‘ଟି୨୦ ବିଶ୍ବକପ୍‌ ପ୍ରଥମ ସେମି-ଫାଇନାଲ୍‌’: ପାକିସ୍ତାନ ବିପକ୍ଷରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି ନିଉଜିଲାଣ୍ଡ୍‌

Advertisment
‘ଟି୨୦ ବିଶ୍ବକପ୍‌ ପ୍ରଥମ ସେମି-ଫାଇନାଲ୍‌’: ପାକିସ୍ତାନ ବିପକ୍ଷରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି ନିଉଜିଲାଣ୍ଡ୍‌

Image Courtesy of NDTV

ସିଡ୍‌ନି: ଆଜି ଅଷ୍ଟ୍ରେଲିଆର ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଚାଲିଥିବା ‘ଟି୨୦ ବିଶ୍ବକପ୍‌’ କ୍ରିକେଟ୍‌ ମ୍ୟାଚ୍‌ର ପ୍ରଥମ ସେମିଫାଇନାଲ୍‌ରେ ପାକିସ୍ତାନ ବିପକ୍ଷରେ ଟସ୍‌ ଜିଣି ନିଉଜିଲାଣ୍ଡ୍‌ ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି।

ସଦ୍ୟତମ ସୂଚନା ଅନୁସାରେ, ୨.୫ ଓଭର୍‌ରେ ନିଉଜିଲାଣ୍ଡ୍‌ ୧ ୱିକେଟ୍‌ ବିନିମୟରେ ୧୯ ରନ୍‌ ସଂଗ୍ରହ କରିଛି। ପ୍ରଥମ ଓଭର୍‌ରେ ୩ଟି ବଲ୍‌ ଖେଳି ୪ ରନ୍‌ କରି ଶାହୀନ୍‌ ଆଫ୍ରିଦିଙ୍କ ବଲ୍‌ରେ ଫିନ୍‌ ଆଲେନ୍‌ ‘ଏଲ୍‌ବିଡବ୍ଲୁ’ ଆଉଟ୍‌ ହୋଇଯାଇଛନ୍ତି।

ଟସ୍‌ ଜିଣିବା ପରେ ନିଉଜିଲାଣ୍ଡ୍‌ର ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ କହିଥିଲେ, ଆମେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବୁ। ଆମ ଟିମ୍‌ର ଖେଳାଳିମାନେ ଅପରିବର୍ତ୍ତିତ ଅଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ପରିବର୍ତ୍ତିତ ପରିସ୍ଥିତିରେ ଆମେ ସଙ୍ଗେ ସଙ୍ଗେ ଖାପ ଖୁଆଇ ପାରୁ। ଖେଳ ଉପରେ ଆମ ଧ୍ୟାନ ନିବଦ୍ଧ ଅଛି।

ସୂଚନାଯୋଗ୍ୟ, ଚଳିତ ‘ଟି୨୦ ବିଶ୍ବକପ୍‌’ରେ ନିଉଜିଲାଣ୍ଡ୍‌ର ଫିନ୍‌ ଆଲେନ୍‌ ଭଲ ‘ଫର୍ମ’ରେ ଥିବାରୁ ଆଜି ପାକିସ୍ତାନ ବିରୋଧୀ ମ୍ୟାଚ୍‌ରେ ସେ ହେବେ ନିଉଜିଲାଣ୍ଡ୍‌ର ପ୍ରମୁଖ ଖେଳାଳି।

publive-image Image Courtesy of India Today

ଆଜି ନିଉଜିଲାଣ୍ଡ୍‌ ଟିମ୍‌ରେ ଖେଳୁଥିବା ଖେଳାଳିମାନେ ହେଲେ: ଫିନ୍‌ ଆଲେନ୍‌, ଡିବନ୍‌ କନ୍‌ୱେ, କେନ୍‌ ୱିଲିୟମ୍‌ସନ୍‌, ଗ୍ଲେନ୍‌ ଫିଲିପ୍ସ୍‌, ଡେରିଲ୍‌ ମିଚେଲ୍‌, ଜେମ୍‌ସ୍‌ ନୀଶାମ୍‌, ମିଚେଲ୍‌ ସାଣ୍ଟର୍‌, ଟିମ୍‌ ସାଉଥି, ଇଶ୍‌ ସୋଧି, ଲକି ଫର୍ଗୁସନ୍‌ ଏବଂ ଟ୍ରେଣ୍ଟ୍‌ ବୋଲ୍‌ଟ୍‌।

ସେହିପରି, ଆଜି ପାକିସ୍ତାନ ଟିମ୍‌ରେ ଖେଳୁଥିବା ଖେଳାଳିମାନେ ହେଉଛନ୍ତି, ମହମ୍ମଦ୍‌ ରିଜ୍‌ୱାନ୍‌, ବାବର୍‌ ଆଜମ୍‌, ମହମ୍ମଦ ନୱାଜ୍, ମହମ୍ମଦ୍‌ ହାରିସ୍, ଶାନ୍ ମାସୂଦ, ଇଫ୍‌ତିଖର୍‌ ଅହମଦ୍‌, ଶାଦାବ୍‌ ଖାଁ, ମହମ୍ମଦ୍‌ ୱାସିମ୍‌ ଜୁନିୟର୍‌, ନସୀମ୍‌ ଶାହ, ହାରିସ୍‌ ରୌଫ୍‌ ଏବଂ ଶାହୀନ୍‌ ଅଫ୍ରିଦି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe