ଭୁବନେଶ୍ବର: ବୁଧବାରଠାରୁ ଆରମ୍ଭ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଘରୋଇ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ମଧ୍ୟ ଓଡ଼ିଶା ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଲ‌କ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଓଡ଼ିଶାକୁ କେରଳ ଏକତରଫା ଭାବେ ୧୦ ୱିକେଟ୍‌ରେ ହରାଇ ଦେଇଛି। ଫଳରେ ଓଡ଼ିଶା ବିପକ୍ଷରେ କେରଳ ନିଜ ପ୍ରଥମ ୩ ଟ୍ବେଣ୍ଟି୨୦ ମ୍ୟାଚ୍‌ ଜିତି ହ୍ୟାଟ୍ରିକ୍ ବି ଅର୍ଜନ କରିଛି। ୨୦୧୩ ଓ ୨୦୨୩ ମସିହାର ପୂର୍ବ ଦୁଇ ମୁକାବିଲାରେ ମଧ୍ୟ କେରଳ ଏକତରଫା ଭାବେ ଓଡ଼ିଶାକୁ ପରାସ୍ତ କରିଥିଲା।
ବୁଧବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ଓଡ଼ିଶା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା। ଓପନିଂ ଯୋଡ଼ି ସ୍ବସ୍ତିକ ସାମଲ (୧୪ ବଲ୍‌ରୁ ୨୦ ରନ୍) ଏବଂ ଗୌରବ ଚୌଧୁରୀ (୧୫ ବଲ୍‌ରୁ ୨୯ ରନ୍) ଭଲ ଆରମ୍ଭ କରି ୪.୧ ଓଭରରେ ୪୮ ରନ୍ ଉଠାଇଥିଲେ ମଧ୍ୟ ଗୋଟିଏ ଓଭରରେ ଦ୍ରୁତ ବୋଲର ଡି ନିଧୀଶ ଉଭୟଙ୍କୁ ପ୍ୟାଭିଲିଅନ୍ ପଠାଇଦେଇଥିଲେ।

Advertisment

ସୟଦ ମୁସ୍ତାକ ଅଲୀ ଟ୍ରଫି 
୧୦ ୱିକେଟ୍‌ରେ ହାରିଲା ବିପ୍ଳବ ସେନା

politics of Talcher: ଚଳଚଞ୍ଚଳ ତାଳଚେର ରାଜନୀତି: ନଗରପାଳଙ୍କ ସହିତ ୧୩ କାଉନ୍‌ସିଲରଙ୍କ ଇସ୍ତଫା

ଯୋଗଦେବେ ରାଷ୍ଟ୍ରପତି: ବିଧାନସଭାରେ ବିଧାୟକଙ୍କୁ ସମ୍ବୋଧିତ କରିବେ

ଶୁଭ୍ରାଂଶୁ ସେନାପତି (୧୫) ବି ଭଲ ଆରମ୍ଭକୁ ବଡ଼ ପାଳିରେ ପରିଣତ କରିପାରିନଥିଲେ। ମଧ୍ୟକ୍ରମରେ କିନ୍ତୁ ଅଧିନାୟକ ବିପ୍ଳବ ସାମନ୍ତରାୟ (୪୧ ବଲ୍‌ରୁ ୫୩ ରନ୍) ଏବଂ ସମ୍ବିତ ବରାଳ (୩୨ ବଲ୍‌ରୁ ୪୦ ରନ୍) ଚତୁର୍ଥ ୱିକେଟ୍ ପାଇଁ ୭୯ ରନ୍ ଯୋଡ଼ି ଆହ୍ବାନଭରା ସ୍କୋର୍ ଛିଡ଼ା କରିଥିଲେ। କେରଳ ପକ୍ଷରୁ ନିଧୀଶ ସର୍ବାଧିକ ୪ ୱିକେଟ୍ ନେଇଥିଲେ। ଜବାବରେ କେରଳ କିନ୍ତୁ ୧୬.୩ ଓଭରରେ କୌଣସି ୱିକେଟ୍ ନ ହରାଇ ୧୭୭ ରନ୍ ସଂଗ୍ରହ କରିନେଇଥିଲା। ଅଧିନାୟକ ସଂଜୁ ସାମସନ୍‌ (୪୧ ବଲ୍‌ରୁ ୫୧* ରନ୍) ପାଳି ଗଢ଼ିବା କାମ କରିଥିବା‌ବେଳେ ରୋହନ୍ କୁନ୍ନୁମ୍ମଲ (୬୦ ବଲ୍‌ରୁ ୧୨୧* ରନ୍) ଓଡ଼ିଶା ବୋଲରଙ୍କୁ ଧୂଲେଇ କରିଥିଲେ। ଏହ‌ା ମଧ୍ୟ ତାଙ୍କ ଦ୍ବିତୀୟ ଶତକ ଏବଂ କ୍ୟାରିୟର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ପାଳି ହୋଇଛି।

ଓଡ଼ିଶା ଏହି ପ୍ରଥମ ମ୍ୟାଚ୍‌ରେ ୪ ଜଣଙ୍କୁ ପଦାର୍ପଣ ସୁଯୋଗ ଦେଇଥିଲା। ଅଣଓଡ଼ିଆ ଓପନର୍‌ ଗୌରବ ଚୌଧୁରୀ, ଦ୍ରୁତ ବୋଲର ଭଗୀଶ ଶର୍ମାଙ୍କ ସହିତ ବାମହାତୀ ସ୍ପିନର୍ ବାଦଲ ବିଶ୍ବାଳ ଏବଂ ୱିକେଟ୍‌ରକ୍ଷକ ସୌରଭ ଗୌଡ଼ ପଦାର୍ପଣ କରିଥିଲେ। କେରଳ ପକ୍ଷରୁ ମଧ୍ୟ ୨ ଜଣ ସାଲି ସାମସନ୍‌ ଓ ଅହମ୍ମଦ ଇମ୍ରାନ୍ ପଦାର୍ପଣ କରିଥିଲେ। ଓଡ଼ିଶା ନିଜ ପରବର୍ତୀ ମ୍ୟାଚ୍‌ ଆନ୍ଧ୍ରପ୍ରଦେଶ ସହିତ ଶୁକ୍ରବାର ଖେଳିବ।