CricTracker.com
ଦୁବାଇ: ଭାରତୀୟ ଓପନର୍ କେଏଲ୍ ରାହୁଲ ବୁଧବାର ଘୋଷିତ ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଓପନର୍ ରୋହିତ ଶର୍ମା ଯଥାକ୍ରମେ ଦଶମ ଓ ଏକାଦଶ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ବୋଲିଂ ମାନ୍ୟତାରେ ଭାରତୀୟ ଭାବେ କେବଳ ଭୁବନେଶ୍ବର କୁମାର (ବିଂଶ) ଶ୍ରେଷ୍ଠ ୨୦ରେ ରହିଛନ୍ତି। ଯଶ୍ପ୍ରୀତ ବୁମ୍ରା ଦୁଇଟି ସ୍ଥାନ ଖସି ୨୬ରେ ପହଞ୍ଚିଛନ୍ତି। ତେବେ ଅଲ୍ରାଉଣ୍ଡର ତାଲିକାରେ କୌଣସି ଭାରତୀୟ ନାହାନ୍ତି।
ୱେଷ୍ଟ୍ଇଣ୍ଡିଜ୍ର ଅକିଲ ହୁସେନ ଓ ଜାସନ ହୋଲଡର ଯଥାକ୍ରମେ ୧୫ ଓ ୩ଟି ସ୍ଥାନ ଲମ୍ଫ ଦେଇ ୨୦ ଓ ୨୩ତମ ସ୍ଥାନରେ ପହଞ୍ଚିଛନ୍ତି। ସେଲ୍ଡନ କଟ୍ରେଲ ୧୦ ସ୍ଥାନ ଡେଇଁ ୩୧, ମୋଇନ ଅଲୀ ୩ ଡେଇଁ ୩୨ ଓ ଲିୟମ ୩୩ ଡେଇଁ ୬୮ରେ ରହିଛନ୍ତି। ବ୍ୟାଟିଂରେ ନିକୋଲାସ ପୂରନ, ବ୍ରାଣ୍ଡନ କିଙ୍ଗ ଓ କିରନ ପୋଲାର୍ଡ ଯଥାକ୍ରମେ ୮, ୨୫ ଓ ୧୫ ସ୍ଥାନ ଲମ୍ଫ ଦେଇ ଅଷ୍ଟାଦଶ, ୫୮ ଓ ୬୦ରେ ପହଞ୍ଚିଛନ୍ତି। ଚତୁର୍ଥ ଟି-୨୦ରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିବା ମୋଇନ ୩୦ ସ୍ଥାନ ଡେଇଁ ୬୭ରେ ଏବଂ ଅଲ୍ରାଉଣ୍ଡରେ ଗ୍ଲେନ୍ ମ୍ୟାକ୍ସୱେଲ ଓ ୱାନିନ୍ଦୁ ହସରଙ୍ଗାଙ୍କ ପରେ ତୃତୀୟରେ ରହିଛନ୍ତି।
Follow Us