ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ବେଙ୍ଗଲଠୁ ୯ ଵିକେଟ୍‌ରେ ହାରିଲା ଓଡ଼ିଶା

Advertisment
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ବେଙ୍ଗଲଠୁ ୯ ଵିକେଟ୍‌ରେ ହାରିଲା ଓଡ଼ିଶା

କଟକ: କରୋନା ଜନିତ କଟକଣା ଯୋଗୁଁ କିଛି ମାସର ବ୍ୟବଧାନ ପରେ କ୍ରିକେଟ୍‌ ଋତୁ ଆରମ୍ଭ ହୋଇଛି। ହେଲେ ଓଡ଼ିଶାର ଅଭିଯାନ ପରାଜୟରୁ ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ଯାଦବପୁର ବିଶ୍ବବିଦ୍ୟାଳୟ ପଡ଼ିଆରେ ରବିବାର ଖେଳାଯାଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୯ ଵିକେଟ୍‌ରେ ଘରୋଇ ବେଙ୍ଗଲ ନିକଟରୁ ପରାସ୍ତ ହୋଇଛି। ଶୁଭ୍ରା˚ଶୁ ସେନାପତିଙ୍କ ନେତୃତ୍ବାଧୀନ ଦଳ ୧୨ ତାରିଖରେ ଦ୍ବିତୀୟ ମ୍ୟାଚ୍‌ ସେହି ପଡ଼ିଆରେ ହାଇଦ୍ରାବାଦ ବିପକ୍ଷରେ ଖେଳିବ। ରବିବାର ମ୍ୟାଚ୍‌ରେ ବେଙ୍ଗଲ ଟସ୍‌ ଜିତି ବୋଲି˚ କରିଥିଲା। ଓଡ଼ିଶା ପାଇଁ ଆଦିତ୍ୟ ରାଉତ ଓ ସୁନୀଲ ରାଉଳ ପଦାର୍ପଣ କରିଥିଲେ। ଶାନ୍ତନୁଙ୍କ ସହ ଆଦିତ୍ୟ ପାଳି ଆରମ୍ଭ କରିଥିଲେ। ତେବେ ଦ୍ବିତୀୟ ଓଭରରେ ଶାନ୍ତନୁ ରନ୍‌ଆଉଟ ହୋଇଯିବା ପରେ ପରେ ଶୁଭ୍ରା˚ଶୁ ସେନାପତି (୧), ଆଦିତ୍ୟ (୧୧), ଗୋବିନ୍ଦ ପୋଦ୍ଦାର (୮), ବିପ୍ଲବ ସାମନ୍ତରାୟ (୧) ଶସ୍ତାରେ ଆଉଟ ହୋଇଯିବାରୁ ଦଳ ଉପରେ ଚାପ ବଢିଯାଇଥିଲା। ତେବେ ଏକ ସମୟରେ ୩୦ ରନ୍‌ରେ ୫ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିଲା ବେଳେ ରାଜେଶ ଧୂପର ଓ ଅଙ୍କିତ ଯାଦବ ପାଳି ସମ୍ଭାଳିଥିଲେ। ଦୁହେଁ ଷଷ୍ଠ ଵିକେଟରେ ୬୫ ରନ୍‌ ଯୋଡ଼ିଥିଲା ବେଳେ ଧୂପର (୩୭) ତାଙ୍କ ଵିକେଟ ହରାଇଥିଲେ। ଦୁଇ ଓଭର ପରେ ଅଙ୍କିତ ମଧ୍ୟ ୩୨ ରନ୍‌ କରି ଆଉଟ ହୋଇଯାଇଥିଲେ। ଅନ୍ତିମ ଓଭରରେ ସୂର୍ଯ୍ୟକାନ୍ତ ପ୍ରଧାନ (୮), ସୁନୀଲ ରାଉଳ (୦), ରାଜେଶ ମହାନ୍ତି (୧)ଙ୍କୁ ଈଶାନ ପୋରେଲ୍‌ ଆଉଟ୍‌ କରିବାରୁ ଓଡ଼ିଶା ୧୧୩ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ଘରୋଇ ଦଳ ପାଇଁ ଈଶାନ ସର୍ବାଧିକ ୪, ଆକାଶଦୀପ, ମୁକେଶ କୁମାର ଦୁଇଟି ଲେଖାଏଁ ଵିକେଟ ପାଇଥିଲେ।

ଜବାବରେ ଶ୍ରୀବତ୍ସ ଗୋସ୍ବାମୀ ଓ ବିବେକ ସି˚ହ ବେଙ୍ଗଲ ପାଇଁ ବିସ୍ଫୋରକ ଆରମ୍ଭ କରିଥିଲେ। ତେବେ ୪.୩ ଓଭର ବେଳକୁ ଦଳୀୟ ରନ୍‌ ୩୮ ହୋଇଥିଲା ବେଳେ ଶ୍ରୀବତ୍ସଙ୍କୁ ଗୋବିନ୍ଦ ପୋଦ୍ଦାର ଆଉଟ କରିଥିଲେ। ବିବେକଙ୍କ ସହ ଶୁଭଙ୍କର ବଳ ଯୋଗଦେଇ ଆଉ ଓଡ଼ିଶା ବୋଲରଙ୍କୁ ସୁଯୋଗ ଦେଇନଥିଲେ। ୧୨.୨ ଓଭରରେ ଉଭୟ ବେଙ୍ଗଲ ପାଇଁ ବିଜୟ ମୁଣ୍ତି ମାରିଥିଲେ। ବିବେକ ୫୪* ଓ ଶୁଭଙ୍କର ୩୪* ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଦୁହେଁ ଅବିଭାଜିତ ଦ୍ବିତୀୟ ୱିକେଟ୍‌ରେ ୪୭ ବଲ୍‌ରୁ ୭୬ ରନ୍ ଯୋଡ଼ି ବେଙ୍ଗଲକୁ ଅତି ସହଜ ବିଜୟ ଭେଟି ଦେଇଥିଲେ।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ୨୦ ଓଭରରେ ୧୧୩/୧୦ (ରାଜେଶ ଧୂପର ୩୭, ଅଙ୍କିତ ଯାଦବ ୩୨, ଆଦିତ୍ୟ ରାଉତ ୧୧, ଇଶାନ ପୋରେଲ ୪/୨୬, ଆକାଶ ଦୀପ ୨/୨୦, ମୁକେଶ କୁମାର ୨/୨୦)। ବେଙ୍ଗଲ ୧୨.୨ ଓଭରରେ ୧୧୪/୧ (ବିବେକ ସି˚ହ ୫୪*, ଶୁଭଙ୍କର ବଳ ୩୪*, ଶ୍ରୀବତ୍ସ ଗୋସ୍ବାମୀ ୨୫, ଗୋବିନ୍ଦ ପୋଦ୍ଦାର ୧/୧୦)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe