South Africa vs Afghanistan: ସୁପର ଓଭରରେ ଆଫଗାନିସ୍ତାନକୁ ହରାଇଲା ଦକ୍ଷିଣ ଆଫ୍ରିକା

Advertisment

ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବୁଧବାର ଦେଖିବାକୁ ମିଳିଛି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଚରମ ରୋମାଞ୍ଚ। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପେକ୍ଷାକୃତ ଦୁର୍ବଳ ଲାଗୁଥିବା ସତ୍ତ୍ବେ ଦ୍ବିତୀୟ ସୁପର ଓଭର ପର୍ଯ୍ୟନ୍ତ ଲଢିଥିଲା ଆଫଗାନିସ୍ତାନ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବୁଧବାର ଦେଖିବାକୁ ମିଳିଛି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଚରମ ରୋମାଞ୍ଚ। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପେକ୍ଷାକୃତ ଦୁର୍ବଳ ଲାଗୁଥିବା ସତ୍ତ୍ବେ ଦ୍ବିତୀୟ ସୁପର ଓଭର ପର୍ଯ୍ୟନ୍ତ ଲଢିଥିଲା ଆଫଗାନିସ୍ତାନ।

South Africa lost to Afghanistan

South Africa vs Afghanistan Photograph: (sambad.in)

ଅହମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ବୁଧବାର ଦେଖିବାକୁ ମିଳିଛି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଚରମ ରୋମାଞ୍ଚ। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପେକ୍ଷାକୃତ ଦୁର୍ବଳ ଲାଗୁଥିବା ସତ୍ତ୍ବେ ଦ୍ବିତୀୟ ସୁପର ଓଭର ପର୍ଯ୍ୟନ୍ତ ଲଢିଥିଲା ଆଫଗାନିସ୍ତାନ। ତେବେ ମୁକାବିଲାକୁ ଜିତି ନେଇଛି ଦକ୍ଷିଣ ଆଫ୍ରିକା, କିନ୍ତୁ ଶେଷ ପର୍ଯ୍ୟନ୍ତ ଲଢେଇ କରି ହୃଦୟ ଜିତିଛି ଆଫଗାନ ଦଳ।

୬ ୱିକେଟ୍‌ ବିନିମୟରେ ୧୮୬ ରନ କରିଥିଲା

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ବିନିମୟରେ ୧୮୬ ରନ କରିଥିଲା। ଅଧିନାୟକ ଆଇଡେନ ମାର୍କରାମ୍‌ ସହଳ ପାଭିଲିୟନ ଫେରିବା ପରେ କ୍ବିଣ୍ଟନ ଡିକକ୍‌ ( ୫୯) ଓ ରିୟାନ ରିକଲଟନ(୬୧) ଏକ ଶତକୀୟ ଭାଗୀଦାର କରି ସ୍କୋରକୁ ଏକ ସୁରକ୍ଷିତ ସ୍ତରକୁ ନେଇଯାଇଥିଲେ। ପରେ ଡେଓ୍ବାଲ୍ଡ ବ୍ରେଭିସ୍‌ (୨୩) ଡେଭିଡ୍‌ ମିଲର୍‌ (୨୦) ଉପଯୋଗୀ ପାଳି ଖେଳି ସ୍କୋରକୁ ୧୮୬ରେ ପହଞ୍ଚାଇଥିଲେ। ଆଫଗାନିସ୍ତାନ ପକ୍ଷରୁ ଅଜମାତୁଲ୍ଲା ଓମର୍ଜାଇ ୩ଟି ଓ ରସିଦ ଖାଁ ୨ଟି ୱିକେଟ୍‌ ନେଇଥିଲେ। ୧୮୭ ରନର ଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନର ଦୁଇ ଓପନର ରହମାନୁଲ୍ଲା ଗୁରବାଜ (୮୪) ଓ ଇବ୍ରାହିମ ଜଦ୍ରାନ (୧୨) ପ୍ରଥମ ଓ୍ବିକେଟ୍‌ରେ ୫୧ ରନର ଭାଗୀଦାର କରିଥିଲେ। ମାତ୍ର ଦଳ ୫୧ ରନରେ ଲଗାତାର ୨ଟି ଓ ୫୨ ରନରେ ୩ୟ ଓ୍ବିକେଟ୍‌ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଗୁରବାଜ ଓ ଜରଓ୍ବିସ ରସୁଲି (୧୫)ଙ୍କ ମଧ୍ୟରେ ହୋଇଥିବା ୬୯ ରନର ଏକ ଭାଗୀଦାର ବଲରେ ଦଳ ନିଜର ଲଢେି ଜାରି ରଖିଥିଲେ। ପରେ ଅଜମାତୁଲ୍ଲା ଓମର୍ଜାଇ (୨୨), ରସିଦ ଖାଁ(୨୦) ଓ ଶେଷ ଓଭରରେ ନୂର ଅହମ୍ମଦ(୧୫)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଦଳ ୧୮୭ ରନ କରିବା ସହ ମ୍ୟାଚ ଟାଇ ହୋଇଥିଲା।

ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୭ ରନ କରିଥିଲା

ଡବଲ ସୁପର ଓଭର ପ୍ରଥମ ସୁପର ଓଭରରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୭ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ୧୭ ରନ କରିବାରୁ ଏକ ଦ୍ବିତୀୟ ସୁପର ଓଭର ଖେଳ ହୋଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଗୋଟିଏ ୱିକେଟ୍‌ ବିନିମୟରେ ୨୩ ରନ କରିଥିଲା। ୨୪ ରନ ଲକ୍ଷ୍ୟର ପିଛା କରିବାକୁ ଯାଇ ଆଫଗାନିସ୍ତାନ ଗୋଟିଏ ୱିକେଟ୍‌ ହରାଇ ୧୯ ରନ ହିଁ କରିପାରିଥିଲା।

ଆହୁରି ପଢ଼ନ୍ତୁ: Blind Woman Judge India: ଥାନ୍ୟା ନାଥନ ସି ଭାରତର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe