ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରୁ ତମିମଙ୍କ ଅବସର

ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରୁ ତମିମଙ୍କ ଅବସର

iol.co.za

ଢାକା : ବାଂଲାଦେଶ ଓପ୍‌ନର ତମିମ ଇକ୍‌ବାଲ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରୁ ଅବସର ଘୋଷଣା କରିଛନ୍ତି। ଶନିବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ ସହ ୩-୦ରେ ଦଳ ଶୃଙ୍ଖଳା ହାତେଇବା ପରେ ପରେ ତମିମ ଏହି ଘୋଷଣା କରିଥିଲେ। ଏହି ବାଂଲାଦେଶୀ ଅଧିନାୟକ ନିଜ ଅଫିସିଆଲ ଫେସ୍‌ବୁକ୍‌ ପୃଷ୍ଠାରେ ନିଜ ଅବସର ଘୋଷଣା ନେଇ ପୋଷ୍ଟ କରିଥିଲେ। ଏଥିସହିତ ତାଙ୍କ ନିଷ୍ପତ୍ତିକୁ ବିଚାର କରିବା ପାଇଁ ଅନୁରୋଧ କରିଛନ୍ତି। ସେ ମଧ୍ୟ ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତମିମ ବାଂଲାଦେଶ ପାଇଁ ୭୮ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଖେଳି ୧୭୫୮ ରନ୍‌ କରିଛନ୍ତି। ତାଙ୍କ ହାରାହାରି ୨୪.୦୮ ଏବଂ ଷ୍ଟ୍ରାଇକ୍‌ ରେଟ୍‌ ୧୧୭.୨ ରହିଛି। ଏଥିରେ ତାଙ୍କର ଗୋଟିଏ ଶତକ ଏବଂ ୭ ଅର୍ଦ୍ଧଶତକ ସାମିଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe