ଟି-୨୦ ବିଶ୍ବକପ୍‌ ସଂଗୀତ ଉନ୍ମୋଚିତ

Advertisment
ଟି-୨୦ ବିଶ୍ବକପ୍‌ ସଂଗୀତ ଉନ୍ମୋଚିତ

CricketTimes.com

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ର ଚମତ୍କାର ସଂଗୀତ ସହ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ୱେଷ୍ଟ୍‌ଇଣ୍ଡିଜ୍‌ର କିରଣ ପୋଲାର୍ଡଙ୍କୁ ନେଇ ଏକ ଫିଚର ଚଳଚ୍ଚିତ୍ର ‘ଅବତାର୍‌ସ’ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ଗୁରୁବାର ଉନ୍ମୋ‌ଚିତ ହୋଇଛି। ବଲିଉଡ୍‌ ସଂଗୀତ ନିର୍ଦେଶକ ଅମିତ ତ୍ରିବେଦୀଙ୍କ ଦ୍ବାରା ରଚିତ ଏହି ଦେଢ଼ ମିନିଟ୍‌ ଆନିମେଟେଡ୍‌ ଫିଚର ଚଳଚ୍ଚିତ୍ରରେ ବିଶ୍ବର କିଛି ଯୁବ ଖେଳାଳି ଏବଂ ଟି-୨୦ କ୍ରିକେଟ୍‌ ସହ ଜଡ଼ିତ ବଡ଼ବଡ଼ ତାରକାଙ୍କୁ ଦେଖିବାକୁ ମିଳିଛି। କୋହଲିଙ୍କ ସହ ପୋଲାର୍ଡ, ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ ଏବଂ ଆଫ୍‌ଗାନିସ୍ତାନ ଅଲ୍‌ରାଉଣ୍ଡର ରସିଦ ଖାନ୍‌ଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳିଛି। ଏଥିରେ ଉଭୟ ଥ୍ରିଡି ଓ ଟୁଡି ଇଫେକ୍ଟ ରହିଛି। ଏହାକୁ ନିର୍ମାଣ କରିବାରେ ୪୦ରୁ ଅଧିକ ଲୋକ କାର୍ଯ୍ୟ କରିଥିଲେ। ଏହି ଭିଡିଓ ମୁକ୍ତିଲାଭ ପରେ ଆଇସିସିର ପ୍ରସାରଣ ସହଯୋଗୀ ଷ୍ଟାର ସ୍ପୋର୍ଟ୍ସ, ଆଇସିସି ଓ ବିସିସିଆଇର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ‌ଯେ ଚଳିତ ବର୍ଷ ଟି-୨୦ ବିଶ୍ବକପ୍‌ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ୧୬ ଦେଶ ଭାଗ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe