ଟି-୨୦ ବିଶ୍ବକପ୍‌ ବାତିଲ ଆଭାସ: ଇଂଲଣ୍ଡ ବିପକ୍ଷ ଶୃ୍‌ଙ୍ଖଳା ପାଇଁ ପ୍ରସ୍ତୁତ ହେବାକୁ ଅଷ୍ଟ୍ରେଲିଆ‌‌ ଖେଳାଳିଙ୍କୁ ନିର୍ଦେଶ

Advertisment
ଆୟର୍ଲାଣ୍ଡ ବିଦା: ସୁପର-୧୨ରେ ନାମିବ୍ୟା, ଶ୍ରୀଲଙ୍କା ଅପରାଜେୟ

DNA India

ମେଲବର୍ନ: ଅକ୍ଟୋବର-ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟି-୨୦ ବିଶ୍ବକପ୍ ବାତିଲ ହେବାର ଆଭାସ ମିଳିଛି। କାରଣ ଆଉଟ୍‌ଡୋର୍ ତାଲିମ ଆରମ୍ଭ କରିସାରିଥିବା ଅଷ୍ଟ୍ରେଲିଆ ଦଳକୁ ଇଂଲଣ୍ଡ ବିପକ୍ଷରେ ସେପ୍ଟେମ୍ବରରେ ସୀମିତ ଓଭର ଶୃଙ୍ଖଳା ଖେଳିବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏଥି ସହିତ ଅକ୍ଟୋବର ନଭେମ୍ବରରେ ଆଇପିଏଲ୍‌ ପାଇଁ ଦ୍ବାର ଉନ୍ମୁକ୍ତ ହୋଇଯିବ ବୋଲି ମଧ୍ୟ ଆଶା ଉଜ୍ବଳ ହୋଇଛି। ବିଶ୍ବକପ୍‌ ବାତିଲକୁ ଆନୁଷ୍ଠାନିକ ଭାବେ ଆଇସିସି ଘୋଷଣା କରିବା ମାତ୍ରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ଶୃଙ୍ଖଳା ଏବଂ ଆଇପିଏଲ୍‌ ପ୍ରସ୍ତୁତି ଜୋର ଧରିବ ବୋଲି ବିଶ୍ବାସ କରାଯାଉଛି। ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ଖବର ‘ଦ ଡେଲି ଟେଲିଗ୍ରାଫ୍‌’ରେ ପ୍ରକାଶିତ ହୋଇଥିବାରୁ ଏଭଳି ଆକଳନ କରାଯାଉଛି। ଏହି ରିପୋର୍ଟରେ ଏକଥା ମଧ୍ୟ ଉଲ୍ଲେଖକରାଯାଇଛି‌ ଯେ, ଅଷ୍ଟ୍ରେଲିଆ ଖେଳାଳିମାନଙ୍କୁ ଆଇପିଏଲ୍‌ ଖେଳିବାକୁ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଅନୁମତି ପ୍ରଦାନ କରିଛି। ଇଂଲଣ୍ଡରେ ସୀମିତ ଓଭର କ୍ରିକେଟ୍ ଶୃଙ୍ଖଳା ଖେଳିବା ପରେ ଅଷ୍ଟ୍ରେଲିଆ ଖେଳାଳିମାନେ ସିଧାସଳଖ ଆଇପିଏଲ୍‌ (ମଧ୍ୟ ପ୍ରାଚ୍ୟ କିମ୍ବା ଏସିଆ) ଖେଳିବାକୁ ଯାଇପାରିବେ ବୋଲି ଉଲ୍ଲେଖ କରାଯାଇଛି। ଇଂଲଣ୍ଡ-ଅଷ୍ଟ୍ରେଲିଆ ସୀମିତ ଓଭର ଶୃଙ୍ଖଳା ଜୈବ ସୁରକ୍ଷିତ ପରିବେଶ ମଧ୍ୟରେ ଖେଳାଯିବ ବୋଲି ମଧ୍ୟ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe