ନୂଆଦିଲ୍ଲୀ/ଭୁବନେଶ୍ବର/ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥ ମହତାବ ଭବନଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଭାସୀ ମାଧ୍ୟମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କ କରକମଳରେ ଗୋ-ସମାବେଶ, ଓମଫେଡକୁ ବିପଣନ ସହାୟତା ଏବଂ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମତ୍ସ୍ୟ,ପ୍ରାଣୀପାଳନ ଓ ଡାଏରୀ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ,ଭାରତ ସରକାରଙ୍କ ମାନ୍ୟବର ମତ୍ସ୍ୟ, ପ୍ରାଣୀ ପାଳନ ଓ ଡାଏରୀ ଏବଂ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ.ପି ସିଂହ ବଘେଲ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।
କାର୍ଯକ୍ରମରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ଶ୍ରମ,ନିଯୁକ୍ତି ଓ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୟୁରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସlରସକଣା ବିଧାୟକ ଭାଦବ ହାଁସଦା,ଏନଡିଡିବି ଅଧ୍ୟକ୍ଷ ଡ଼କ୍ଟର ମିନେଶ ସାହା ଓ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।
ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଗ୍ରାମୀଣ ଅର୍ଥନୀତି ଏବଂ ଗ୍ରାମୀଣ ଘରୋଇ ଆୟରେ ପଶୁପାଳନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭାରତରେ ବିଭିନ୍ନ ପ୍ରକାରର ପଶୁପାଳନ ପ୍ରଜାତି ଅଛନ୍ତି। ସେହି ସମସ୍ତ ପ୍ରଜାତି ଦେଶର ସମୃଦ୍ଧ କୃଷି ବିକାଶରେ ସହାୟତା ପ୍ରଦାନ କରିଥାନ୍ତି। ଆମର ପଶୁପାଳନକୁ ବିକଶିତ କରିବା ଏବଂ ପ୍ରୋତ୍ସାହନ ଦେବା ପାଇଁ ପ୍ରଜାତିଗୁଡିକର ବିକାଶ ଏବଂ ପଶୁମାନଙ୍କର ଜେନେଟିକ ଉନ୍ନୟନ ପାଇଁ ସରକାର ଅନେକ ପଦକ୍ଷେପ ଏବଂ ନୀତି ପ୍ରଣୟନ କରିଛନ୍ତି।
ରାଷ୍ଟ୍ରପତି କହିଛନ୍ତି, ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ କ୍ଷେତ୍ରରେ ଭାରତର ସଫଳତା ଅତୁଳନୀୟ। ଆମର ଦୁଗ୍ଧ ଉତ୍ପାଦନକାରୀ ଗାଈଗୋରୁମାନଙ୍କର ଉତ୍ପାଦକତା ମଧ୍ୟ ଗତ ୧୦ ବର୍ଷ ମଧ୍ୟରେ ଅସାଧାରଣ ଅଭିବୃଦ୍ଧି ଘଟିଛି।
ଏହି ସମସ୍ତ ସଫଳତା ପଶୁପାଳନରେ ଉତ୍କର୍ଷତା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ତଥାପି, ପଶୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ କିଛି କରାଯାଇପାରିବ। ସେ ଜାତୀୟ ଗୋକୁଳ ମିଶନର ଉଦ୍ଦେଶ୍ୟ ଏବଂ ଉଦ୍ୟମକୁ ପ୍ରଶଂସା କରିଛନ୍ତି।
ଅଧିକ ପଢ଼ନ୍ତୁ: ନୂଆବର୍ଷ ଆରମ୍ଭରୁ ଅବକାରୀ ବିଭାଗକୁ ବଡ଼ ସଫଳତା
President Droupadi Murmu virtually inaugurated/launched Cow Induction, Giftmilk and Market support for Odisha State Cooperative Milk Producers' Federation initiatives of the National Dairy Development Board. The President said that by paying attention to both the number and… pic.twitter.com/GB6gydpPNM
— President of India (@rashtrapatibhvn) January 13, 2025
ରାଷ୍ଟ୍ରପତି କହିଛନ୍ତି ଯେ, ପଶୁମାନଙ୍କର ସଂଖ୍ୟା ଏବଂ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ଖାଦ୍ୟ ପଦାର୍ଥର ଗୁଣବତ୍ତା ଏବଂ ଦୁଗ୍ଧ ସମେତ ପଶୁମାନଙ୍କଠାରୁ ମିଳୁଥିବା ଅନ୍ୟାନ୍ୟ ସାମଗ୍ରୀର ଉନ୍ନତି ହେବ। ଦେଶର ସମସ୍ତ କ୍ଷେତ୍ରରେ ଏଭଳି ପ୍ରୟାସ ଦ୍ବାରା ଏକ ସୁସ୍ଥ ଭାରତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ସୃଷ୍ଟି ହୋଇପାରିବ।
ଏହି ଅବସରରେ ମୟୁରଭଞ୍ଜର ୩୦୦୦ ଚାଷୀଙ୍କୁ ଦୁଧିଆଳୀ ଗାଈ ପ୍ରଦାନ କରାଯାଇଛି। ୧୯ଟି ବିଦ୍ୟାଳୟକୁ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।
ଅଧିକ ପଢ଼ନ୍ତୁ: ଜରୁରୀକାଳୀନ ପରିସ୍ଥିତିରେ ଜେଲ୍ରେ ଥିବା ସଂଗ୍ରାମୀଙ୍କୁ ୨୦ ହଜାର ପେନ୍ସନ୍ ସହିତ ମାଗଣା ଚିକିତ୍ସା ସୁବିଧା