ରାଉରକେଲା: ଓଡ଼ିଆ ତାରକା ଅମିତ ରୋହିଦାସଙ୍କ ନେତୃତ୍ବାଧୀନ ତାମିଲନାଡୁ ଡ୍ରାଗନ୍ସ ହକି ଇଣ୍ଡିଆ ଲିଗରେ ନିଜର ବିଜୟଧାରା ଅବ୍ୟାହତ ରଖିଛି। ଏହାସହ ଟେବୁଲଲ ତାଲିକା ଶୀର୍ଷ ସ୍ଥାନ ବଜାୟ ରଖିଛି। ସୋମବାର ଡ୍ରାଗନ୍ସ ସଂଘର୍ଷପୂର୍ଣ ମ୍ୟାଚରେ ୩-୨ ଗୋଲରେ ଦିଲ୍ଲୀ ଏସଜି ପାଇପର୍ସ କୁ ପରାସ୍ତ କରିଛି।
ମ୍ୟାଚର ଦ୍ଵିତୀୟ ମିନିଟରେ ଦିଲ୍ଲୀର ତୋମାସ ଡୋମିନି ପ୍ରଥମ ଗୋଲ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ତେବେ ଷଷ୍ଠ ମିନିଟରେ ଡ୍ରାଗନ୍ସ ର ଜିପ ଯାନସେନ ଗୋଲା ସୁଝାଇ ସ୍କୋର ୧-୧ରେ ବରାବର କରିଥିଲେ।
ଅଧିକ ପଢ଼ନ୍ତୁ: ଅମୀରଙ୍କୁ ଛାଡ଼ପତ୍ର ଦେବା ସହଜ ନଥିଲା
ଏହାପାରେ ଡ୍ରାଗନ୍ସ ର ନାଥନ ଏଫ୍ରାମସ (୧୯), ବ୍ଲାକ ଗୋଭାର୍ସ (୨୧) ଦୁଇଟି ଗୋଲଦେଇ ବ୍ୟବଧାନକୁ ୩-୨ ବଢ଼ାଇଥିଲେ।
୩୭ତମ ମିନିଟରେ ଦିଲ୍ଲୀର ତୋମାସ ଡୋମିନି ଆଉ ଏକ ଗୋଲଦେଇ କେବଳ ବ୍ୟବଧାନକୁ ୨-୩ ଗୋଲାକୁ ହ୍ରାସ କରିଥିଲେ। ଶେଷ କ୍ୱାର୍ଟର ରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଥିଲେ ମଧ୍ୟ ଆଉ କେହି କାହାରିକୁ ଗୋଲା ଦେଇପାରିନଥିଲେ। ଫଳରେ ଡ୍ରାଗନ୍ସ ୩-୨ ଗୋଲରେ ମ୍ୟାଚ ଜିତିନେଇଥିଲା।
ଅଧିକ ପଢ଼ନ୍ତୁ: ଗ୍ରାମୀଣ ଅର୍ଥନୀତିରେ ପଶୁପାଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ରାଷ୍ଟ୍ରପତି