Image Courtesy of Zee News
ନୂଆଦିଲ୍ଲୀ: ତାଲିବାନ୍ ଶାସନ ଟେଲିଭିଜନ୍ରେ ପ୍ରସାରଣ ନିଷେଧ କରିଥିବାରୁ ଆଫଗାନିସ୍ତାନରେ ଥିବା ‘ଆଇପିଏଲ୍’ପ୍ରେମୀମାନେ ଏଥର ‘ଟି୨୦ ଲିଗ୍’ ଦେଖିବାରୁ ବଞ୍ଚିତ ହେବେ।
ରବିବାର ଦିନ ଇସ୍ଲାମୀୟ ରାଷ୍ଟ୍ର ‘ୟୁନାଟେଡ୍ ଆରବ ଏମିରେଟସ୍’ରେ ‘ଆଇପିଏଲ୍ ୨୦୨୧’ ଆରମ୍ଭ ହୋଇଛି। ଗତାକାଲି ପ୍ରାରମ୍ଭିକ ମ୍ୟାଚ୍ ଖେଳିଥିଲେ ଚେନ୍ନାଇ ସୁପର କିଙ୍ଗ୍ସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍।
ସମ୍ଭାବ୍ୟ ‘ଇସ୍ଲାମ-ବିରୋଧୀ ଆଧେୟ’ ଥିବା ଆଶଙ୍କା କରି ଆଫଗାନିସ୍ତାନରେ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୧’ ଟେଲିକାଷ୍ଟ୍ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।
Image Courtesy of Inside sportସୂଚନାଯୋଗ୍ୟ, ଶୀର୍ଷସ୍ତରୀୟ ଆଫଗାନିସ୍ତାନ କ୍ରିକେଟ୍ ଖେଳାଳି ରଶିଦ୍ ଖାଁ, ମହମ୍ମଦ୍ ନବି ଏବଂ ମୁଜୀବ୍ ଉର୍ ରହମନ୍ ମଧ୍ୟ ‘ଆଇପିଏଲ୍ ୨୦୨୧’ରେ ଅଂଶ ଗ୍ରହଣ କରିଛନ୍ତି। କ୍ରୀଡ଼ା ସମେତ ଅଧିକାଂଶ ମନୋରଞ୍ଜନ ଉପରେ ତାଲିବାନ ନିଷେଧାଜ୍ଞା ଜାରି କରିଛି। ଏହା ବ୍ୟତିରେକେ, ମହିଳାମାନଙ୍କ ପାଇଁ କ୍ରୀଡ଼ା କ୍ଷେତ୍ର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବତନ ଗଣମାଧ୍ୟମ ପରିଚାଳକ ତଥା ସାମ୍ବାଦିକ ଏମ୍. ଇବ୍ରାହିମ୍ ମୋମାନ୍ଦ କରିଥିବା ଟୁଇଟ୍ରେ ଦର୍ଶାଇଛନ୍ତି ଯେ, ଝିଅମାନଙ୍କ ନୃତ୍ୟ, କେଶ ସଳଖିଥିବା ନାରୀଙ୍କ ଉପସ୍ଥିତି ଭଳି ସମ୍ଭାବ୍ୟ ଇସ୍ଲାମ୍-ବିରୋଧୀ ଆଧେୟ ଥିବାରୁ ‘ଇସ୍ଲାମିକ୍ ଏମିରେଟ୍ସ୍ ଅଫ୍ ଦି ତାଲିବାନ୍’ରେ ‘ଆଇପିଏଲ୍’ ପ୍ରସାରଣ ନିଷେଧ କରାଯାଇଛି।
Follow Us