ତନ୍‌ଭୀଙ୍କୁ ଜାତୀୟ ଦ୍ବିମୁକଟ

ଚେନ୍ନାଇରେ ଆୟୋଜିତ ୩୬ତମ ଉପକନିଷ୍ଠ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ତନ୍‌ଭୀ ପତ୍ରୀ ଦ୍ବିମୁକୁଟ କରାୟତ୍ତ କରିଛନ୍ତି। ସେ ଉଭୟ ୧୫ ଓ ୧୭ ବର୍ଷରୁ କମ୍‌ ବାଳିକା ବର୍ଗରେ ବିଜୟିନୀ ହୋଇଥିଲେ।

fshfshfhsfhs

ଭୁବନେଶ୍ବର: ଚେନ୍ନାଇରେ ଆୟୋଜିତ ୩୬ତମ ଉପକନିଷ୍ଠ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ତନ୍‌ଭୀ ପତ୍ରୀ ଦ୍ବିମୁକୁଟ କରାୟତ୍ତ କରିଛନ୍ତି। ସେ ଉଭୟ ୧୫ ଓ ୧୭ ବର୍ଷରୁ କମ୍‌ ବାଳିକା ବର୍ଗରେ ବିଜୟିନୀ ହୋଇଥିଲେ। ଶୁକ୍ରବାର ଏସୀୟ ବିଜୟିନୀ ତନ୍‌ଭୀ ୧୫ ବର୍ଷରୁ କମ୍‌ ବର୍ଗ ଏକକ ଫାଇନାଲ୍‌ରେ କର୍ଣ୍ଣାଟକର ଐକ୍ୟା ସେଟ୍ଟୀଙ୍କୁ ୨୦-୨୨, ୨୧-୦, ୨୧-୧୪ରେ ଏବଂ ୧୭ ବର୍ଷରୁ କମ୍‌ରେ ମହାରାଷ୍ଟ୍ରର ନୈଶ‌ା କୌର ଭତୋୟେଙ୍କୁ ୨୧-୭, ୨୧-୭ରେ ପରାସ୍ତ କରି ପ୍ରଥମ ଥର ଏହି ଦୁଇ ବୟସ ବର୍ଗରେ ଜାତୀୟ ବିଜୟିନୀ ହୋଇଥିଲେ। ୧୩ ବର୍ଷୀୟା ତନ୍‌ଭୀ ଏହି ଦୁଇ ପ୍ରତିଯୋଗିତାରେ ୧୨ ମ୍ୟାଚ୍‌ ଖେଳି କେବଳ ଗୋଟିଏ ଗେମ୍‌ ହାରିଥିଲେ। ପୂର୍ବରୁ ତନ୍‌ଭୀ ୧୩ ବର୍ଷରୁ କମ୍‌ ବର୍ଗରେ ୨ ଥର ୨୦୨୨ ଓ ୨୦୨୩ରେ ଜାତୀୟ ବିଜୟିନୀ ହୋଇଥିଲେ।

ରବି ପତ୍ରୀ ଓ ଶୈଳବାଳା ପଣ୍ଡାଙ୍କ କନ୍ୟା ତନ୍‌ଭୀ ସଂପ୍ରତି ବେଙ୍ଗାଲୁରୁସ୍ଥିତ ପ୍ରକାଶ ପାଦୁକୋନ ବ୍ୟାଡ୍‌ମିଣ୍ଟନ ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି। ଏହି ଦୁଇ ବୟସ ବର୍ଗରେ ବିଜୟିନୀ ହେବା ପରେ ତନ୍‌ଭୀ ୧୭ ଓ ୧୯ ବର୍ଷରୁ କମ୍‌ ବର୍ଗରେ ଜାତୀୟ ଟ୍ରଫି ଜିତିବା ଲକ୍ଷ୍ୟ ରଖିବା ସହ ଅଲିମ୍ପିକ୍ସ ପଦକ ଆଶାରେ ରହିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe