କରଂଜିଆ ଗୋଲେଇ: କରଂଜିଆ ଷ୍ଟାଡିୟମରେ ଆକ୍ଟିଭ ୩୦ ପ୍ଲସ୍ କ୍ଲବ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଟି-୨୦ କ୍ରିକେଟ୍ ଚ୍ୟାଲେଞ୍ଜ କପ୍ରେ ଆଜି କେନ୍ଦୁଝର ସହିତ କରଂଜିଆ ଏକାଦଶ ମୁକାବିଲା ହୋଇଥିଲା। କେନ୍ଦୁଝର ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୧୮.୧ ଓଭର ଖେଳି ସମସ୍ତ ଓ୍ଵିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରିଥିଲା। ଜବାବ୍ରେ କରଂଜିଆ ଏକାଦଶ ୧୪.୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୪୯ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା। ଅମ୍ପେୟାର ଭାବେ ପ୍ରବୀର ବିଶ୍ୱାସ ଓ ଦୁର୍ଗା ପ୍ରସାଦ ପଟ୍ଟନାୟକ ଖେଳକୁ ପରିଚାଳନା କରିଥିଲେ। ଶ୍ରେଷ୍ଠ ଖେଳାଳୀ ଭାବେ କେନ୍ଦୁଝର ଦଳର ବିପୁଲ ରାଉଳ ବିବେଚିତ ହୋଇଥିଲେ। ବିପୁନ ୪ ଓଭର ବୋଲିଂ କରି ଗୋଟିଏ ମେଡେନ୍ ଓଭର ସହିତ ୧୨ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଉଦଳାର ପୂର୍ବତନ ଖେଳାଳୀ ଅମୀୟ କୁମାର ବଳ ଅତିଥି ଭାବେ ଯୋଗ ଦେଇଥିଲେ। ମୁନା ବେହେରା, ମେହେରା ଅଲ୍ଲୀ, କରୁଣାକର ବେହେରା ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ୨ୟ ସେମି ଫାଇନାଲରେ ଅଲ୍ ରାଉଣ୍ଡର ବାଲେଶ୍ୱର ସହିତ କେନ୍ଦୁଝର ମୁକାବିଲା ହେବ।
ଟି-୨୦ କ୍ରିକେଟ୍ ଚ୍ୟାଲେଞ୍ଜ କପ୍: କେନ୍ଦୁଝର ବିଜୟୀ
Advertisment
Follow Us