ତମାଣ୍ଡୋ କପ୍‌ ଫୁଟବଲ୍‌ ସେମିରେ ସଂଘର୍ଷ

Advertisment
ତମାଣ୍ଡୋ କପ୍‌ ଫୁଟବଲ୍‌ ସେମିରେ ସଂଘର୍ଷ

ଖଣ୍ଡଗିରି: ମଙ୍ଗଳବାର ସଂଘର୍ଷପୂର୍ଣ କ୍ୱାର୍ଟର ଫାଇନାଲ୍‌ ଲଢ଼େଇରେ ଭୁବନେଶ୍ୱର ସଂଘର୍ଷ କ୍ଲବ୍‌ ୧-୦ ଗୋଲ୍‌ରେ ଓଡ଼ିଶା ପୁଲିସ (କଟକ)କୁ ପରାସ୍ତ କରି ୨୫ତମ ତମାଣ୍ଡୋ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛି। ପ୍ରଥମାର୍ଧ ଗୋଲ୍‌ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ ଲଢ଼େଇ ଜୋର୍‌ଦାର ହୋଇଥିଲା। ନାଇଜେରୀୟ ଖେଳାଳି ଖଚିତ ସଂଘର୍ଷ କ୍ଲବ୍‌ର ଘନଘନ ଆକ୍ରମଣ ଆଗରେ ପୁଲିସ ଦଳ ଅଡ଼ୁଆରେ ପଡ଼ୁଥିଲା।

କିଛି ସମୟ ପର୍ଯ୍ୟନ୍ତ ଦୃଢ଼ ରକ୍ଷଣଭାଗ ଯୋଗୁଁ ବର୍ତି ଯାଉଥିବା ପୁଲିସ ଦଳ ଶେଷରେ ହାର୍‌ ମାନିବାକୁ ବାଧ୍ୟ ହୋଇଥିଲା। ଦ୍ୱିତୀୟାର୍ଧର ୧୮ ମିନିଟ୍‌ରେ ସଂଘର୍ଷ କ୍ଲବ୍‌ର ନାଇଜେରୀୟ ଖେଳାଳି ବି ନିଉଟନ୍‌ଙ୍କ ଚମତ୍କାର ପାସ୍‌କୁ କିସ୍‌ନୁ ନାଏକ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ଦଳକୁ ବିଜୟ ଭେଟି ଦେଇଥିଲେ। ମ୍ୟାଚ୍‌ ପରିଚାଳନା କରିଥିଲେ ଶିବପ୍ରସାଦ ଦାସ, ପ୍ରିୟବ୍ରତ ବାହିନୀପତି, ଜ୍ୟୋତିରଂଜନ ସ୍ୱାଇଁ ଓ ଅବିନାଶ ଦାସ। ଶିବଶକ୍ତି କ୍ଲବ ଆନୁକୂଲ୍ୟରେ ତମାଣ୍ଡୋ ମିନି ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରତିଯୋଗିତାର ମଙ୍ଗଳବାର ମ୍ୟାଚ୍‌ରେ ଭୁବନେଶ୍ୱର ବିଡିଓ ରଶ୍ମିରଂଜନ ସାହୁ ଅତିଥିଭାବେ ଯୋଗ ଦେଇ ସଂଘର୍ଷ କ୍ଲବର କିସ୍‌ନୁ ନାଏକଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ବୁଧବାର କଟକର ଆକ୍କା କ୍ଲବ୍‌କୁ ଭୁବନେଶ୍ୱର ୟାଜ୍‌ଦାନୀ କ୍ଲବ-୭୩ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe