ବାଂଲାଦେଶକୁ ହରାଇଲା ପାକିସ୍ତାନ

Advertisment

ପ୍ରଥମ ଟି-୨୦

ପ୍ରଥମ ଟି-୨୦

ବାଂଲାଦେଶକୁ ହରାଇଲା ପାକିସ୍ତାନ

the indian express

ଢାକା: ଟି-୨୦ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ ସତ୍ତ୍ବେ ସେମିଫାଇନାଲ୍‌ରୁ ବିଦାୟ ନେଇଥିବା ପାକିସ୍ତାନ ବାଂଲାଦେଶ ଗସ୍ତରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଏଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ୪ ୱିକେଟ୍‌ରେ ଘରୋଇ ବାଂଲାଦେଶକୁ ପରାସ୍ତ କରିଦେଇଛି। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଯାଇଛି।

ଟସ୍‌ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ନେଇଥିଲା। ତେବେ ହାସନ ଅଲ୍ଲୀ (୪-୦-୨୨-୩) ଏବଂ ମହମ୍ମଦ ୱାସିମ୍‌ ଜୁନିୟର (୪-୦-୨୪-୨)ଙ୍କ ଦମ୍‌ଦାର ବୋଲିଂ ଯୋଗୁଁ ବାଂଲାଦେଶ ପାଳି ୭/୧୨୭ରେ ଅଟକି ଯାଇଥିଲା। ଅଫିଫ୍ ହୋସେନ୍‌ (୩୬), ମେହେଦି ହାସନ୍‌ (୩୦*) ଏବଂ ନୁରୁଲ ହାସନ୍‌ (୨୮) ଦୁଇ ଅଙ୍କ ଛୁଇଁଥିଲା ବେଳେ ଅଧିନାୟକ ମହମୁଦୁଲ୍ଲା (୬) ନିରାଶ କରିଥିଲେ। ଷଷ୍ଠ ୱିକେଟ୍‌ରେ ନୁରୁଲ ଓ ମେହେଦିଙ୍କ ୩୫ ରନ୍‌ ଭାଗିଦାରୀ ଉଲ୍ଲେଖନୀୟ ଥିଲା। ଅନ୍ୟ ପାକିସ୍ତାନୀ ବୋଲର ଭାବେ ମହମ୍ମଦ ନୱାଜ ଓ ସାଦବ ଖାନ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଜବାବରେ ମେହେଦି ହାସନ୍‌ (୪-୦-୧୭-୧)ଙ୍କ ମିତବ୍ୟୟୀ ବୋଲିଂ ସତ୍ତ୍ବେ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଥିବା ପାକିସ୍ତାନ ୪ ବଲ୍‌ ବାକିଥାଇ ୪ ୱିକେଟ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ଏକ ସମୟରେ ୨୪ ରନ୍‌ରେ ୪ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିବା ପାକିସ୍ତାନକୁ ଫକର ଜମନ (୩୪) ଓ ଖୁସ୍‌ଦିଲ୍‌ ସାହା (୩୪) ବିଜୟ ଆଶା ଦେଇଥିଲେ। ଦୁହେଁ ପଞ୍ଚମ ୱିକେଟ୍‌ରେ ୫୬ ରନ୍ ଯୋଡ଼ିବା ପରେ ଅବିଭା‌ଜିତ ସପ୍ତମ ୱିକେଟ୍‌ରେ ସାଦବ ଖାନ୍‌ (୨୧) ଓ ମହମ୍ମଦ ନୱାଜ (୧୮) ୩୬ ରନ୍ ଯୋଡ଼ି ୧୯.୨ ଓଭରରେ ବିଜୟ ମୁଣ୍ଡି ମାରିଥିଲେ। ଟି-୨୦ ବିଶ୍ବକପ୍‌ରେ ଚମତ୍କାର ବ୍ୟାଟିଂ କରିଥିବା ଦୁଇ ଓପ୍‌ନର ମହମ୍ମଦ ରିଜ୍‌ୱାନ (୧୧) ଏବଂ ଅଧିନାୟକ ବାବର ଆଜମ୍‌ (୭) ନିରାଶ କରିଥିଲେ। ସୋଏବ ମଲିକ ମଧ୍ୟ ଖାତା ଖୋଲିପାରିନଥିଲେ। ତେବେ କଞ୍ଜୁସ ବୋଲିଂ ପାଇଁ ହାସନ ଅଲ୍ଲୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe