Advertisment

t20 Semifinal: ପାକିସ୍ତାନର ସେମିଫାଇନାଲ୍‌ ପଥ ବଂଧୁର: ଦରକାର ୬୪ ରନ୍‌ ବିଜୟ କିମ୍ବା ୧୩.୧ ଓଭରରେ ଚେଜ୍‌

Advertisment

ଶନିବାରର ଶ୍ରୀଲଙ୍କା-ପାକିସ୍ତାନ ‘ଗ୍ରୁପ୍‌-୨’ ସୁପର-୮ ମ୍ୟାଚ୍‌ର ରୋମାଞ୍ଚ ବି ବହୁଗୁଣ ବଢ଼ି ଯାଇଛି। ଗ୍ରୁପ୍‌-୨ର ସାଂପ୍ରତିକ ସ୍ଥିତି ଓ ରନ୍‌ ହାରକୁ ଦେଖିଲେ ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ କରି ୬୪ ରନ୍‌ରେ ହରାଇବା କିମ୍ବା ଶ୍ରୀଲଙ୍କା ଧାର୍ଯ୍ୟ କରିଥିବା ଲକ୍ଷ୍ୟକୁ ୧୩.୧ ଓଭରରେ ହାସଲ କରିବା ପାକିସ୍ତାନ ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇଯାଇଛି

ଶନିବାରର ଶ୍ରୀଲଙ୍କା-ପାକିସ୍ତାନ ‘ଗ୍ରୁପ୍‌-୨’ ସୁପର-୮ ମ୍ୟାଚ୍‌ର ରୋମାଞ୍ଚ ବି ବହୁଗୁଣ ବଢ଼ି ଯାଇଛି। ଗ୍ରୁପ୍‌-୨ର ସାଂପ୍ରତିକ ସ୍ଥିତି ଓ ରନ୍‌ ହାରକୁ ଦେଖିଲେ ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ କରି ୬୪ ରନ୍‌ରେ ହରାଇବା କିମ୍ବା ଶ୍ରୀଲଙ୍କା ଧାର୍ଯ୍ୟ କରିଥିବା ଲକ୍ଷ୍ୟକୁ ୧୩.୧ ଓଭରରେ ହାସଲ କରିବା ପାକିସ୍ତାନ ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇଯାଇଛି

12AoR10A

କଲମ୍ବୋ: ନ୍ୟୁଜିଲାଣ୍ଡର ପରାଜୟ ପରେ ପାକସ୍ତାନ ପାଇଁ ସେମିଫାଇନାଲ୍‌ ଯିବାର ଗାଣିତିକ ସମ୍ଭାବନା ସୃଷ୍ଟି ହୋଇଛି। ଶନିବାରର ଶ୍ରୀଲଙ୍କା-ପାକିସ୍ତାନ ‘ଗ୍ରୁପ୍‌-୨’ ସୁପର-୮ ମ୍ୟାଚ୍‌ର ରୋମାଞ୍ଚ ବି ବହୁଗୁଣ ବଢ଼ି ଯାଇଛି। ଗ୍ରୁପ୍‌-୨ର ସାଂପ୍ରତିକ ସ୍ଥିତି ଓ ରନ୍‌ ହାରକୁ ଦେଖିଲେ ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ କରି ୬୪ ରନ୍‌ରେ ହରାଇବା କିମ୍ବା ଶ୍ରୀଲଙ୍କା ଧାର୍ଯ୍ୟ କରିଥିବା ଲକ୍ଷ୍ୟକୁ ୧୩.୧ ଓଭରରେ ହାସଲ କରିବା ପାକିସ୍ତାନ ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇଯାଇଛି। ୟା’ଛଡ଼ା ପାକିସ୍ତାନ ଅନ୍ୟ କୌଣସି ଭାବେ ଏହି ମ୍ୟାଚ୍‌କୁ ଜିତିଲେ ନ୍ୟୁଜିଲାଣ୍ଡଠାରୁ ତା’ର ନେଟ୍‌ ରନ୍ ରେଟ୍‌ ତଳେ ରହିବ। ଏଣୁ ନ୍ୟୁଜିଲାଣ୍ଡ ସମାନ ୩ ପଏଣ୍ଟ୍‌ ପାଇଥଲେ ମଧ୍ୟ ଉନ୍ନତ ରନ୍‌ ହାରରେ ସେମିଫାଇନାଲ୍‌ ଖେଳିବ। ପାକିସ୍ତାନ ହାରିଲେ ନ୍ୟୁଜିଲାଣ୍ଡ ସିଧାସଳଖ ସେମିଫାଇନାଲ୍‌ ଖେଳିବ। ଅନ୍ୟପକ୍ଷରେ ସଂପ୍ରତି ୧ ପଏଣ୍ଟ୍‌ରେ ଥିବା ପାକସ୍ତାନ ଯଦି ସାଧାରଣ ବିଜୟଟିଏ ପାଏ ନ୍ୟୁଜିଲାଣ୍ଡ ସହ ସମାନ ୩ ପଏଣ୍ଟ୍‌ ପାଇଲେ ମଧ୍ୟ ଖରାପ ନେଟ୍ ରନ୍‌ ରେଟ୍‌ ଲାଗି ସୁପର-୮ରୁ ବିଦାୟ ନେବ।

ଇଂଲଣ୍ଡର ଆଧିପତ୍ୟ, ଝୁଲିଲା ନ୍ୟୁଜିଲାଣ୍ଡ
ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ପର୍ଯ୍ୟାୟରେ ଇଂଲଣ୍ଡର ଆଧିପତ୍ୟ ଜାରି ରହିଛି। ଶୁକ୍ରବାର ଏହି ପର୍ଯ୍ୟାୟର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ତଥା ଉତ୍କଣ୍ଠାପୂର୍ଣ୍ଣ ଗ୍ରୁପ୍‌-୨ ମୁକାବିଲାରେ ଇଂଲଣ୍ଡ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ରୁ ତୃତୀୟ ବିଜୟ ସହ ପୂରା ୬ ପଏଣ୍ଟ୍‌ ଅର୍ଜନ କରିବାର ଆତ୍ମବିଶ୍ବାସ ନେଇ ସେମିଫାଇନାଲ୍‌କୁ ଯାଇଛି ଇଂଲଣ୍ଡ। ଅନ୍ୟପକ୍ଷରେ ନିଜ ପ୍ରଥମ ଦୁଇ ମ୍ୟାଚ୍‌ରୁ ୩ ପଏଣ୍ଟ୍‌ ପାଇଥିବା ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ତୃତୀୟ ମ୍ୟାଚ୍‌ ଜିତି ସିଧାସଳଖ ସେମିଫାଇନାଲ୍‌ ଯିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି। କିୱି ଦଳ ଏବେବି ଗ୍ରୁପ୍‌-୨ ପଏଣ୍ଟ୍‌ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ତେ‌ବେ ଏହି ଦଳର ସେମିଫାଇନାଲ୍‌ ସ୍ଥାନ ପକ୍କା ହେବା ଶନିବାରର ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚ୍‌ର ଫଳାଫଳ ଉପରେ କିଛିଟା ନିର୍ଭର କରୁଛି। ସେଥିପାଇଁ ନ୍ୟୁଜିଲାଣ୍ଡ ଏବେ ତ୍ରିଶଙ୍କୁ ଅବସ୍ଥାରେ ଝୁଲୁଛି। ସେପଟେ ଇଂଲଣ୍ଡର ରୋମାଞ୍ଚକ ବିଜୟ ପାକିସ୍ତାନ ପ୍ରଶଂସକଙ୍କୁ ଉଲ୍ଲସିତ କରିଛି। ନ୍ୟୁଜିଲାଣ୍ଡ ଜିତିଥିଲେ ପାକିସ୍ତାନ ସୁପର-୮ରୁ ବିଦାୟ ନେବା ଥୟ ଥିଲା ବେଳେ ଏବେ ଶ୍ରୀଲଙ୍କାକୁ ବଡ଼ ବ୍ୟବଧାନରେ ହରାଇଲେ ତା’ ପାଖରେ ସେମିଫାଇନାଲ୍‌ ଖେଳିବାର ଆଶା ଉଜ୍ଜୀବିତ ରହିଛି।

ଆଜି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସଂଘର୍ଷ କରିଥିଲା। ମଧ୍ୟ ଓ ନିମ୍ନକ୍ରମ ବ୍ୟାଟର୍‌ଙ୍କ ବିଫଳତା ପାଇଁ ୭ ୱିକେଟ୍‌ ହରାଇ ମାତ୍ର ୧୫୯ ରନ୍‌ କରିପାରିଥିଲା। ମିଚେଲ ସାଣ୍ଟନର୍‌ଙ୍କ ଦଳର ଜଣେ ହେଲେ ବି ବ୍ୟାଟର୍‌ ଅର୍ଦ୍ଧଶତକ ଛୁଇଁ ପାରି ନଥିଲେ। ଗ୍ଲେନ୍‌ ଫିଲିପ୍ସ ସର୍ବାଧିକ ୩୯ ରନ୍‌ କରିଥିଲେ। ଏପରିକି ହାତରେ ଏକାଧିକ ୱିକେଟ୍‌ ଥାଇ ମଧ୍ୟ ଶେଷ ୩ ଓଭରର୍‌ ରନ୍‌ ଗତି ବଢ଼ାଇ ପାରି ନଥିଲା ନ୍ୟୁଜିଲାଣ୍ଡ। ୧୬୦ ରନ୍‌ର ଲକ୍ଷ୍ୟ ନେଇ ପଶ୍ଚାତ୍‌ଧାବନ କରିଥିବା ଇଂଲଣ୍ଡ ୨ ରନ୍‌ରେ ୨ ୱିକେଟ୍‌ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ଅଧିନାୟକ ହ୍ୟାରି ବ୍ରୁକ୍‌ ଓ ଟମ୍‌ ବାଣ୍ଟନଙ୍କ ଉପଯୋଗୀ ପାଳି ପାଇଁ ଅବଶ୍ୟ ସ୍ଥିତି କିଛିଟା ସୁଧାରି ନେଇଥିଲା। ‌ହେଲେ ଆଉ ଏକ ମିନି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୧୭ ରନ୍‌ରେ ୬ ୱିକେଟ୍‌ ହରାଇ ସଂଘର୍ଷ କରିଥିଲା। ତେବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ୱିଲ୍‌ ଜ୍ୟାକ୍ସ ଓ ରେହାନ ଅହମଦ ଅଷ୍ଟାଦଶ ଓଭରରୁ ୨୨ ଓ ଉନ୍ନବିଂଶ ଓଭରରୁ ୧୬ ରନ୍‌ ଅମଳ କରି ଇଂଲଣ୍ଡକୁ ନାଟକୀୟ ବିଜୟ ଉପହାର ଦେଇଥିଲେ। ଏହି ଦୁଇଜଣ ଅବିଭାଜିତ ସପ୍ତମ ୱିକେଟ୍‌ ଭାଗୀଦାରରେ ମାତ୍ର ୧୬ଟି ବଲ୍‌ରୁ ୪୪ ରନ୍‌ ଅମଳ କରି ସବୁକିଛି ଓଲଟ ପାଲଟ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe