି’ ଲାଗି ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ୨୦ ଜଣିଆ ଦଳରେ ବିପ୍ଳବ ସାମନ୍ତରାୟଙ୍କୁ ନେତୃତ୍ୱ ମିଳିଛି। ସେ ୫ବର୍ଷ ପରେ ଏହି ସର୍ଟେଷ୍ଟ୍‌ ଫର୍ମାଟ୍‌ର ଅଧିନାୟକ ପଦକୁ ଫେରିଛନ୍ତି। ଏହି ଦଳରେ ୬ ଜଣ ନୂଆମୁହଁ ସାମିଲ ହୋଇଛନ୍ତି। ସେମାନେ ହେଲେ ଚଳିତ ବର୍ଷ ପ୍ରଥମ ଶ୍ରେଣୀ ପଦାର୍ପଣକାରୀ ଅନୀଲ ପରିଡ଼ା, ବାଦଲ ବିଶ୍ୱାଳ ଓ ସୌରଭ ଗୌଡ଼ଙ୍କ ସହ ୧୭ ବର୍ଷୀୟ ରାଜ ଯାଦବ, ଦ୍ରୁତ ବୋଲର ଭଗୀଶ ଶର୍ମା ଓ ସୌମ୍ୟରଞ୍ଜନ ଲେଙ୍କା। 

ଓଡ଼ିଶା ଉଦ୍‌ଘାଟନୀ ଦିବସରେ କେରଳ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ୨୮ରେ ଆନ୍ଧ୍ରପ୍ରଦେଶ, ୩୦ରେ ବିଦର୍ଭ, ଡିସେମ୍ବର ୨ରେ ଛତିଶଗଡ଼, ୪ରେ ରେଳବାଇ, ୬ରେ ଆସାମ ଓ ୮ରେ ମୁମ୍ବାଇ ବିପକ୍ଷରେ ଖେଳି ଲିଗ୍‌ ପର୍ଯ୍ୟାୟ ଶେଷ କରିବ। ଏହି ପ୍ରତିଯୋଗିତାରେ ଭଲ କରିବାକୁ ଲକ୍ଷ୍ୟ ରଖିଥିବା ବିପ୍ଳବ ଆଶା ରଖିଛନ୍ତି। ସେହିଭଳି ଆଇପିଏଲ୍‌ରେ କୌଣସି ବୟସ ସୀମା ନଥିବାରୁ ନିଜ ପ୍ରଦର୍ଶନ ବଳରେ ସେ ପୁଣି ଥରେ ବିଶ୍ବର ଏହି ଧନୀ ଲିଗ୍ ଖେଳିବାକୁ ଲକ୍ଷ୍ୟ ରଖିଥିବା କିଟ୍ ଷ୍ଟାଡିୟମ୍‌ରେ ନାଗାଲାଣ୍ଡକୁ ଓଡ଼ିଶା ହରାଇବା ପରେ କହିଛନ୍ତି। 

ଓଡ଼ିଶା ଦଳ: ଗୌରବ ଚୌଧୁରୀ, ସ୍ୱସ୍ତିକ ସାମଲ, ଆଦିତ୍ୟ ରାଉତ, ଆଶୀର୍ବାଦ ସ୍ୱାଇଁ (ୱିକେଟ୍‌ରକ୍ଷକ), ବିପ୍ଳବ ସାମନ୍ତରାୟ (ଅଧିନାୟକ), ପ୍ରୟାସ କୁମାର ସିଂହ, ସମ୍ବିତ ବରାଳ, ରାଜେଶ ମହାନ୍ତି, ଶୁଭ୍ରାଂଶୁ ସେନାପତି, ଶୁଭମ ଶତ୍ରୁଜିତ, ସନ୍ଦୀପ ପଟ୍ଟନାୟକ, ପପୁ ରାୟ, ଗୋବିନ୍ଦ ପୋଦ୍ଦାର, ସର୍ବେଶ୍ୱର ମହାନ୍ତି, ଅନିଲ ପରିଡ଼ା, ବାଦଲ ବିଶ୍ୱାଳ, ସୌରଭ ଗୌଡ଼ (ୱିକେଟ୍‌ରକ୍ଷକ), ରାଜ୍‌ ଯାଦବ, ଭଗୀଶ ଶର୍ମା ଓ ସୌମ୍ୟରଞ୍ଜନ ଲେଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe